Governor: ମହେନ୍ଦ୍ରଗିରି ମେଳାରେ ଯୋଗ ଦେଲେ ଓଡ଼ିଶାର ରାଜ୍ୟପାଳ
"ପାରଳାଖେମୁଣ୍ଡି: ମହେନ୍ଦ୍ରଗିରି ମେଳାରେ ଯୋଗ ଦେଲେ ଓଡ଼ିଶାର ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ ପତି।
ମହେନ୍ଦ୍ରଗିରିରେ ଅନୁଷ୍ଠିତ ହେଉଥିବା ମହାଯଜ୍ଞର ଅଷ୍ଟମ ଦିନରେ ରାଜ୍ୟପାଳ ମୁଖ୍ୟ ଯଜ୍ଞ କୁଣ୍ଡରେ ପୂଜାରେ ସାମିଲ ହେବା ସହ କୁନ୍ତୀ ମନ୍ଦିର ଗୋକର୍ଣ୍ଣେଶ୍ବର ପୀଠରେ ପୂଜାର୍ଚ୍ଚନା କରିଥିଲେ।
ପରେ ଆୟୋଜିତ ସଭାରେ ବିଭିନ୍ନ ସ୍ଥାନରୁ ଆସିଥିବା ସାଧୁମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।Advertisment ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଆଜି ବି ମହେନ୍ଦ୍ରଗିରି ମେଳାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥିବା ବେଳେ ଦୂରଦୂରାନ୍ତରୁ ଆସିଥିବା ଭକ୍ତମାନେ ପାହାଡିଆ ଘାଟିରେ ଚାଲି ଚାଲି ବହୁ କଷ୍ଟରେ ଯାଉଥିବା ଦେଖିବାକୁ ମିଳିଥିଲା।
ଏହି କାର୍ଯ୍ୟକ୍ରମରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ପରିବହନ ଓ ଖଣି ମନ୍ତ୍ରୀ ବିଭୂତିଭୂଷଣ ଜେନା ଓ ଜିଲ୍ଲା ପ୍ରଶାସନର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।
ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।
ଅଧିକ ପଢ଼ନ୍ତୁ: Attack: ଦୁଇ ବାଇକ୍ରେ ଆସିଲେ, ଯୁବକଙ୍କୁ ହାଣିଲେ ୫ ଦୁର୍ବୃତ୍ତ ଆହୁରି ଦେଖନ୍ତୁ...
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।