ISRO: ଇସ୍ରୋରେ ୪୦୦ ଅପ୍ରେଣ୍ଟିସ୍ ପଦବିରେ ନିଯୁକ୍ତି, ନଭେମ୍ବର ୨୬ ଆବେଦନର ଶେଷ ତାରିଖ

Nov 07, 2026 - 14:53
ISRO: ଇସ୍ରୋରେ ୪୦୦ ଅପ୍ରେଣ୍ଟିସ୍ ପଦବିରେ ନିଯୁକ୍ତି, ନଭେମ୍ବର ୨୬ ଆବେଦନର ଶେଷ ତାରିଖ

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା ରେ ଅପ୍ରେଣ୍ଟିସ୍ ତାଲିମ ପାଇଁ ଅନଲାଇନ୍ ଆବେଦନ ନଭେମ୍ବର ୬ ତାରିଖରୁ ଆରମ୍ଭ ହୋଇଛି।

ଇସ୍ରୋରେ ତାଲିମ ନେବାକୁ ଇଚ୍ଛୁକ ଯୋଗ୍ୟ ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍‌କୁ ଯାଇ ISRO SDSC SHAR Apprentice -2026 ପାଇଁ ଆବେଦନ କରିପାରିବେ।

ଆବେଦନର ଶେଷ ତାରିଖ ୨୬ ନଭେମ୍ବର ୨୦୨୬ ରହିଛି।

Advertisment ମୋଟ କେତେ ପଦବୀରେ ହେବ ନିଯୁକ୍ତି?

ଇସ୍ରୋ ପକ୍ଷରୁ ଜାରି ସୂଚନା ଅନୁଯାୟୀ, ମୋଟ ୪୦୦ଟି ଅପ୍ରେଣ୍ଟିସ୍ ପଦବି ପୂରଣ କରାଯିବ।

ବିଭିନ୍ନ ବର୍ଗରେ ପଦବି ସଂଖ୍ୟା ହେଉଛି: - ଇଞ୍ଜିନିୟରିଂ ଗ୍ରାଜୁଏଟ୍ ଅପ୍ରେଣ୍ଟିସ୍: ୫୦ଟି - ନନ୍-ଇଞ୍ଜିନିୟରିଂ ଗ୍ରାଜୁଏଟ୍ ଅପ୍ରେଣ୍ଟିସ୍: ୬୦ଟି - ଟେକ୍ନିସିଆନ୍ ଅପ୍ରେଣ୍ଟିସ୍ (ଡିପ୍ଲୋମା): ୩୫ଟି - ଡିପ୍ଲୋମା ଅପ୍ରେଣ୍ଟିସ୍: ୬୦ଟି - ଟ୍ରେଡ୍ ଅପ୍ରେଣ୍ଟିସ୍: ୧୮୦ଟି - ଭୋକେସନାଲ୍ ଅପ୍ରେଣ୍ଟିସ୍: ୧୫ଟି ଆବେଦନ ପାଇଁ ଯୋଗ୍ୟତା ବିଭିନ୍ନ ପଦବୀ ପାଇଁ ଅଲଗା ଅଲଗା ଶିକ୍ଷାଗତ ଯୋଗ୍ୟତା ଧାର୍ଯ୍ୟ କରାଯାଇଛି। - ଇଞ୍ଜିନିୟରିଂ ଗ୍ରାଜୁଏଟ୍ ଅପ୍ରେଣ୍ଟିସ୍: ସର୍ବନିମ୍ନ ୬୦ ପ୍ରତିଶତ ନମ୍ବର ସହ ବିଇ କିମ୍ବା ବିଟେକ୍ ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ। - ନନ୍-ଇଞ୍ଜିନିୟରିଂ ଗ୍ରାଜୁଏଟ୍ ଅପ୍ରେଣ୍ଟିସ୍: ବିଏସ୍‌ସି, ବିକମ୍ କିମ୍ବା ବିଏ ଡିଗ୍ରୀ ଥିବା ଆବଶ୍ୟକ। - ଟେକ୍ନିସିଆନ୍ ଅପ୍ରେଣ୍ଟିସ୍: ସମ୍ପୃକ୍ତ ବିଷୟରେ ସର୍ବନିମ୍ନ ୬୦ ପ୍ରତିଶତ ନମ୍ବର ସହ ଡିପ୍ଲୋମା ଉତ୍ତୀର୍ଣ୍ଣ ହୋଇଥିବା ଦରକାର। - ଟ୍ରେଡ୍ ଅପ୍ରେଣ୍ଟିସ୍: ଆଇଟିଆଇ ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ। - ଭୋକେସନାଲ୍ ଅପ୍ରେଣ୍ଟିସ୍: ଭୋକେସନାଲ୍ ପ୍ରୋଗ୍ରାମରେ ଦୁଇ ବର୍ଷିଆ ସାର୍ଟିଫିକେଟ୍ ଥିବା ଆବଶ୍ୟକ।

କିପରି କରିବେ ଆବେଦନ?

୧.

ପ୍ରଥମେ ନ୍ୟାସନାଲ୍ ଅପ୍ରେଣ୍ଟିସ୍‌ସିପ୍ ଟ୍ରେନିଂ ସ୍କିମ୍‌ର ୱେବସାଇଟ୍ nats.education.gov.in କିମ୍ବା apprenticeship.gov.inକୁ ଯାଆନ୍ତୁ।

୨.

ୱେବସାଇଟ୍‌ରେ ଅନଲାଇନ୍ ପଞ୍ଜୀକରଣ ବିଭାଗକୁ ଯାଇ ଆବଶ୍ୟକୀୟ ତଥ୍ୟ ପୂରଣ କରନ୍ତୁ।

୩.

ଆବେଦନ ଫର୍ମ ପୂରଣ କରିବା ପରେ ଆବଶ୍ୟକ ଦସ୍ତାବିଜ୍ ଅପଲୋଡ୍ କରନ୍ତୁ।

୪.

ଶେଷରେ ଆବେଦନ ଫର୍ମର ଏକ ପ୍ରିଣ୍ଟ୍‌ଆଉଟ୍ ବାହାର କରି ନିଜ ପାଖରେ ରଖନ୍ତୁ।

ଗଞ୍ଜାମରେ ଗଡ଼ିଲା ଇଲେକ୍ଟ୍ରିକ୍ ବସ୍, ୮ଟି ରୁଟ୍‌ରେ ଚାଲିବ ୨୫ଟି ଗାଡ଼ି

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)