Gold Smuggling Racket ବସ୍‌ରୁ ୩.୧ କେଜି ସୁନା ବିସ୍କିଟ୍‌, ସ୍କର୍ପିଓ ବିପୁଳ ବିଦେଶୀ ମୁଦ୍ରା ଜବତ, ୫ ଗିରଫ

Oct 21, 2026 - 21:18
Gold Smuggling Racket ବସ୍‌ରୁ ୩.୧ କେଜି ସୁନା ବିସ୍କିଟ୍‌, ସ୍କର୍ପିଓ ବିପୁଳ ବିଦେଶୀ ମୁଦ୍ରା ଜବତ, ୫ ଗିରଫ

"ଭୁବନେଶ୍ବର:  ବାଂଲାଦେଶରୁ ସୁନା ଚୋରାଚାଲାଣ କରି ଭାୟା କୋଲକାତା ଦେଇ ହାଇଦ୍ରାବାଦ ଯାଉଥିବା ଏକ ଆନ୍ତର୍ଜାତୀୟ ସୁନା ଚୋରାଚାଲାଣ ରାକେଟ୍‌ର ପର୍ଦ୍ଦାଫାସ୍‌ କରିଛି ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ(ଡିଆର୍‌ଆଇ)।

ରୢାକେଟ୍‌ରେ ସମ୍ପୃକ୍ତ ୫ ଜଣ ମାଫିଆଙ୍କୁ ଗିରଫ କରି ସେମାନଙ୍କ ନିକଟରୁ ପ୍ରାୟ ୩.୧ କିଲୋଗ୍ରାମ ସୁନା ଓ ବିପୁଳ ପରିମାଣର ବିଦେଶୀ ମୁଦ୍ରା ଜବତ କରାଯାଇଛି।

ଜବତ ସୁନା ଓ ବିଦେଶୀ ମୁଦ୍ରାର ମୋଟ ମୂଲ୍ୟ ଆନୁମାନିକ ୫.୮୪ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି।Advertisment Gold: ଭାରତକୁ ସବୁଠାରୁ ଅଧିକ ସୁନା କିଏ ବିକ୍ରି କରେ?ସୂଚନା ମୁତାବକ, ଏକ ଅର୍ନ୍ତଜାତୀୟ ସୁନା ମାଫିଆ ରୢାକେଟ୍‌ ବଡ଼ ଧରଣର ସୁନା ଚୋରାଚାଲାଣ ନେଇ ଯୋଜନା କରିଥିବା ଡିଆର୍‌ଆଇ ହାତରେ ଖବର ଲାଗିଥିଲା।

ଖବର ମିଳିବା ମାତ୍ରେ ହାଇଦ୍ରାବାଦ ଜୋନାଲ୍‌ ୟୁନିଟ୍‌ ଓ ବିଜୟୱାଡ଼ା ରିଜିଓନାଲ୍‌ ୟୁନିଟ୍‌ ରୢାକେଟ୍‌କୁ ଠାବ ପାଇଁ ମିଳିତ ଭାବେ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରି ଅପରେସନ୍‌ରେ ଲାଗିପଡ଼ିଥିଲେ।

ଗୁଇନ୍ଦା ସୂଚନା ଆଧାରରେ ଅଧିକାରୀମାନେ ବିଜୟୱାଡ଼ାର ବାହାର ଅଞ୍ଚଳରେ ଏକ ସ୍କର୍ପିଓ ଗାଡ଼ିକୁ ଅଟକାଇଥିଲେ।

ଦୁଇ ଜଣଙ୍କୁ କାବୁ କରି ଯାଞ୍ଚ ସମୟରେ ସ୍କର୍ପିଓରୁ ୬୦ ହଜାର ଆମେରିକୀୟ ଡଲାର ଏବଂ ୨୧ ହଜାର ୫୦୦ ୟୁରୋ ମଧ୍ୟ ଜବତ କରାଯାଇଥିଲା।

କେରଳ ସୁନା ଚୋରାଚାଲାଣ ମାମଲା : ମୁଖ୍ୟମନ୍ତ୍ରୀ ସବୁ ଜାଣିଥିଲେ!ସେହିପରି ହାଇଦ୍ରାବାଦ ଯାଉଥିବା ଏକ ବସ୍‌ରୁ ଅନ୍ୟ ତିନି ଜଣ ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯାଇଥିଲା।

ଟୋଲ୍‌ ପ୍ଲାଜା ନିକଟରେ ବସ୍‌କୁ ଅଟକାଇ ତିନି ଜଣଙ୍କୁ ଯାଞ୍ଚ ସମୟରେ ସେମାନଙ୍କ ଅଣ୍ଟାରୁ ତିନୋଟି ବିଦେଶୀ ସୁନା ବିସ୍କୁଟ୍‌ ମିଳିଥିଲା।

ସୁନାର ଓଜନ ପାଖପାଖି ୩.୧ କିଲୋଗ୍ରାମ ଥିବା ଜଣାପଡ଼ିଛି।

ଜବତ ସୁନା ଓ ବିଦେଶୀ ମୁଦ୍ରାର ମୋଟ ମୂଲ୍ୟ ପ୍ରାୟ ୫.୮୪ କୋଟି ଟଙ୍କା ଆକଳନ କରାଯାଉଛି।

ସୁନା ଚୋରାଚାଲାଣ ୧୬୦ ଟନ୍ ଟପିବଏହି ମାମଲାରେ ଗିରଫ ହୋଇଥିବା ପାଞ୍ଚ ଜଣଙ୍କୁ ସ୍ଥାନୀୟ ମାଜିଷ୍ଟ୍ରେଟ୍‌ଙ୍କ ନିକଟରେ ହାଜର କରାଯାଇ ବିଚାର ବିଭାଗୀୟ ହେପାଜତକୁ ପଠାଯାଇଛି।

ଅନ୍ୟପଟେ ବିଦେଶୀ ମୁଦ୍ରା ମିଳିଥିବାରୁ ବିଦେଶୀ ଲିଙ୍କ୍‌ ଏବଂ ଆନ୍ତର୍ଜାତୀୟ ସୁନା ଚୋରାଚାଲାଣ ନେଟୱର୍କରେ କେଉଁମାନେ ସାମିଲ ଅଛନ୍ତି?

ଡିଆର୍‌ଆଇ ସେ ଦିଗରେ ଅଧିକ ଖେଳାତାଡ଼ କରୁଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)