Gold Prices Continue Falling: ଲକ୍ଷେ ଟଙ୍କା ତଳକୁ ଖସିବ କି ସୁନା? ଖସିବା ପଛରେ ରହିଛି ୭ଟି ବଡ଼ କାରଣ

Nov 22, 2026 - 20:16
Gold Prices Continue Falling: ଲକ୍ଷେ ଟଙ୍କା ତଳକୁ ଖସିବ କି ସୁନା? ଖସିବା ପଛରେ ରହିଛି ୭ଟି ବଡ଼ କାରଣ

ଖସୁଛି ଆଉ ଖସୁଛି।

ପ୍ରତିଦିନ ଦର କମୁଛି।

ମୁଁ ଆଉ କାହା କଥା କହୁନି, କହୁଛି ସୁନା କଥା।

ଦିନେ ଯେଉଁ ସୁନାକୁ ଛୁଇଁବାକୁ ସାଧାରଣ ମଧ୍ୟବିତ୍ତ ପରିବାରର ହାତ ଥରୁଥିଲା, ଆଜି ସେହି ସୁନା ପୁଣି ଥରେ ସାଧାରଣ ଲୋକଙ୍କ ମନରେ ଖୁସି ଭରିଛି।

କିଛି ଦିନ ତଳେ ଆକାଶଛୁଆଁ ହୋଇ ୨ ଲକ୍ଷ ମୁହାଁ ହୋଇଥିବା ସୁନା ଦରରେ ଏବେ ଲାଗିଛି ବଡ଼ ଧରଣର ବ୍ରେକ୍।

ପ୍ରତିଦିନ ଲଗାତାର ଭାବେ ଦର ଖସିବାରେ ଲାଗିଛି, ଆଉ ଏବେ ଏହା ଧୀରେ ଧୀରେ ଲକ୍ଷେ ଟଙ୍କା ଆଡ଼କୁ ମୁହାଁଇଛି।

Advertisment ଅହେତୁକ ଦର ବୃଦ୍ଧି ଯୋଗୁଁ ବାହାଘର ହେଉ କି ପର୍ବପର୍ବାଣୀ, ସୁନା କିଣିବା ପାଇଁ ଲୋକଙ୍କୁ ବହୁତ ଭାବିବାକୁ ପଡୁଥିଲା।

ଅନେକ ପରିବାର ତ ସେମାନଙ୍କ ଗହଣା କିଣିବା ଯୋଜନାକୁ ସ୍ଥଗିତ ରଖିଥିଲେ।

କିନ୍ତୁ ଏବେ ବଜାରର ଚିତ୍ର ସମ୍ପୂର୍ଣ୍ଣ ବଦଳିଯାଇଛି।

ଦର ହ୍ରାସ ଖବର ଶୁଣିବା ପରେ ଗହଣା ଦୋକାନଗୁଡ଼ିକରେ ପୁଣିଥରେ ଗ୍ରାହକଙ୍କ ଗହଳି ଦେଖିବାକୁ ମିଳୁଛି।

ଯିଏ ଦିନେ ଗୋଟିଏ ମୁଦି କିଣିବାକୁ ସଂକୋଚ କରୁଥିଲେ, ଆଜି ସେମାନେ ହାର ଓ ଚୁଡ଼ି କିଣିବାକୁ ଆଗ୍ରହ ଦେଖାଉଛନ୍ତି।

ଯଦି ଦର ହ୍ରାସର ଏହି ଧାରା ଆଗକୁ ଜାରି ରହେ, ତେବେ ଖୁବଶୀଘ୍ର ସୁନା ଦର ଲକ୍ଷେ ଟଙ୍କା ତଳକୁ ଖସିବାର ସମ୍ଭାବନା ରହିଛି।

ଆଗକୁ ବିବାହ ଋତୁ ଆସୁଥିବାରୁ ବର୍ତ୍ତମାନର ଏହି ଦର ହ୍ରାସ ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି ଦେଇଛି।

ତେବେ ଦର ଆହୁରି କମିବ ନା ପୁଣି ବଢ଼ିବ, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)