Gun: ସର୍କିଟ୍‌ ହାଉସ୍‌ରୁ ବନ୍ଧୁକ ଜବତ ଘଟଣା, ବଢୁଛି ପ୍ରକାଶ ପାଶ୍ବାନଙ୍କ ଅଡ଼ୁଆ

Aug 25, 2026 - 09:29
Gun: ସର୍କିଟ୍‌ ହାଉସ୍‌ରୁ ବନ୍ଧୁକ ଜବତ ଘଟଣା, ବଢୁଛି ପ୍ରକାଶ ପାଶ୍ବାନଙ୍କ ଅଡ଼ୁଆ

"ରାଉରକେଲା: ସର୍କିଟ୍‌ ହାଉସ୍‌ ଘଟଣାର ମାଷ୍ଟର୍‌ମାଇଣ୍ଡ୍‌ କୁହାଯାଉଥିବା ପ୍ରକାଶ ପାଶ୍ବାନଙ୍କ ଅଡ଼ୁଆ ବଢିବାରେ ଲାଗିଛି।

ତାଙ୍କ କଳା କାରନାମା ଉପରୁ କ୍ରମଶଃ ପରଦା ଉଠିବାରେ ଲାଗିଛି।

ସୁନ୍ଦରଗଡ଼ ସାଂସଦଙ୍କ ମହାନଗର ନିଗମ ପ୍ରତିନିଧିର ଦ୍ବାହି ଦେଇ କିଭଳି ଅଖଣ୍ଡ କ୍ଷମତା ଉପଭୋଗ କରୁଥିଲେ, ତାହା ପଦାକୁ ଆସିଛି।

ସେ ତଞ୍ଚକତାକରି ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ଏକ କ୍ବାର୍ଟର ନେଇଥିଲେ।

ଏନେଇ ସାଧାରଣରେ ବ୍ୟାପକ ଚର୍ଚ୍ଚା ହେବାପରେ ଆଜି ଆର୍‌ଏସ୍‌ପି ପକ୍ଷରୁ ଉକ୍ତ କ୍ବାର୍ଟର୍‌କୁ ବାତିଲ କରିଦିଆଯାଇଛି।ପ୍ରକାଶ ତଞ୍ଚକତା କରି "ବିଇଙ୍ଗ୍‌ ହ୍ୟୁମାନ" ସଂଗଠନ ନାଁରେ ଆର୍‌ଏସ୍‌ପିର ସେକ୍ଟର-୨୧ ସ୍ଥିତ କ୍ୱାର୍ଟର ନମ୍ବର ବି/୧କୁ ଲିଜ୍‌ ଆଧାରରେ ନେଇଥିଲେ।

ଆର୍‌ଏସ୍‌ପି ପକ୍ଷରୁ ଗତ ୧୨ ତାରିଖରେ ଏଠାରେ ଯାଞ୍ଚ କରାଯିବାରୁ, ନିୟମ ଉଲ୍ଲଂଘନକରି ସମ୍ପ୍ରସାରଣ କରାଯାଇଥିବା ସ୍ପଷ୍ଟ ହୋଇଥିଲା।

କ୍ୱାର୍ଟରର ଆଗ ଓ ପଛ ପଟେ ପ୍ରାୟ ୩୦ ଓ ୨୦ ଫୁଟ୍‌ର ବେଆଇନ ନିର୍ମାଣ ଓ ପାଚେରି ମଧ୍ୟ ନିର୍ମାଣ କରାଯାଇଥିଲା।

ଏହି ବେଆଇନ କାର୍ଯ୍ୟ ପାଇଁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲେ ମଧ୍ୟ କୌଣସି ଜବାବ ମିଳିନଥିଲା।

ଏଣୁ ଉକ୍ତ କ୍ୱାର୍ଟର ଆବଣ୍ଟନ ନିର୍ଦ୍ଦେଶକୁ ତୁରନ୍ତ ରଦ୍ଦ କରାଯାଇଥିବା ଆର୍‌ଏସ୍‌ପି ପକ୍ଷରୁ ଜାରି ନୋଟିସ୍‌ରେ ଉଲ୍ଲେଖ କରାଯାଇଛି।

ତେବେ ଏଠାରେ ପ୍ରଶ୍ନ ଉଠେ, କେଉଁ ଆଧାରରେ ଓ କାହା ସୁପାରିସ୍‌ରେ ପ୍ରକାଶଙ୍କୁ ଉକ୍ତ କ୍ବାର୍ଟର ପ୍ରଦାନ କରାଯାଇଥିଲା?

ଯେଉଁ ସଂଗଠନ ନାଁରେ କ୍ବାର୍ଟର୍‌ ଦିଆଯାଇଥିଲା, ତାହା କେବେ ଗଠିତ ହୋଇଥିଲା ଓ ଆଇନ ଅନୁଯାୟୀ ପଞ୍ଜୀକୃତ ହୋଇଥିଲା ତ?

ପ୍ରକାଶ ବିବାଦରେ ପଶିବାପରେ ଦୋଷ ଛଡ଼ାଇବାକୁ ଆର୍‌ଏସ୍‌ପି କର୍ତ୍ତୃପକ୍ଷ ଏଭଳି ପଦକ୍ଷେପ ନେଇନାହାନ୍ତି ତ?

ଏଭଳି ଅନେକ ପ୍ରଶ୍ନ ଏବେ ସାଧାରଣରେ ଉଙ୍କିମାରିଛି।Advertisment ଜବରଦଖଲ ଜଙ୍ଗଲ ଜମିରେ କାର୍ଯ୍ୟାଳୟ ସ୍ଥାନୀୟ ଦୀପ୍ତି ହୋଟେଲ ନିକଟସ୍ଥ ଜଙ୍ଗଲ ଜମିରେ ପ୍ରକାଶ ବେଆଇନ ଭାବେ ତାଙ୍କ କାର୍ଯ୍ୟାଳୟ ନିର୍ମାଣ କରିଥିଲେ।

ଏହାକୁ ତଦନ୍ତ ପରିସରଭୁକ୍ତ କରିଛି ରାଉରକେଲା ପୁଲିସ।

ଆଜି ପୁଲିସ୍‌ ଓ ବନ ବିଭାଗର ଏକ ଦଳ ମିଳିତଭାବେ ତାଙ୍କ କାର୍ଯ୍ୟାଳୟରେ ପହଞ୍ଚି ମାପଚୁପ କରିଥିଲେ।

ତେବେ ମିଳିଥିବା ଅନୁମତିଠାରୁ ଢେର୍‌ ଅଧିକ ପରିମାଣର ଜମିକୁ କବ୍‌ଜାକରି କାର୍ଯ୍ୟାଳ ନିର୍ମାଣ କରାଯାଇଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ୨୦୨୨ ମସିହାରେ ଏକ କମ୍ୟୁନିଟି ସେଣ୍ଟର୍‌ ନିର୍ମାଣ ପାଇଁ ରାଉରକେଲା ବନବିଭାଗ ପକ୍ଷରୁ ଅନୁମତି ଆଣିଥିଲେ।

କିନ୍ତୁ ନିୟମ ଉଲ୍ଲଂଘନ କରି ଉକ୍ତ ସ୍ଥାନରେ ନିଜର ବ୍ୟକ୍ତିଗତ ବ୍ୟବହାର ପାଇଁ ଏକ କାର୍ଯ୍ୟାଳୟ ନିର୍ମାଣ କରିଥିଲେ।

ଜଙ୍ଗଲ ଜମିର ଏଭଳି ଅପବ୍ୟବହାର ଓ ବେଆଇନ ନିର୍ମାଣ ସମ୍ପର୍କରେ ଖବର ପାଇବାସତ୍ତ୍ବେ ବନ ବିଭାଗ ଚୁପ୍‌ ବସିଥିଲା।

ତେବେ ଶେଷରେ ଏଠାରେ ବି ଯାଞ୍ଚ ପହଞ୍ଚିଛି।

ଖୁବଶୀଘ୍ର ଉକ୍ତ କାର୍ଯ୍ୟାଳଙ୍କୁ ଭାଙ୍ଗିବାକୁ ପ୍ରକ୍ରିୟା ଆରମ୍ଭ ହେବବୋଲି ଜଣାପଡ଼ିଛି।

ଏନ୍‌ବିଡବ୍ଲ୍ୟୁ ପାଇଁ ଆବେଦନ ରାଉରକେଲା ସର୍କିଟ୍ ହାଉସରୁ ବନ୍ଧୁକ ଓ ଜୀବନ୍ତ ଗୁଳି ଜବତ ମାମଲାର ତଦନ୍ତକୁ ପୁଲିସ ବ୍ୟାପକ କରିଛି।

ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ନିଲମ୍ବିତ ବିଜେପି ଯୁବ ନେତା ପ୍ରକାଶ ପାସୱାନଙ୍କ ବିରୋଧରେ ପୁଲିସ ଏବେ ଆଇନଗତ କାର୍ଯ୍ୟାନୁଷ୍ଠାନକୁ ଜୋରଦାର କରିଛି।

ପୁଲିସ ପ୍ରକାଶଙ୍କ ଆର୍ଥିକ ନେଣଦେଣ ଉପରେ ମଧ୍ୟ ଯାଞ୍ଚ ଆରମ୍ଭ କରିଦେଇଛି।

କାହା କାହା ସହ ତାଙ୍କର ଆର୍ଥିକ କାରବାର ଚାଲିଥିଲା, କିଏ ଓ କେଉଁ ଉଦ୍ଦେଶ୍ୟରେ ତାଙ୍କୁ ଦାଦା ବଟି ଦେଉଥିଲେ, ସେ ଦିଗରେ ମଧ୍ୟ ଛାନ୍‌ଭିନ୍‌ ଜାରି ରଖିଛି।

ଏହାସହ ଘଟଣା ପରଠାରୁ ଫରାର ଥିବା ପ୍ରକାଶଙ୍କୁ ଗିରଫ କରିବା ପାଇଁ ପୁଲିସ ନ୍ୟାୟାଳୟରେ ଜାମିନବିହୀନ ଗିରଫ ପରୱାନା ଆବେଦନ କରିଥିବା ଜଣାପଡ଼ିଛି।

ପ୍ରକାଶଙ୍କ ଉପରେ ପାନପୋଷ ସର୍କିଟ୍ ହାଉସରେ ପେଶାଦାର ଅପରାଧୀଙ୍କୁ ଆଶ୍ରୟ ଦେବା ଓ ଆପରାଧିକ କାର୍ଯ୍ୟକଳାପରେ ସଂପୃକ୍ତି ରହିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ଏହି ଘଟଣାରେ ପୁଲିସ ତାଙ୍କ କାର୍‌ ଜବତ କରିବା ସହ ପରିବାର ଲୋକଙ୍କୁ ମଧ୍ୟ ଜେରା କରିଛି।

ଏହି ସ୍ପର୍ଶକାତର ମାମଲାରେ ଜଣେ ଯୁବତୀଙ୍କ ସଂପୃକ୍ତି ଥିବା, ଏବେ ଚର୍ଚ୍ଚାର ଶିରୋନାମା ପାଲଟିଛି।

ଅପରାଧୀମା‌ନେ ପ୍ରାୟ ୨୩ ଦିନ ଧରି ସର୍କିଟ୍‌ ହାଉସ୍‌ରେ ବେଆଇନ ଭାବେ ରହୁଥିଲେ।

ସେଠାରେ ବନ୍ଧୁକ କାରବାର ଚାଲିଥିଲା ନା କୌଣସି ରାଜନୈତିକ ପ୍ରତିଦ୍ବନ୍ଦ୍ବିଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା ଥିଲା, ‌ତା"ର ତଦନ୍ତ ଜାରି ରହିଛି।

ତେବେ ଅପରାଧୀମାନେ ୨୩ ଦିନ ଧରି ସର୍କିଟ୍‌ ହାଉସ୍‌ରେ ରହିବା ସମୟରେ, ସଂପୃକ୍ତ ଯୁବତୀ କୁଆଡ଼େ ୨/୩ ଥର ସେଠାକୁ ଯାଇଥିଲେ।

ଏମିତିକି ସର୍କିଟ୍‌ ହାଉସ୍‌ରେ ପାର୍ଟି ବି କରିଥିଲେ।

ଯୁବତୀଙ୍କ ଯିବାଆସିବା ଦୃଶ୍ୟ ମଧ୍ୟ ସିସି କ୍ୟାମେରାରେ କଏଦ୍‌ ହୋଇ ରହିଯାଇଥିବା କୁହାଯାଉଛି।

ତେବେ ଏନେଇ କୌଣସି ଆନୁଷ୍ଠାନକ ସୂଚନା ମିଳିପାରିନାହିଁ।

Haunted: ଟସର ସୂତା ୟୁନିଟ୍‌ "ଭୂତକୋଠି": ଦୁର୍ଦ୍ଦିନରେ ଚାଷୀ ଓ ଶ୍ରମିକ ଖତ ଖାଉଛି ମେସିନ୍‌ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)