Government Jobs: ରାଉରକେଲା ଇସ୍ପାତ କାରଖାନାରେ ଚାକିରି ସୁଯୋଗ; ଶୀଘ୍ର କରନ୍ତୁ ଆବେଦନ

Aug 24, 2026 - 15:58
Government Jobs: ରାଉରକେଲା ଇସ୍ପାତ କାରଖାନାରେ ଚାକିରି ସୁଯୋଗ; ଶୀଘ୍ର କରନ୍ତୁ ଆବେଦନ

"ନୂଆଦିଲ୍ଲୀ: ସରକାରୀ ଚାକିରି ଖୋଜୁଥିବା ଆଶାୟୀଙ୍କ ପାଇଁ ଅଗଷ୍ଟ ମାସର ଶେଷ ସପ୍ତାହ ଗୁରୁତ୍ୱପୂର୍ଣ୍ଣ।

ବ୍ୟାଙ୍କିଂ, ବିଦ୍ୟୁତ୍‌, ଇସ୍ପାତ, ନ୍ୟାୟିକ ଓ ଶିକ୍ଷା କ୍ଷେତ୍ରରେ ହଜାର ହଜାର ପଦବି ପାଇଁ ଚାଲିଥିବା ନିଯୁକ୍ତି ପ୍ରକ୍ରିୟାର ଆବେଦନ ଏହି ସପ୍ତାହରେ ଶେଷ ହେବ।

ମୋଟ ୨୩ ହଜାରରୁ ଅଧିକ ପଦବି ପାଇଁ ଆବେଦନର ସୁଯୋଗ ରହିଛି।

ତେଣୁ ଯୋଗ୍ୟ ଆଶାୟୀମାନେ ଶେଷ ତାରିଖକୁ ଅପେକ୍ଷା ନକରି ଶୀଘ୍ର ଆବେଦନ କରିବା ଜରୁରୀ।Advertisment ୧.

ରାଜସ୍ଥାନ ବିଦ୍ୟୁତ୍‌ କମ୍ପାନି ରାଜସ୍ଥାନର ୫ଟି ବିଦ୍ୟୁତ୍‌ କମ୍ପାନିରେ ୨,୦୦୫ଟି ପଦବି ପାଇଁ ନିଯୁକ୍ତି ଚାଲିଛି।

ଏଥିରେ କନିଷ୍ଠ ସହାୟକ, କନିଷ୍ଠ ହିସାବରକ୍ଷକ, କନିଷ୍ଠ ଯନ୍ତ୍ରୀ ଓ ବିଭିନ୍ନ ବୈଷୟିକ ପଦବି ରହିଛି।

ଯୋଗ୍ୟ ଆଶାୟୀମାନେ ଅଗଷ୍ଟ ୨୫, ୨୦୨୬ ପର୍ଯ୍ୟନ୍ତ ଅନଲାଇନ୍‌ରେ ଆବେଦନ କରିପାରିବେ।

୨.

ବ୍ୟାଙ୍କରେ କିରାଣୀ ପଦବି ବ୍ୟାଙ୍କିଂ କ୍ଷେତ୍ରରେ ଚାକିରି ଆଶାୟୀଙ୍କ ପାଇଁ ବଡ଼ ସୁଯୋଗ ରହିଛି।

ଆଇବିପିଏସ୍‌ ପକ୍ଷରୁ ବିଭିନ୍ନ ସରକାରୀ ବ୍ୟାଙ୍କରେ ୧୧,୪୦୩ କିରାଣୀ ପଦବି ପାଇଁ ନିଯୁକ୍ତି ଚାଲିଛି।

ସ୍ନାତକ ଆଶାୟୀମାନେ ଏଥିପାଇଁ ଆବେଦନ କରିପାରିବେ।

ଅଗଷ୍ଟ ୨୮ ଆବେଦନର ଶେଷ ତାରିଖ।

ପୂର୍ବରୁ ଥିବା ଅଗଷ୍ଟ ୨୧ ତାରିଖର ଶେଷ ସମୟକୁ ବୃଦ୍ଧି କରାଯାଇଛି।

୩.

ଏସ୍‌ବିଆଇରେ କିରାଣୀ ନିଯୁକ୍ତି ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ବା ଏସ୍‌ବିଆଇରେ କନିଷ୍ଠ ସହଯୋଗୀ ବା କିରାଣୀ ପଦବି ପାଇଁ ୯,୧୨୪ଟି ଖାଲି ପଦବି ରହିଛି।

ଏଥିପାଇଁ ସ୍ନାତକ ଆଶାୟୀ ଆବେଦନ କରିପାରିବେ।

ଅଗଷ୍ଟ ୩୧, ୨୦୨୬ ଆବେଦନର ଶେଷ ତାରିଖ।

ଚୟନ ପ୍ରକ୍ରିୟାରେ ପ୍ରାରମ୍ଭିକ ପରୀକ୍ଷା, ମୁଖ୍ୟ ପରୀକ୍ଷା ଓ ସ୍ଥାନୀୟ ଭାଷା ପରୀକ୍ଷା ରହିଛି।

ମାସିକ ଦରମା ୨୪,୦୫୦ ଟଙ୍କାରୁ ୬୪,୪୮୦ ଟଙ୍କା ପର୍ଯ୍ୟନ୍ତ ରହିଛି।

୪.

ବ୍ୟାଙ୍କ ଅଫ୍‌ ବରୋଦା ବ୍ୟାଙ୍କ ଅଫ୍‌ ବରୋଦା ପକ୍ଷରୁ ବିଭିନ୍ନ ବିଭାଗରେ ୨୦୬ଟି ପଦବି ପାଇଁ ନିଯୁକ୍ତି ବିଜ୍ଞପ୍ତି ଜାରି ହୋଇଛି।

ଏଥିରେ ପ୍ରବନ୍ଧକ, ବରିଷ୍ଠ ପ୍ରବନ୍ଧକ, ବୈଷୟିକ ଅଧିକାରୀ, ବୈଷୟିକ ପ୍ରବନ୍ଧକ ଓ ସୁରକ୍ଷା ପ୍ରବନ୍ଧକ ଭଳି ପଦବି ରହିଛି।

ଯୋଗ୍ୟ ଆଶାୟୀ ଅଗଷ୍ଟ ୨୬, ୨୦୨୬ ପର୍ଯ୍ୟନ୍ତ ଆବେଦନ କରିପାରିବେ।

୫.

ରାଉରକେଲା ଇସ୍ପାତ କାରଖାନା ସେଲ୍‌ର ରାଉରକେଲା ଇସ୍ପାତ କାରଖାନାରେ ୧,୧୧୦ଟି ବାଣିଜ୍ୟିକ ଓ ସ୍ନାତକ ଶିକ୍ଷାନବିସ ପଦବି ପାଇଁ ନିଯୁକ୍ତି ସୁଯୋଗ ରହିଛି।

ଦଶମ ପାସ୍‌ ସହ ଆଇଟିଆଇ, ଡିପ୍ଲୋମା କିମ୍ବା ସ୍ନାତକ ଯୋଗ୍ୟତା ଥିବା ଆଶାୟୀମାନେ ଆବେଦନ କରିପାରିବେ।

ଏଠାରେ ଲିଖିତ ପରୀକ୍ଷା ନଥାଇ ମେଧା ତାଲିକା ଓ ନିର୍ଦ୍ଧାରିତ ଚୟନ ପ୍ରକ୍ରିୟା ଆଧାରରେ ପ୍ରାର୍ଥୀ ଚୟନ କରାଯିବ।

ଅଗଷ୍ଟ ୨୬ ଆବେଦନର ଶେଷ ତାରିଖ।

୬.

ପାଟନା ହାଇକୋର୍ଟ ପାଟନା ହାଇକୋର୍ଟ ପକ୍ଷରୁ ଗ୍ରୁପ୍‌-ସି ଏକ୍ସ-କ୍ୟାଡର ସହାୟକ ପଦବି ପାଇଁ ୬୮ଟି ଖାଲି ପଦବି ଘୋଷଣା କରାଯାଇଛି।

ଏଥିରୁ ୨୩ଟି ପଦବି ମହିଳା ଆଶାୟୀଙ୍କ ପାଇଁ ସଂରକ୍ଷିତ ରହିଛି।

କମ୍ପ୍ୟୁଟର ଜ୍ଞାନ ଥିବା ଯୋଗ୍ୟ ଆଶାୟୀ ଆବେଦନ କରିପାରିବେ।

ଅଗଷ୍ଟ ୨୭, ୨୦୨୬ ଆବେଦନର ଶେଷ ତାରିଖ।

୭.

ବିହାର ଏସ୍‌ଟିଇଟି ୨୦୨୬ ବିହାର ମାଧ୍ୟମିକ ଶିକ୍ଷକ ଯୋଗ୍ୟତା ପରୀକ୍ଷା ବା ଏସ୍‌ଟିଇଟି ୨୦୨୬ ପାଇଁ ମଧ୍ୟ ଅନଲାଇନ୍‌ ଆବେଦନ ଚାଲିଛି।

ପ୍ରଥମ ପତ୍ର ପାଇଁ ବିଏଡ୍‌ ସହ ସ୍ନାତକ, ବିଏଡ୍‌ ସହ ସ୍ନାତକୋତ୍ତର କିମ୍ବା ଚାରି ବର୍ଷିଆ ବିଏ-ବିଏଡ୍‌/ବିଏସ୍‌ସି-ବିଏଡ୍‌ ଯୋଗ୍ୟତା ଆବଶ୍ୟକ।

ଦ୍ୱିତୀୟ ପତ୍ର ପାଇଁ ମଧ୍ୟ ନିର୍ଦ୍ଦିଷ୍ଟ ଶିକ୍ଷାଗତ ଯୋଗ୍ୟତା ରହିଛି।

ଅଗଷ୍ଟ ୩୧, ୨୦୨୬ ଆବେଦନର ଶେଷ ତାରିଖ।

AI: ଏଆଇ ଚାକିରି ନେଉଛି କମ୍‌, ଦେଉଛି ଅଧିକ: ନୋମୁରା ରିପୋର୍ଟ ଏହି ସମସ୍ତ ନିଯୁକ୍ତିରେ ବୟସ ସୀମା, ଶିକ୍ଷାଗତ ଯୋଗ୍ୟତା, ଆବେଦନ ଶୁଳ୍କ, ଚୟନ ପ୍ରକ୍ରିୟା ଓ ଅନ୍ୟାନ୍ୟ ନିୟମ ଭିନ୍ନ ରହିଛି।

ତେଣୁ ଆଶାୟୀମାନେ ଆବେଦନ କରିବା ପୂର୍ବରୁ ସମ୍ପୃକ୍ତ ନିଯୁକ୍ତିର ସରକାରୀ ବିଜ୍ଞପ୍ତି ଭଲଭାବେ ପଢ଼ି ଯୋଗ୍ୟତା ଓ ଶେଷ ତାରିଖ ଯାଞ୍ଚ କରିବା ଉଚିତ।

ଶେଷ ମୁହୂର୍ତ୍ତକୁ ଅପେକ୍ଷା ନକରି ସମୟ ପୂର୍ବରୁ ଆବେଦନ ଦାଖଲ କରିବା ଭଲ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)