Govt Notices To Telegram & Signal : ହ୍ୱାଟ୍ସଆପ ପରେ, ଟେଲିଗ୍ରାମ୍ ଓ ସିଗନାଲ ଉପରେ ସରକାରଙ୍କ ଆକ୍ସନ, ପଚାରିଲେ- କାହିଁକି ୟୁଜରନେମ ଫିଚରକୁ ହଟାଯିବ ନାହିଁ ?
ନୂଆଦିଲ୍ଲୀ – ଭାରତ ସରକାର ହ୍ୱାଟ୍ସଆପକୁ ନୋଟିସ୍ ପଠାଇବାର ଗୋଟିଏ ଦିନ ପରେ ଏବେ ଟେଲିଗ୍ରାମ ଓ ସିଗନାଲକୁ ମଧ୍ୟ ନୋଟିସ୍ ପଠାଇଛନ୍ତି। ଉକ୍ତ ନୋଟିସରେ ଉଭୟ ପ୍ଲାଟଫର୍ମର ଥିବା ୟୁଜରନେମ୍ ଫିଚରକୁ ନେଇ ଗୁରୁତର ପ୍ରଶ୍ନ ଉଠିଛି। ନୋଟିସ୍ ମାଧ୍ୟମରେ ସ୍ପଷ୍ଟ ଭାବେ ପଚରା ଯାଇଛି ଯେ, ସେ ଅନଲାଇନ୍ ଠକେଇ, ଫିସିଂ ଏବଂ ସମ୍ୱନ୍ଧିତ ସାଇବର ଅପରାଧ ସମ୍ପର୍କରେ ବଢ଼ୁଥିବା ସମସ୍ୟାକୁ କିପରି ସମାଧାନ କରାଯାଉଛି।ରିପୋର୍ଟ ଅନୁସାରେ, ଟେଲିଗ୍ରାମକୁ ପଠାଯାଇ ଥିବା ନୋଟିସରେ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ସିଧାସଳଖ ପଚାରିଛି ଯେ, ପ୍ଲାଟଫର୍ମକୁ ୟୁଜରନେମ୍ ଫିଚରକୁ କାହିଁକି ବଜାୟ ରଖିବା ପାଇଁ ଅନୁମତି ଦିଆଯିବା ଉଚିତ। ଏବେ ଏହି ନୋଟିସର ଜବାବ ଟେଲିଗ୍ରାମ୍ ଓ ସିଗନାଲକୁ ଦେବାର ଅଛି।
ଏଠାରେ ଆପଣଙ୍କୁ କହି ରଖୁଛୁ କି , ବୁଧବାର କେନ୍ଦ୍ର ସରକାର ମେଟାକୁ ହ୍ୱାଟସଆପର ପ୍ରସ୍ତାବିତ ୟୁଜରନେମ୍ ଫିଚର ସମ୍ପର୍କରେ ନୋଟିସ୍ ଜାରି କରିଥିଲେ। ନୋଟିସରେ ସ୍ପଷ୍ଟ ଚିନ୍ତା ବ୍ୟକ୍ତ କରାଯାଇଥିଲା ଯେ, ଯଦି ଭାରତରେ ଯଦି ଏହି ଫିଚର ଲାଗୁ କରାଯାଏ , ଏହା ଅନଲାଇନ୍ ଠକେଇ, ଫିସିଂ ଆକ୍ରମଣ ଏବଂ ଡିଜିଟାଲ୍ ଗିରଫଦାରୀ ଭଳି ଅପରାଧ ବୃଦ୍ଧି ହୋଇ ପାରେ। ସରକାର ହ୍ୱାଟସଆପକୁ କଡ଼ା ନିର୍ଦ୍ଦେଶ ଦେଇଥିଲେ ଯେ, ସରକାରଙ୍କ ସନ୍ତୁଷ୍ଟ ନହେବା ପର୍ଯ୍ୟନ୍ତ ଏହି ଫିଚରକୁ ରୋକି ଦିଆଯାଉ।
ରିପୋର୍ଟ ଅନୁସାରେ, ଏବେ ସରକାର ନିଜର ଯାଞ୍ଚ ଓ କାର୍ଯ୍ୟାନୁଷ୍ଠାନର ପରିସରକୁ ବ୍ୟାପକ ରୂପେ ବୃଦ୍ଧି କରାଇଛନ୍ତି। ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଟେଲିଗ୍ରାମ ଓ ସିଗନାଲ ଉଭୟକୁ ଅଲଗା ଅଲଗା ଚିଠି ଲେଖିଛନ୍ତି । ଏଥଚିରେ ଏହି ପ୍ଲାଟଫର୍ମ ଗୁଡ଼ିକ ଠାରୁ ବିସ୍ତୃତ ସୂଚନା ମଗା ଯାଇଛି । ସେମାନେ ଠକେଇର ବିପଦକୁ ନିୟନ୍ତ୍ରଣ କରିବା ପାଇଁ କ’ଣ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛନ୍ତି ? ହ୍ୱାଟ୍ସଆପ୍ ବୁଧବାର ଜାରି ଏକ ଅଫିସିଆଲି ବିବୃତ୍ତିରେ ଫିଚରର ସମର୍ଥନ କରିଛି। କମ୍ପାନୀ କହିଛି ଯେ ଠକେଇ ଏବଂ ଅପବ୍ୟବହାରକୁ ରୋକିବା ପାଇଁ ୟୁଜରନେମ୍ ଫିଚରରେ ପୂର୍ବରୁ ଦୃଢ଼ ସୁରକ୍ଷା ବ୍ୟବସ୍ଥା ରହିଛି। ଏହା ଆହୁରି କହିଛି ଯେ ଏହି ଫିଚରକୁ ୟୁଜରଙ୍କ ଗୋପନୀୟତା ଏବଂ ସୁରକ୍ଷାକୁ ଧ୍ୟାନରେ ରଖି ଡିଜାଇନ୍ କରାଯାଇଛି।
ଆହୁରି ମଧ୍ୟ ପଢନ୍ତୁ : Child Trafficking Network : ରାଜ୍ୟଗୋଷ୍ଠୀ କ୍ରୀଡ଼ା ସହରରେ ଭିକ୍ଷା ବୃତ୍ତି କରାଉଛନ୍ତି ରାଜସ୍ଥାନ-ମଧ୍ୟ ପ୍ରଦେଶର ସରପଞ୍ଚ , ଅହମ୍ମଦାବାଦ ପୁଲିସର ବଡ଼ ଖୁଲାସ
ଉଲ୍ଲେଖନୀୟ ଯେ ଗତ ମାସରେ, NEET ପରୀକ୍ଷା ପେପର ଲିକ୍, ନକଲି ପରୀକ୍ଷା ସାମଗ୍ରୀ, ଭ୍ରମାତ୍ମକ ଖବର ଓ ଅନ୍ୟାନ୍ୟ ଠକେଇ କାର୍ଯ୍ୟକଳାପ ପ୍ରସାର ପାଇଁ ଟେଲିଗ୍ରାମ ଭାରତ ସରକାରଙ୍କ ଯାଞ୍ଚ ପରିସରକୁ ଆସିଥିଲା। ଏହା ପରେ, ସରକାର ଟେଲିଗ୍ରାମ ଏବଂ ଏହାର ୱେବ୍ ସେବାଗୁଡ଼ିକୁ ଉପରେ ଜୁନ୍ ୨୨ ପର୍ଯ୍ୟନ୍ତ ପ୍ରତିବନ୍ଧକ ଲଗେଇ ଥିଲେ। ହେଲେ, ଗୋଟିଏ ସପ୍ତାହ ପରେ ଏହି ପ୍ରତିବନ୍ଧକ ହଟେଇ ଦିଆଯାଇ ଥିଲା ।