Gold price: ଲଗାତାର ୪ ଦିନ ହେଲା କମୁଛି ସୁନା; ୧୯ କ୍ୟାରଟ୍ର ଦର ଏତିକି ହେଲା
ଭୁବନେଶ୍ବର: ସୁନା ଦର ଲଗାତାର ଭାବେ ଗତ ୪ ଦିନ ହେଲା ହ୍ରାସ ପାଉଛି।
୨୪ କ୍ୟାରେଟ ସୁନାର ୧୦ ଗ୍ରାମ୍ ପିଛା ଦର ଗୁରୁବାର ୨୫୭୦ ଟଙ୍କା ହ୍ରାସ ପାଇ ୧,୩୦,୬୯୦ ଟଙ୍କାରେ ରହିଛି।
ସେହିଭଳି ୨୨ କ୍ୟାରେଟ୍ ସୁନା ଦର ମଧ୍ୟ ୨୩୫୦ ଟଙ୍କା ହ୍ରାସ ପାଇ ୧,୧୯,୮୦୦ ଟଙ୍କାରେ ରହିଛି।
ଗତ ୪ ଦିନରେ ୨୪ କ୍ୟାରେଟ୍ ସୁନା ଦର ପ୍ରାୟ ୭ ହଜାର ଟଙ୍କା କମିଛି।
Advertisment ସେହିଭଳି ୨୨ କ୍ୟାରେଟ୍ ସୁନା ଦର ପ୍ରାୟ ୬୪୦୦ ଟଙ୍କା କମିଛି।
ଚଳିତମାସର ଦର ଉପରେ ନଜର ପକାଇଲେ ଜଣାଯାଇଛି ଯେ ଗତ ୫ ତାରିଖରେ ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୧,୪୬,୦୨୦ ଟଙ୍କା ଏବଂ ୨୨ କ୍ୟାରେଟ୍ ସୁନା ଦର ୧,୩୩,୮୫୦ ଟଙ୍କାରେ ଥିଲା।
ନଭେମ୍ବର ୫ରୁ ୧୯ ତାରିଖ ମଧ୍ୟରେ ୨୪ କ୍ୟାରେଟ୍ ସୁନା ଦର ପ୍ରାୟ ୧୫ ହଜାର ଟଙ୍କା ଏବଂ ୨୨ କ୍ୟାରେଟ୍ ସୁନା ଦର ୧୪ ହଜାର ଟଙ୍କା କମିଯାଇଛି।
Judgement: ୨୦୧୭ର ସାମରିକ ଅଭିଯାନରେ ପ୍ରାୟ ୧୦ ହଜାର ଲୋକଙ୍କ ମୃତ୍ୟୁ ହୋଇଛି: ଅନ୍ତର୍ଜାତୀୟ ନ୍ୟାୟାଳୟ ରୁପା ଦର ମଧ୍ୟ କମିବାରେ ଲାଗିଛି।
ନଭେମ୍ବର ମାସ ପହିଲାରେ ରୁପା ଦର କିଲୋଗ୍ରାମ ପିଛା ୨ ଲକ୍ଷ ଟଙ୍କା ଏବଂ ୪ ତାରିଖରେ ୨ ଲକ୍ଷ ୧୦ ହଜାର ଟଙ୍କାରେ ପହଞ୍ଚିଥିଲା।
କିନ୍ତୁ ଗୁରୁବାର ଏହା ୧ ଲକ୍ଷ ୮୦ ହଜାର ଟଙ୍କା ସ୍ତରକୁ ଖସିଆସିଛି।
ଆଗକୁ ବାହାଘର ଋତୁ ଥିବାରୁ ସୁନା ଓ ରୁପା ଦର ହ୍ରାସ ଗ୍ରାହକଙ୍କ ପାଇଁ କିଛିଟା ଆଶ୍ବସ୍ତି ଆଣିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
