Government deposits: ସରକାରୀ ଜମା, କାରବାର ପାଇଁ ୧୪ ବ୍ୟାଙ୍କ ଚୟନ: ତାଲିକାଭୁକ୍ତ ନଥିବା ବ୍ୟାଙ୍କର ଖାତା ବନ୍ଦ ହେବ

Jun 23, 2026 - 06:23
Government deposits: ସରକାରୀ ଜମା, କାରବାର ପାଇଁ ୧୪ ବ୍ୟାଙ୍କ ଚୟନ: ତାଲିକାଭୁକ୍ତ ନଥିବା ବ୍ୟାଙ୍କର ଖାତା ବନ୍ଦ ହେବ

"ଭୁବନେଶ୍ବର: ଖାମଖିଆଲି ନୀତି ରଖିଥିବା ଓ ସରକାରୀ ଯୋଜନା କାର୍ଯ୍ୟକାରୀ କରିବାରେ ଅବହେଳା କରୁଥିବା ବ୍ୟାଙ୍କଗୁଡ଼ିକ ପ୍ରତି ରାଜ୍ୟ ସରକାର କ‌ଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି।

ସରକାରୀ ଜମାରାଶି ଓ ଅନ୍ୟାନ୍ୟ ବ୍ୟାଙ୍କ କାରବାରର ପରିଚାଳନା କରିବାକୁ ୧୪ଟି ବ୍ୟାଙ୍କ ଚୟନ କରାଯାଇଛି।

ଅର୍ଥ ବିଭାଗ ପକ୍ଷରୁ ଏହି ବ୍ୟାଙ୍କଗୁଡ଼ିକର ଏକ ସଂଶୋଧିତ ତାଲିକା ଜାରି କରାଯାଇଛି।

ସେହି ବ୍ୟାଙ୍କଗୁଡ଼ିକ ହେଉଛି ବ୍ୟାଙ୍କ ଅଫ୍‌ ବରୋଦା, ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର, କାନାରା ବ୍ୟାଙ୍କ, ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ଆଇଡିବିଆଇ ବ୍ୟାଙ୍କ, ଇଣ୍ଡିଆନ ବ୍ୟାଙ୍କ, ଇଣ୍ଡିଆନ ଓଭରସିଜ୍‌ ବ୍ୟାଙ୍କ, ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ, ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ, ୟୁକୋ ବ୍ୟାଙ୍କ ଓ ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ।

କେବଳ ଏହି  ବ୍ୟାଙ୍କଗୁଡ଼ିକରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ, ଏଜେନ୍ସି, ରାଜ୍ୟ ପିଏସ୍‌ୟୁ, ବିଶ୍ବବିଦ୍ୟାଳୟ ଓ ସ୍ବୟଂଶାସିତ ସଂସ୍ଥାଗୁଡ଼ିକର ଜମା ରାଶି ରଖିପାରିବେ ଓ ବ୍ୟାଙ୍କ କାରବାର କରିପାରିବେ।Advertisment Climate Change: ବର୍ତ୍ତମାନ ସମୟରେ ପୁନଶ୍ଚ ପୃଥିବୀର ଆବଶ୍ୟକତା ଅଛି: ବିଧାୟକ ତାଲିକାଭୁକ୍ତ ନଥିବା ବ୍ୟାଙ୍କର ଖାତା ବନ୍ଦ ହେବବେଆଇନ ପନ୍ଥା ଆପଣାଇଲେ ତାଲିକାରୁ ହଟାଯିବବ୍ୟାଙ୍କରୁ ଜମାରାଶି ସ୍ଥାନାନ୍ତର ନିୟମ କଡ଼ାକଡ଼ିଜୁନ ସୁଦ୍ଧା ବ୍ୟାଙ୍କ ଦେବେ ବିବରଣୀ ଅର୍ଥ ବିଭାଗର ପ୍ରମୁଖ ସଚିବ ସଞ୍ଜୀବ କୁମାର ମିଶ୍ର ଏମ୍ପାନେଲ ଆଦେଶ ଜାରି କରିଛନ୍ତି।

ତାହା ତତ୍କାଳ ଲାଗୁ ହୋଇଛି।

ସରକାରୀ ଜମାରାଶି ପାଇବା ଲାଗି ବ୍ୟାଙ୍କଗୁଡ଼ିକ ମଧ୍ୟରେ ହେଉଥିବା ଅସୁସ୍ଥକର ପ୍ରତିଯୋଗିତାକୁ ନଜରରେ ରଖି ଅର୍ଥ ବିଭାଗ କଠୋର କଟକଣା ଲଗାଇଛି।

୧୦ କୋଟି ଟଙ୍କା ପର୍ଯ୍ୟନ୍ତର ସରକାରୀ ଜମାରାଶି ଗୋଟିଏ ତାଲିକାଭୁକ୍ତ ବ୍ୟାଙ୍କରୁ ନେଇ ଅନ୍ୟ ଏକ ବ୍ୟାଙ୍କରେ ଜମା କରିବାକୁ ହେଲେ ଜିଲ୍ଲାପାଳଙ୍କ ଅନୁମୋଦନ ଦରକାର ପଡ଼ିବ।

ସେହିପରି ୧୦ କୋଟି ଟଙ୍କାରୁ ଅଧିକ ଜମାରାଶିକୁ ଅନ୍ୟତ୍ର ନେବାକୁ ହେଲେ ପ୍ରଶାସନିକ ବିଭାଗର ଅନୁମୋଦନ ଦରକାର ହେବ।

ଜମାରାଶି ସ୍ଥାନାନ୍ତର କରିବାର ଉପଯୁକ୍ତ କାରଣ ମଧ୍ୟ ଜଣାଇବାକୁ ପଡ଼ିବ।

ତେବେ ରାଜ୍ୟ ପିଏସ୍‌ୟୁ, ବିଶ୍ବବିଦ୍ୟାଳୟ, ସ୍ବୟଂଶାସିତ ସଂସ୍ଥାଗୁଡ଼ିକୁ ଜମାରାଶି ଅନ୍ୟ ବ୍ୟାଙ୍କକୁ ନେବାକୁ ହେଲେ ନିଜର ପରିଚାଳନା ପରିଷଦ କିମ୍ବା ନିର୍ଦ୍ଦେଶକ ବୋର୍ଡର ଅନୁମୋଦନ ଲୋଡ଼ିବେ।

ଏଥିପାଇଁ ପ୍ରଶାସନିକ ବିଭାଗର ଅନୁମୋଦନକୁ ମଧ୍ୟ ବାଧ୍ୟତାମୂଳକ କରାଯାଇଛି।

Abilitysport Youth Games: ବିଶ୍ବ ଆବିଲିଟି‌ସ୍ପୋର୍ଟ ଯୁବ କ୍ରୀଡ଼ା: ଆକାଶ, ବିଭାସିନ୍ଧୁଙ୍କ ଚମକ ସଂଶୋଧିତ ତାଲିକାରେ ସ୍ଥାନ ପାଇ ନ ଥିବା ବ୍ୟାଙ୍କଗୁଡ଼ିକରେ ଥିବା ଚଳନ୍ତୀ ଖାତା ଓ ସିଙ୍ଗଲ ନୋଡାଲ ଆକାଉଣ୍ଟଗୁଡ଼ିକୁ ଆସନ୍ତା ଡିସେମ୍ବର ୩୧ ସୁଦ୍ଧା ବନ୍ଦ କରିବାକୁ ଅର୍ଥ ବିଭାଗ ନିର୍ଦ୍ଦେଶ ଦେଇଛି।

ଯେକୌଣସି ନିର୍ଦ୍ଦିଷ୍ଟ ବୁଝାମଣା (ଏମ୍‌ଓୟୁ) ଆଧୀନରେ ଖୋଲାଯାଇଥିବା ଖାତାଗୁଡ଼ିକ ମଧ୍ୟ ବନ୍ଦ କରାଯାଇପାରିବ ବୋଲି ବିଭାଗ ସ୍ପଷ୍ଟ କରିଛି।

ନିର୍ଦ୍ଧାରିତ ସମୟ ସୁଦ୍ଧା ଖାତା ବନ୍ଦ ନ ହେଲେ ଦାୟୀ ଅଧିକାରୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି।

ଆଗାମୀ ଦିନରେ ସବୁ ନୂଆ ଖାତାକୁ ନୂଆ ତାଲିକାରେ ଥିବା ବ୍ୟାଙ୍କରେ ଖୋଲିବାକୁ କୁହାଯାଇଛି।

ସରକାରୀ ପାଣ୍ଠି ପରିଚାଳନାରେ ଉନ୍ନତି ଆଣିବା ପାଇଁ ଅନ୍‌ଲାଇନ୍‌ ବ୍ୟବସ୍ଥା ଜରିଆରେ ପ୍ରତିବର୍ଷ ଜୁନ ସୁଦ୍ଧା ଅର୍ଥ ବିଭାଗକୁ ଖାତା ସମ୍ପର୍କିତ ବିବରଣୀ ପ୍ରଦାନ କରିବାକୁ ତାଲିକାଭୁକ୍ତ ହୋଇଥିବା ବ୍ୟାଙ୍କଗୁଡ଼ିକୁ କୁହାଯାଇଛି। ‌ଜମା ରାଶି ପାଇବା ପାଇଁ ବେଆଇନ ବାଟ ଅନୁସରଣ କରୁଥିବା ବ୍ୟାଙ୍କଗୁଡ଼ିକୁ ସରକାର ତାଲିକାରୁ ଯେକୌଣସି ସମୟରେ ହଟାଇପାରିବେ ବୋଲି ଅର୍ଥ ବିଭାଗ କହିଛି।

ଏଥର ସେହି ବ୍ୟାଙ୍କଗୁଡ଼ିକୁ ତାଲିକାରେ ସାମିଲ କରାଯାଇଛି ଯେଉଁମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିବାରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି।

ସରକାରୀ ଯୋଜନା କାର୍ଯ୍ୟକାରୀ କରିବାରେ ଦୁର୍ବଳ ପ୍ରଦର୍ଶନ କରୁଥିବା ବ୍ୟାଙ୍କଗୁଡ଼ିକୁ ଏମ୍ପାନେଲ ତାଲିକାରୁ ହଟାଇ ଦିଆଯିବ ବୋଲି ପୂର୍ବରୁ ସରକାର ଚେତାବନୀ ଦେଇଥିଲେ।

ସେହି ଆଧାରରେ ସଂଶୋଧିତ ତାଲିକା ପ୍ରସ୍ତୁତ କରାଯାଇଛି।

୨୦୨୫-୨୬ ଆର୍ଥିକ ବର୍ଷରେ ପିଏମ୍‌ଇଜିପି, ପିଏମ୍‌ସ୍ବନିଧି, ପିଏମ୍‌ଏଫ୍‌ଏମ୍‌ଇ, ପିଏମ୍‌ଏମ୍‌ୱାଇ, ପିଏମ୍‌ଜେଡିୱାଇ, ପିଏମ୍‌ଏସ୍‌ବିୱାଇ ଓ ଏପିୱାଇ ଭଳି ଯୋଜନା ଓ ଅଗ୍ରାଧିକାର କ୍ଷେତ୍ରକୁ ଋଣ ପ୍ରଦାନରେ ପ୍ରଦର୍ଶନ ଆଧାରରେ ବ୍ୟାଙ୍କଗୁଡ଼ିକୁ ଚୟନ କରାଯାଇଛି।

ପୂର୍ବରୁ ବ୍ୟାଙ୍କ ଶାଖା, ଜମାରେ ପ୍ରଦର୍ଶନ ଆଧାରରେ ଏମ୍ପାନେଲ ବ୍ୟାଙ୍କ ଚୟନ କରାଯାଉଥିଲା।

ଏଥର କିନ୍ତୁ ସେହି ଧାରା ବଦଳିଛି।"