Government employees: ସରକାରୀ କର୍ମଚାରୀଙ୍କ ପ୍ରତି ବଢ଼ୁଛି ଆକ୍ରୋଶ: ୨ ବର୍ଷରେ ୩୮ ଆକ୍ରମଣ ମାମଲା

Jun 15, 2026 - 07:15
Government employees: ସରକାରୀ କର୍ମଚାରୀଙ୍କ ପ୍ରତି ବଢ଼ୁଛି ଆକ୍ରୋଶ: ୨ ବର୍ଷରେ ୩୮ ଆକ୍ରମଣ ମାମଲା

"ଅନୁଗୁଳ: ସରକାରୀ କର୍ମଚାରୀଙ୍କ ଉପରେ ଖୁସି ନାହାନ୍ତି ଜନସାଧାରଣ।

ସେମାନଙ୍କ ଆଚରଣ ଓ ଉଚ୍ଚାରଣ ଲୋକଙ୍କ ଅସନ୍ତୋଷ ବଢ଼ାଇବାରେ ଲାଗିଛି। ‌ସେଥିପାଇଁ ଟିକିଏ ଟିକିଏ କଥାରେ ଲୋକେ ଆଇନକୁ ହାତକୁ ନେବା ପାଇଁ ପଛାଉ ନାହାନ୍ତି।

ଏପରିକି ସାମାନ୍ୟ କଥାରେ ସରକାରୀ କର୍ମଚାରୀଙ୍କୁ ଆକ୍ରମଣ କରୁଛନ୍ତି।

ସରକାରୀ ହିସାବ ଅନୁସାରେ, ଗତ ୨ ବର୍ଷ‌ରେ ସରକାରୀ କର୍ମଚାରୀଙ୍କୁ ୩୮ ଥର ଆକ୍ରମଣ ହୋଇଛି।

ଏଥିପାଇଁ ୩୦ ଜଣଙ୍କୁ ଗିରଫ କରାଯାଇଥିଲେ ମଧ୍ୟ ଆକ୍ରମଣ କମିନି।

ସରକାରୀ କାମ ପାଇଁ କାର୍ଯ୍ୟାଳୟକୁ ଧାଇଁ ଧାଇଁ ନିରାଶ ହେବା ପରେ ଉତ୍ତ୍ୟକ୍ତ ଲୋକେ କର୍ମଚାରୀଙ୍କୁ ଗାଳିମନ୍ଦ କରୁଛନ୍ତି।

ଏହାକୁ ନେଇ ଯୁକ୍ତିତର୍କ ବଢ଼ୁଛି।

ହାତାହାତି ପର୍ଯ୍ୟନ୍ତ ମଧ୍ୟ କଥା ଯାଉଛି।

ଆଉ କିଛି ସ୍ଥାନରେ ସରକାରୀ କର୍ମଚାରୀ ଚଢ଼ାଉ କରିବାକୁ ଯିବା ସମୟରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି।

ବିଶେଷ କରି ପୁଲିସ, ବନ କର୍ମଚାରୀ, ଅବକାରୀ କର୍ମଚାରୀ ଓ ରାଜସ୍ବ ବିଭାଗ କର୍ମଚାରୀ ଲୋକଙ୍କ ରୋଷର ଶିକାର ହେଉଛନ୍ତି।

କିଛି ଦିନ ତଳେ ସହର ଉପକଣ୍ଠ କୁମଣ୍ଡ ଗାଁ"କୁ ପୁଲିସ ଯାଇଥିଲା ବେଳେ କର୍ମଚାରୀଙ୍କୁ ଆକ୍ରମଣ ହୋଇଥିଲା।

Advertisment Blood donation: ରକ୍ତଦାନ ପାଇଁ ପ୍ରେରିତ କରିବାର ଶପଥ ଗ୍ରହଣ କଲେ ରକ୍ତଦାତା ୨ ବର୍ଷରେ ୩୮ ଆକ୍ରମଣ ମାମଲାବନ୍ଧାହେଲେଣି ୩୦ଜନଅସନ୍ତୋଷରୁ ସୃଷ୍ଟି ହେଉଛି ଆଇନଶୃଙ୍ଖଳା ସ୍ଥିତି ଲୋକେ ପୁଲିସ ଗାଡ଼ିକୁ ଟେକାପଥର ମାରିବା ସହ କର୍ମଚାରୀଙ୍କୁ ଅଟକ ରଖିଥିଲେ।

ପରେ ପୁଲିସ ଗାଁ ଲୋକଙ୍କ ବିରୋଧରେ ମାମଲା କରିଥିଲା।

ଅପରପକ୍ଷରେ ଦୁର୍ଘଟଣା ପରେ ରାସ୍ତାରୋକ ସମୟରେ ସେଠାରେ ପହଞ୍ଚୁଥିବା ଅଧିକାରୀଙ୍କୁ ମଧ୍ୟ ଲୋକେ ଖରାପ ବ୍ୟବହାର ଦେଖାଉଛନ୍ତି।

ଆକ୍ରମଣ ମଧ୍ୟ କରୁଛନ୍ତି।

ଗତବର୍ଷ ଅନୁଗୁଳ ଟାଉନ୍‌ ଥାନା ପୁଲିସ ରାସ୍ତାରୋକ ହଟାଇବାକୁ ଗଲାବେଳେ ତୁରଙ୍ଗରେ ଲୋକଙ୍କ ଆକ୍ରମଣର ଶିକାର ହୋଇଥିଲା।

ଏପରିକି ‌ଉତ୍ତ୍ୟକ୍ତ ଲୋକେ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିବାକୁ ପଛାଇ ନଥିଲେ।

ପୁଣି ଛେଣ୍ଡିପଦା ଅଞ୍ଚଳରେ ଖଣି ସର୍ଭେ କାମ କରିବାକୁ ଯାଉଥିବା କର୍ମଚାରୀଙ୍କୁ କଡ଼ା ଭାଷା ଶୁଣିବାକୁ ମିଳୁଛି।

ଏ ନେଇ ନିୟମିତ ଅଭିଯୋଗ ଆସୁଛି।

Raja Festival: ସାମୁହିକ ଦୋଳି ଖେଳ ଓ କଣ୍ଢେଇ ବାହାଘର ସରକାରୀ ତଥ୍ୟ ଅନୁସାରେ, ୨୦୨୪-୨୫ରେ ଏମିତି ୧୩ଟି ଆକ୍ରମଣ ମାମଲା ରୁୁଜୁ ହୋଇଛି।

ସେହିପରି ୨୦୨୫-୨୬ରେ ୨୫ଟି ମାମଲା ହୋଇଛି।

୨ ବର୍ଷରେ ୩୮ଟି ସ୍ଥାନରେ ସରକାରୀ କର୍ମଚାରୀଙ୍କୁ ଆକ୍ରମଣ ହୋଇଛି।

ଏ ନେଇ ୩୮ଟି ମାମଲା ରୁଜୁ ହୋଇଛି।

ଏହି ସବୁ ମାମଲାରେ ପୁଲିସ ୩୦ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ୧୬ ଜଣଙ୍କୁ ନୋଟିସ୍‌ ଦେଇଛି।

ଜଣଙ୍କୁ ‌ଜାମିନରେ ଛଡ଼ାଯାଇଛି।

ଏହି ୩୮ଟି ମାମଲା ଭିତରୁ ୨୮ଟିରେ ଚାର୍ଜସିଟ୍‌ ପ୍ରଦାନ କରାଯାଇଛି।

ବାକି ମାମଲାଗୁଡ଼ିକର ତଦନ୍ତ ଚାଲିଛି।

ସରକାରୀ କର୍ମଚାରୀଙ୍କ ପ୍ରତି ଆକ୍ରମଣ ବଢ଼ୁଥିବାରୁ କର୍ମଚାରୀ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।