06 JUNE 2026

Welcome!

Unlock your personalized experience.
Sign Up

Darva Division still active: ଏବେ ବି ସକ୍ରିୟ ଦରଭା ଡିଭିଜନ୍‌: ୬ ନକ୍ସଲଙ୍କ ମୁଣ୍ଡରେ ୨୧ ଲକ୍ଷର ପୁରସ୍କାର

Jun 04, 2026 - 06:36
Darva Division still active: ଏବେ ବି ସକ୍ରିୟ ଦରଭା ଡିଭିଜନ୍‌: ୬ ନକ୍ସଲଙ୍କ ମୁଣ୍ଡରେ ୨୧ ଲକ୍ଷର ପୁରସ୍କାର

ମାଲକାନଗିରି: ନକ୍ସଲମୁକ୍ତ ଭାରତ ନେଇ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି କିଛି ନକ୍ସଲ ମୁଖ୍ୟସ୍ରୋତରେ ସାମିଲ ହୋଇନାହାନ୍ତି। ଛତିଶଗଡ଼ ଦରଭା ଡିଭିଜନ୍‌ର ୬ ନକ୍ସଲ ଆତ୍ମସମର୍ପଣ ନ କରି ଏବେ ବି ସଂଗଠନ ସକ୍ରିୟ ରଖିଛନ୍ତି। ଏମାନଙ୍କ କୌଣସି ଟେର୍‌ ପାଉନି ପୁଲିସ୍‌। ୬ ନକ୍ସଲଙ୍କ ମୁଣ୍ଡ ପାଇଁ ୨୧ ଲକ୍ଷ ଟଙ୍କାର ପୁରସ୍କାର ରହିଛି। 

Naxal: ଝାଡ଼ଖଣ୍ଡରେ ୨୭ ଜଣ ନକ୍ସଲଙ୍କ ଆତ୍ମସମର୍ପଣ

ଦରଭା ଡିଭିଜନ୍‌ ଛତିଶଗଡ଼ର ସୁକ୍‌ମା, ମାଲକାନଗିରି ଜିଲ୍ଲାର ମାଥିଲି ଓ କାଲିମେଳା ବ୍ଲକ୍‌ ଏବଂ କୋରାପୁଟ ଜିଲ୍ଲାର ବୈପାରିଗୁଡ଼ା ବ୍ଲକର କିଛି ଅଞ୍ଚଳରେ ପରିଚାଳିତ। ବହୁ ନକ୍ସଲ ହିଂସାରେ ଜଡ଼ିତ ଏହି ଡିଭିଜନ୍‌ ଛତିଶଗଡ଼ ପୁଲିସ ଟାର୍ଗେଟ୍‌ରେ ଥିଲା। ଘନ ଘନ ଏନକାଉଣ୍ଟର୍‌ରେ ଟପ୍‌ କ୍ୟାଡର୍‌ଙ୍କ ମୃତ୍ୟୁ ଏବଂ ସରକାରଙ୍କ ଆତ୍ମସର୍ମପଣ ନୀତିରେ ପ୍ରଭାବିତ ହୋଇ ବହୁ କ୍ୟାଡର୍‌ ମୁଖ୍ୟସ୍ରୋତକୁ ଫେରିବା ଶକ୍ତିହୀନ ହୋଇଛି ଏହି ଡିଭିଜନ୍‌। ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଛତିଶଗଡ଼ ମାଓମୁକ୍ତ ହୋଇଥିବା ବେଳେ ଦରଭା ଡିଭିଜନ୍‌ ୬ ସଦସ୍ୟ ପ୍ଲାଟୁନ ନମ୍ବର ୨୬ର ପିପିସିଏମ୍‌ ସଦସ୍ୟ ତଥା ମହିଳା ନକ୍ସଲ ଭେଟ୍ଟି ମାସେ (୩୧), ମାଲାଙ୍ଗିର ଏରିଆ କମିଟିର ଏସିଏମ୍‌ ଧନୀ ଓରଫ ମଙ୍ଗଲୀ ଓରଫ କାଲମୁ ମଙ୍ଗଲୀ (୩୦), ଏସିଏମ୍‌ ମାଡବୀ ନନ୍ଦ କୁମାର (୩୯), ପାର୍ଟି ମେମ୍ବର ହୁଙ୍ଗା କୁଞ୍ଜାମ (୩୫), ପାର୍ଟି ମେମ୍ବର ମାସେ ଖୁରାମୀ ଓରଫ କ୍ରାନ୍ତି (୨୦), ପିପିସିଏମ୍‌ ସଦସ୍ୟା ଜାମଲି କାବାସୀ (୨୯)ଙ୍କ ସମ୍ପର୍କରେ କିଛି ସୂଚନା ପାଇନି ପୁଲିସ। ୬ ନକ୍ସଲଙ୍କ ମଧ୍ୟରେ ଦୁଇ ପୁରୁଷ ଓ ୪ ମହିଳା ନକ୍ସଲ ରହିଛନ୍ତି। ସମସ୍ତ ନକ୍ସଲ ସୁକ୍‌ମା ଜିଲ୍ଲାର କଟେକଲ୍ୟାଣ ଥାନା ଅଞ୍ଚଳର। ଏହି ୬ ନକ୍ସଲ ପୁଲିସ ଏନକାଉଣ୍ଟରରେ ନିହତ ହୋଇନାହାନ୍ତି କି ଆତ୍ମସର୍ମପଣ କରିନାହାନ୍ତି।

Maoists and Naxals ମାଓ ଡମ୍ପ ଠାବ, ୨୮ଟି ଅତ୍ୟାଧୁନିକ ବନ୍ଧୁକ, ୧ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଜବତ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।