Gum problems: ମାଢ଼ି ସମସ୍ୟା ବଢ଼ାଏ ଡିମେନ୍‌ସିଆ ଆଶଙ୍କା

Sep 19, 2026 - 07:10
Gum problems: ମାଢ଼ି ସମସ୍ୟା ବଢ଼ାଏ ଡିମେନ୍‌ସିଆ ଆଶଙ୍କା

"ଏକ ଗବେଷଣା ଅନୁଯାୟୀ, ଦାନ୍ତ ଓ ମାଢ଼ିର ସ୍ବାସ୍ଥ୍ୟ ସିଧାସଳଖ ମସ୍ତିଷ୍କ ସ୍ବାସ୍ଥ୍ୟ ସହ ଜଡ଼ିତ।

ଜାପାନରେ ହୋଇଥିବା ଏକ ଦୀର୍ଘକାଳୀନ ଅଧ୍ୟୟନରୁ ଜଣାପଡ଼ିଛି ଯେ, ମାଢ଼ିରୁ ରକ୍ତସ୍ରାବ ଭଳି ସମସ୍ୟା ଭବିଷ୍ୟତରେ ଡିମେନ୍‌ସିଆ ରୋଗର ଆଶଙ୍କାକୁ ବହୁଗୁଣିତ କରିପାରେ।

ଯେଉଁ ଲୋକଙ୍କ ମାଢ଼ିରୁ ଅଧିକ ରକ୍ତସ୍ରାବ ହୁଏ ସେମାନଙ୍କଠାରେ ଅଲ୍‌ଝାଇମର୍ସ ହେବାର ଆଶଙ୍କା ୬୧% ଅଧିକ ଥାଏ ବୋଲି ଅଧ୍ୟୟନରୁ ଜଣାପଡ଼ିଛି।Advertisment Rajbhasha Hindi Workshop: ହିନ୍ଦୀର ପ୍ରଚାର କେବଳ 'ହିନ୍ଦୀ ଦିବସ' ମଧ୍ୟରେ ସୀମିତ ରହିବା ଉଚିତ୍ ନୁହେଁ ଯେଉଁମାନଙ୍କର ମାଢ଼ି ଅଧିକ କ୍ଷୟ ହୋଇଯାଇଥାଏ, ସେମାନଙ୍କଠାରେ ଡିମେନ୍‌ସିଆର ଆଶଙ୍କା ୫୯% ଅଧିକ।

ଦାନ୍ତ ଓ ମାଢ଼ି ମଧ୍ୟରେ ଅଧିକ ବ୍ୟବଧାନ ଥିବା ଲୋକଙ୍କଠାରେ ଡିମେନ୍‌ସିଆର ଆଶଙ୍କା ୭୨% ପର୍ଯ୍ୟନ୍ତ ବୃଦ୍ଧି ପାଇଥାଏ।

ଜାପାନର କ୍ୟୁସୁ ବିଶ୍ୱବିଦ୍ୟାଳୟର ଦନ୍ତ ବିଜ୍ଞାନୀଙ୍କ ନେତୃତ୍ୱରେ ପ୍ରାୟ ୧,୪୦୦ ବୟସ୍କ ବ୍ୟକ୍ତିଙ୍କୁ ନେଇ ଏହି ଦଶନ୍ଧିବ୍ୟାପୀ ଗବେଷଣା କରାଯାଇଥିଲା।

ଏଥିରୁ ଜଣାପଡ଼ିଛି ଯେ ମାଢ଼ିରୁ ରକ୍ତସ୍ରାବ ଓ ମାଢ଼ି-ଦାନ୍ତ ବ୍ୟବଧାନ ଶରୀରରେ କ୍ରମାଗତ ପ୍ରଦାହକୁ ସୂଚାଇଥାଏ।

ଏହି ପ୍ରଦାହ ଯୋଗୁଁ କ୍ଷତିକାରକ ଉପାଦାନଗୁଡ଼ିକ ସିଧାସଳଖ ମସ୍ତିଷ୍କ ଟିସୁରେ ପ୍ରବେଶ କରି ସ୍ନାୟୁଗତ କ୍ଷତି ଘଟାଇଥାନ୍ତି।

ଏହାଛଡ଼ା, ମୁହଁରେ ଉତ୍ପନ୍ନ ହେଉଥିବା କେତେକ କ୍ଷତିକାରକ ଜୀବାଣୁ ମଧ୍ୟ ମସ୍ତିଷ୍କକୁ ବ୍ୟାପି ଅଲ୍‌ଝାଇମର୍ସ ସୃଷ୍ଟିକାରୀ ପ୍ରୋଟିନ୍ ତିଆରିରେ ସହାୟକ ହୋଇଥାନ୍ତି।

Tanishq: ତନିସ୍କ ବାଏ ରିଭା ପକ୍ଷରୁ ବାହାଘର ଗହଣା ସମ୍ଭାର "ୱେଡିଂ ସି‌ଗ୍‌ନେଚର୍ସ""

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)