Gyanesh Kumar: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ‘ଜେଡ୍ ପ୍ଲସ୍’ (Z+) ସୁରକ୍ଷା

Oct 10, 2026 - 19:28
Gyanesh Kumar: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ‘ଜେଡ୍ ପ୍ଲସ୍’ (Z+) ସୁରକ୍ଷା

"ନୂଆଦିଲ୍ଲୀ: ଭାରତର ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି।

ଭୋଟର ତାଲିକା ସ୍ୱତନ୍ତ୍ର ସଂଶୋଧନ (SIR) ପ୍ରକ୍ରିୟାକୁ ନେଇ ଚାଲିଥିବା ବିବାଦ ଏବଂ ବିରୋଧୀ ଦଳଗୁଡ଼ିକର କ୍ରମାଗତ ପ୍ରତିବାଦ ଓ ପ୍ରଦର୍ଶନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ତାଙ୍କୁ "ଜେଡ୍ ପ୍ଲସ୍" (Z+) ସୁରକ୍ଷା ବଳୟ ପ୍ରଦାନ କରିଛନ୍ତି।

ଗୁପ୍ତଚର ଏଜେନ୍ସିଗୁଡ଼ିକର ସୁରକ୍ଷା ଆକଳନଏବଂ ଦିଲ୍ଲୀ ଓ ଆଗ୍ରା ସ୍ଥିତ ବାସଭବନ ବାହାରେ ହୋଇଥିବା ପ୍ରଦର୍ଶନ ପରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।Advertisment ଆହୁରି ପଢନ୍ତୁ :5G: ମୋବାଇଲ୍ ଡାଟା ଏବଂ ୫ଜି ବ୍ୟବହାରରେ କେଉଁ ଦେଶ ଆଗରେ, ଜାଣନ୍ତୁ କିଛି ରୋଚକ ତଥ୍ୟ କ"ଣ ରହିଛି "ଜେଡ୍ ପ୍ଲସ୍" ସୁରକ୍ଷା ବ୍ୟବସ୍ଥା?ଏହି ସୁରକ୍ଷା ବଳୟ ଅନ୍ତର୍ଗତ ୨୪ ଘଣ୍ଟିଆ ସୁରକ୍ଷା ପାଇଁ ପ୍ରାୟ ୫୫ ଜଣ ତାଲିମପ୍ରାପ୍ତ ସୁରକ୍ଷାକର୍ମୀ ନିୟୋଜିତ ରହିଥାନ୍ତି।ମୁଖ୍ୟ ନିର୍ବାଚନ କମିଶନରଙ୍କ ବ୍ୟକ୍ତିଗତ ସୁରକ୍ଷା ବ୍ୟତୀତ ନୂଆଦିଲ୍ଲୀସ୍ଥିତ ସରକାରୀ ବାସଭବନ, ନିର୍ବାଚନ ଆୟୋଗ ମୁଖ୍ୟାଳୟ (ନିର୍ବାଚନ ସଦନ) ଏବଂ ଉତ୍ତରପ୍ରଦେଶର ଆଗ୍ରାସ୍ଥିତ ପୈତୃକ ବାସଭବନରେ ମଧ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି।

ସିଆଇଏସ୍ଏଫ୍ (CISF) ଏବଂ ସ୍ଥାନୀୟ ପୋଲିସ ସମେତ ରାପିଡ୍ ଆକ୍ସନ ଫୋର୍ସ (RAF) କର୍ମଚାରୀମାନଙ୍କୁ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ମୁତୟନ କରାଯାଇଛି।

ଆହୁରି ପଢନ୍ତୁ :Delhi Protest: ସିଜେପି ଆନ୍ଦୋଳନ: ଲଢ଼େଇ ଜାରି ରହିବ: ମମତା ବାନାର୍ଜୀ ବିରୋଧୀ "ଇଣ୍ଡିଆ" (INDIA) ମେଣ୍ଟ ଏବଂ ବିଭିନ୍ନ ଦଳ ପକ୍ଷରୁ SIR ପ୍ରସଙ୍ଗରେ କରାଯାଉଥିବା ଆନ୍ଦୋଳନ ଓ ବିରୋଧ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗ ଏବଂ ସୁରକ୍ଷାଏଜେନ୍ସିଗୁଡ଼ିକ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)