Katrina: ପୁଣି ଚର୍ଚ୍ଚାରେ କ୍ୟାଟ୍ରିନା

Sep 19, 2026 - 07:26
Katrina: ପୁଣି ଚର୍ଚ୍ଚାରେ କ୍ୟାଟ୍ରିନା

"ଜଣେ ମହିଳା କେତେ ପରିଶ୍ରମୀ, କେତେ ସଫଳ ଓ କେତେ ଦୟାଳୁ; ସେଭଳି ଭାବେ ପରିଭାଷିତ ହେବା ଉଚିତ।

ମାତ୍ର ଦୁଃଖର ବିଷୟ, ଅନେକ ସମୟରେ ସେମାନଙ୍କୁ କେବଳ ସୌନ୍ଦର୍ଯ୍ୟର ମାପକାଠିରେ ବିଚାର କରାଯାଏ।

ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ଙ୍କୁ ନେଇ ବର୍ତ୍ତମାନ ସୋସିଆଲ୍‌ ମିଡିଆରେ ଚାଲିଥିବା ଚର୍ଚ୍ଚା ଏହାର ଏକ ଜ୍ୱଳନ୍ତ ଉଦାହରଣ।

କ୍ୟାଟ୍ରିନାଙ୍କ ବ୍ୟୁଟି ବ୍ରାଣ୍ଡ୍‌ "କେ ବିୟୁଟି"ର ବ୍ୟବସାୟ ବଢ଼ି ବଢ଼ି ୩୫୦ କୋଟି ଟଙ୍କା ଛୁଇଁଛି; ଯାହାକି କାର୍ଯ୍ୟ ପ୍ରତି ତାଙ୍କର ନିଷ୍ଠା ଓ ପରିଶ୍ରମର ପ୍ରମାଣ।

କିଛି ପ୍ରଶଂସକ କ୍ୟାଟ୍‌ଙ୍କୁ ତାଙ୍କ ବ୍ୟାବସାୟିକ ସଫଳତା ପାଇଁ ଶୁଭେଚ୍ଛା ମଧ୍ୟ ଜଣାଉଛନ୍ତି।

ଅନ୍ୟ ପକ୍ଷରେ, ମାତୃତ୍ୱ ପରେ ଅଭିନେତ୍ରୀଙ୍କ ପରିବର୍ତ୍ତିତ ଚେହେରାକୁ ନେଇ ଲୋକେ ସମାଲୋଚନା ମଧ୍ୟ କରୁଛନ୍ତି।Advertisment Rahul Gandhi : ୟୁପିଆଇ ଟିକସ ପ୍ରତ୍ୟାହାର ପାଇଁ ରାହୁଲ ଗାନ୍ଧୀଙ୍କ ଦାବି: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସମାଲୋଚନା କ୍ୟାଟ୍ରିନା ଓ ତାଙ୍କ ସ୍ୱାମୀ ଭିକି କୌଶଲ ୨୦୨୫ ନଭେମ୍ବରରେ ପୁଅ ଭିହାନଙ୍କୁ ସ୍ୱାଗତ କରିଥିଲେ।

ଏହାପରେ ତାଙ୍କୁ ସର୍ବସାଧାରଣ ସ୍ଥାନରେ ବିଶେଷ ଦେଖିବାକୁ ମିଳୁ ନଥିଲା।

ନିକଟରେ କ୍ୟାଟ୍‌ ଏକ ସାମାଜିକ ଉତ୍ସବରେ ବାହାରକୁ ଆସିବା ପରେ ତାଙ୍କ ଶରୀରର ଓଜନ ଓ ଚେହେରାକୁ ନେଇ ତାଙ୍କୁ ଟ୍ରୋଲ୍‌ ହେବାକୁ ପଡ଼ିଛି।

ପ୍ରସବ ପରେ ମହିଳାଙ୍କ ଶରୀରରେ ବିଭିନ୍ନ ପ୍ରକାରର ପରିବର୍ତ୍ତନ ଘଟେ।

ଏହା ଏକ ସ୍ୱାଭାବିକ କଥା ବୋଲି କହି ଅନେକ ତାଙ୍କ ସପକ୍ଷରେ ଯୁକ୍ତି ବାଢ଼ିଥିବାବେଳେ କିଛି ଲୋକ କ୍ୟାଟ୍‌ଙ୍କୁ ତାଙ୍କ ପୁରୁଣା ଚେହେରା ସହ ତୁଳନା କରି ସେ ନିଜକୁ ଅଣଦେଖା କରୁଥିବା ଦାବି କରିଛନ୍ତି।

Asgar Bora: ପ୍ରଧାନମନ୍ତ୍ରୀଙ୍କ ସହଯୋଗ ପରେ ବିବାଦୀୟ ଜମି ଫେରିପାଇଲେ ଅସଗର୍‌ ବୋରା"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)