government land encroachment ସରକାରୀ ଜମିରେ ଫାର୍ମହାଉସ୍, ମାର୍କେଟ୍ କଂପ୍ଲେକ୍ସ

Jul 09, 2026 - 20:38
government land encroachment ସରକାରୀ ଜମିରେ ଫାର୍ମହାଉସ୍, ମାର୍କେଟ୍ କଂପ୍ଲେକ୍ସ

"କୋରେଇ: ଯାଜପୁର ଜିଲ୍ଲା ବ୍ୟାସନଗର ତହସିଲ ଅନ୍ତର୍ଗତ କୋରେଇ ବ୍ଲକ୍ ରଣପୁର ମୌଜାରେ ପ୍ରାୟ ୮୦ ଏକର ସରକାରୀ ଜମି ଜବରଦଖଲ ‌ହୋଇଛି।

ଅନାବାଦୀ, ଗୋଚର ଓ ଜଙ୍ଗଲ କିସମ ଜମିରେ ଗଢ଼ି ଉଠିଛି ବଡ଼ବଡ଼ କୋଠା, ମାର୍କେଟ କଂପ୍ଲେକ୍ସ, ଫାର୍ମହାଉସ୍‌ ଓ ପୋଖରୀ।Advertisment ସରକାରୀ ଜମି ଜବରଦଖଲ ପ୍ରତିବାଦରେ ଗ୍ରାମବାସୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

ଏହାକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ମାତ୍ର ବ୍ୟାସନଗର ତହସିଲ କର୍ତ୍ତୃପକ୍ଷ କେବଳ ନୋଟିସ୍ ଜାରି କରି ଚୁପ୍‌ହୋଇ ବସିଯାଇଛନ୍ତି।

ଏନେଇ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଗ୍ରାମବାସୀ।

Ranga Bazar: ରଙ୍ଗବଜାରରୁ ଜବରଦଖଲ ଉଚ୍ଛେଦ: ପୂରଣପଧାନ ଓ ବୁଦ୍ଧିପଡ଼ାରେ ଜବରଦଖଲକାରୀଙ୍କୁ ଜରିମାନା ରଣପୁର ମୌଜାରେ ୭୯.୨୭ ଏକର ସରକାରୀ ଜମି ରହିଛି।

ଏଥିରୁ ୨୫.୮୪ ଏକର ଗୋଚର କିସମ ରହିଥିବାବେଳେ ୨୬.୧୬ ଏକର ଅନାବାଦୀ ଓ ୨୭.୨୭ଏକର ଜଙ୍ଗଲ କିସମ ଜମି ରହିଛି।

ଗ୍ରାମର କେତେକ ପ୍ରଭାବଶାଳୀ ବ୍ୟକ୍ତି ଏହି ଗୋଚର ଜମିରେ ନିଜର ବ୍ୟକ୍ତିଗତ ମାର୍କେଟ କଂପ୍ଲେକ୍ସ ସହିତ ଫାର୍ମହାଉସ୍‌ ଓ ପୋଖରୀ କରି ବାର୍ଷିକ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ।

କେତକେ ବଡ଼ବଡ଼ କୋଠା ଓ ବ୍ୟବସାୟ ପ୍ରତିଷ୍ଠାନ ମଧ୍ୟ କରିଛନ୍ତି।

Encroachment: ହସ୍‌ପିଟାଲ ଜମିକୁ ଜବରଦଖଲ; କେବେ ଚେତିବ ପ୍ରଶାସନ ଏହାକୁ ନେଇ ୨୦୨୫ରେ ଗ୍ରାମର ଉମକାନ୍ତ ସ୍ବାଇଁ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାଏର କରିଥିଲେ।

ମାମଲାକୁ ଗ୍ରହଣ କରି ତୁରନ୍ତ ଜବରଦଖଲ ଉଚ୍ଛେଦ କରିବାକୁ ହାଇକୋର୍ଟ ୨୦୨୬ ଜାନୁଆରି ମାସରେ ଯାଜପୁର ଜିଲ୍ଲାପାଳଙ୍କ ସମେତ ବ୍ୟାସନଗର ତହସିଲକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ।

ହାଇକୋର୍ଟଙ୍କ ରାୟ ପରେ ତହସିଲ ପକ୍ଷରୁ ଫେବ୍ରୁଆରି ମାସରେ ସମ୍ପୃକ୍ତ ଜବରଦଖଲକାରୀଙ୍କୁ ମାସକର ଅବଧି ଦେଇ ଉଚ୍ଛେଦ କରିବାକୁ ନୋଟିସ୍ କରାଯାଇଥିଲା।

ଏହା ମଧ୍ୟରେ ୫ମାସ  ବିତିଗଲାଣି, ତଥାପି କାର୍ଯ୍ୟାନୁଷ୍ଠାନ ହୋଇନି।

ଏଥିମଧ୍ୟରେ ଅଭିଯୋଗକାରୀ ଶ୍ରୀସ୍ଵାଇଁ ଯାଜପୁର ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ।

ଜିଲ୍ଲା ପ୍ରଶାସନ ତୁରନ୍ତ ପଦକ୍ଷେପ ନନେଲେ ପୁଣି ହାଇକୋର୍ଟଙ୍କ ଦ୍ବାରସ୍ଥ ହେବେ ବୋଲି ଶ୍ରୀସ୍ବାଇଁ କହିଛନ୍ତି।

ଏ ସଂପର୍କରେ ବ୍ୟାସନଗର ଅତିରିକ୍ତ ତହସିଲଦାର ପ୍ରଶାନ୍ତ କୁମାର ପୁହାଣଙ୍କୁ ପଚାରିବାରୁ ହାଇକୋର୍ଟଙ୍କ ନୋଟିସ୍ ହୋଇଥିବାବେଳେ ଖୁବ୍ ଶୀଘ୍ର ଉଚ୍ଛେଦ କରାଯିବ ବୋଲି କହିଛନ୍ତି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।