Gill's fitness: ଆଜି ଦ୍ବିତୀୟ ଦିନିକିଆ: ଗିଲ୍‌ଙ୍କ ଫିଟ୍‌ନେସ୍‌, ରୋହିତଙ୍କ ଫର୍ମକୁ ନେଇ ଚିନ୍ତ‌ା

Jul 16, 2026 - 04:18
Gill's fitness: ଆଜି ଦ୍ବିତୀୟ ଦିନିକିଆ: ଗିଲ୍‌ଙ୍କ ଫିଟ୍‌ନେସ୍‌, ରୋହିତଙ୍କ ଫର୍ମକୁ ନେଇ ଚିନ୍ତ‌ା

"କାର୍ଡିଫ୍‌: ଅଧିନାୟକ ଶୁବମନ ଗିଲ୍‌ଙ୍କ ଫିଟ୍‌ନେସ୍‌ ଏବଂ ରୋହିତ ଶର୍ମାଙ୍କ ଫର୍ମ ବୁଧବାର ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଦିନିକିଆ ପୂର୍ବରୁ ଭାରତକୁ ଚିନ୍ତାରେ ପକାଇଛି।

ବର୍ମିଂହାମରେ ପ୍ରଥମ ଦିନିକିଆକୁ ୬ ୱିକେଟ୍‌ରେ ଜିତି ସଂପ୍ରତି ୩ ମ୍ୟାଚ୍‌ ବିଶିଷ୍ଟ ଏହି ଶୃଙ୍ଖଳାରେ ୧-୦ରେ ଆଗରେ ରହିଛି।

ହେଲେ ଦଳର ପ୍ରଦର୍ଶନ ଚିନ୍ତାଜନକ ରହିଥିଲା।

ଦ୍ବିତୀୟ ଦିନିକିଆ ଜିତି ଦିନିକିଆ ଶୃଙ୍ଖଳା କବ୍‌ଜା କରିବା ସହ ଟ୍ବେଣ୍ଟି-୨୦ ଶୃଙ୍ଖଳା ପରାଜୟର ଦୁଃଖ ଭୁଲିବା ଆଶା ରଖିଥିବା ଭାରତ ପାଇଁ ଏହା ବଡ଼ ସମସ୍ୟା ଆଣିଛି।

ଗିଲ୍‌ ୮୦ ରନ୍‌ କରିଥିଲା ବେଳେ ଗୋଡ଼ରେ ଯନ୍ତ୍ରଣା ହେବାରୁ ପଡ଼ିଆ ଛାଡ଼ିଥିଲେ।

ଗତ ବର୍ଷ ଏଭଳି ଦକ୍ଷିଣ ଆଫ୍ରିକା ବିପକ୍ଷ କୋଲକାତା ଟେଷ୍ଟ୍‌ରେ ତାଙ୍କ ବେକରେ ଯନ୍ତ୍ରଣା ହେବାରୁ ଗିଲ୍‌ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ଏବଂ ଆଉ ବ୍ୟାଟିଂକୁ ଆସି ନଥିଲେ।

ଫଳରେ ଭାରତ ସେହି ମ୍ୟାଚ୍‌କୁ ହାରି ଯାଇଥିଲା।

Advertisment Rath Yatra:  ରାଇରଂଗପୁର ରଥଯାତ୍ରାରେ ଦିନେ ଲେଖାଁଏ ରଥ ଟାଣନ୍ତି ପୁରୁଷ ଓ ମହିଳା ଗିଲ୍‌ ସଂପ୍ରତି ଚମତ୍କାର ଫର୍ମରେ ଥିଲା ବେଳେ ଦଳକୁ ଭଲ ନେତୃତ୍ବ ଦେଉଛନ୍ତି।

ତେଣୁ ଦଳ ଚାହୁଛି ତାଙ୍କର ଆଘାତ ଜନିତ ସମସ୍ୟା ଯେମିତି ବଡ଼ ଧରଣର ନହେଉ।

ତେବେ ତାଙ୍କ ଓପନିଂ ସାଥୀ ରୋହିତଙ୍କ ଫିଟ୍‌ନେସ୍‌ ସମସ୍ୟା ନଥିଲେ ମଧ୍ୟ ସେ ଫର୍ମ ପାଇଁ ସଂଘର୍ଷ କରୁଛନ୍ତି।

ଅଧିନାୟକ ପଦ ଛାଡ଼ିବା ସତ୍ତ୍ବେ ସେ ପୂର୍ବ ଲୟକୁ ଏପର୍ଯ୍ୟନ୍ତ ଫେରି ନାହାନ୍ତି।

ହିଟ୍‌ମ୍ୟାନ୍‌ ଭାବେ ପରିଚିତ ରୋହିତ ଗତବର୍ଷ ଅକ୍ଟୋବରରୁ ୧୩ ମ୍ୟାଚ୍‌ ଖେଳି ଗୋଟିଏ ଶତକ ଓ ୪ ଅର୍ଦ୍ଧଶତକ ସହ ୪୬.୯୧ ହାରରେ ମାତ୍ର ୫୬୩ ରନ୍‌ କରିଛନ୍ତି।

ଗତ ମ୍ୟାଚ୍‌ରେ ତାରକା ବ୍ୟାଟର୍‌ ବିରାଟ କୋହଲି ବିଫଳ ହୋଇଥିଲେ ମଧ୍ୟ ସେ ଫର୍ମରେ ଥିବା ଦଳ ପାଇଁ ଭଲ ଖବର।

୩୭ ବର୍ଷୀୟ କୋହଲି ଅକ୍ଟୋବରରୁ ଏ ପର୍ଯ୍ୟନ୍ତ ୧୦ ମ୍ୟାଚ୍‌ରେ ୩ ଶତକ ଓ ଅର୍ଦ୍ଧଶତକ ସହ ୭୭.୬୨ ହାରରେ ୬୨୧ ରନ୍‌ କରିଛନ୍ତି।

ଗତ ମ୍ୟାଚ୍‌ରେ ଦୁଇ ଅଲ୍‌ରାଉଣ୍ଡର ଅକ୍ଷର ପଟେଲ ଓ ୱାସିଂଟନ ସୁନ୍ଦର ଚମତ୍କାର ଖେଳି ଅପରାଜେୟ ରହି ଦଳକୁ ବିଜୟ ଭେଟି ଦେଇଥିଲେ।

ଏଜ୍‌ବାଷ୍ଟନ୍‌ ବିଜୟ ପରେ ଗିଲ୍‌ ବୋଲିଂରେ କିଛି ପରିବର୍ତ୍ତନ କରି ପଡ଼ିଆକୁ ଓହ୍ଲାଇବାକୁ ଚିନ୍ତା କରି ପାରନ୍ତି।

ଯଶ୍‌ପ୍ରୀତ୍‌ ବୁମ୍‌ରାଙ୍କ ସହ ଅର୍ଶଦୀପ ସିଂହଙ୍କୁ ନୂଆ ବଲ୍‌ ଦେବାକୁ ଚିନ୍ତା କରିପାରନ୍ତି।

ଫଳରେ ଭଲ ପ୍ରଦର୍ଶନ ସତ୍ତ୍ବେ ଗୁରନୂର ବ୍ରାର୍‌ ବାଦ୍‌ ପଡ଼ିପାରନ୍ତି।

ବ୍ରାରଙ୍କୁ ବାଦ୍‌ ଦେବା କିନ୍ତୁ ଗିଲ୍‌ ଏବଂ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ ପାଇଁ ଆଦୌ ସହଜ ହେବନି।

ଭାରତୀୟ ସ୍ପିନ୍‌ ବାହିନୀରେ କିଛି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ।

ଫଳରେ ବାମହାତୀ ସ୍ପିନର କୁଲଦୀପ ଯାଦବ ଡଗ୍‌ଆଉଟ୍‌ରେ ରହିବେ।

ଶିବମ ଦୁବେ ଓ ୱାସିଂଟନ୍‌ ଭଲ କରିଥିବାରୁ ପୁଣି ଥରେ ଚୂଡ଼ାନ୍ତ ଏକାଦଶରେ ରହିବେ।

ଅନ୍ୟପକ୍ଷରେ ଇଂଲଣ୍ଡ ୨୦୨୫ ପରଠୁ ୧୯ ଦିନିକିଆ ଖେଳି ୧୩ଟିରେ ହାରିଛି।

ତେଣୁ ଏହି ସଂଘର୍ଷଭରା ରେକର୍ଡକୁ ପଛରେ ପକାଇବାକୁ ଏହାର ଶୀର୍ଷକ୍ରମ ବ୍ୟାଟର୍‌ଙ୍କୁ ପ୍ରୟାସ କରିବାକୁ ପଡ଼ିବ।

କିନ୍ତୁ ହ୍ୟାରି ବ୍ରୁକଙ୍କ ଦଳ କାର୍ଡିଫ୍‌ରେ ଭଲ ରେକର୍ଡ ରଖିଛି।

ଏଠାରେ ୧୭ ମ୍ୟାଚ୍ ଖେଳି ୧୦ଟି ଜିତିଛି ଇଂଲଣ୍ଡ।

ଘରୋଇ ଦଳ ଏଠାରେ କେବଳ ୩ଟି ଦିନିକିଆ ହାରିଛି।

ଗୁରୁବାର ଯଦି ଇଂଲଣ୍ଡ ଏଠାରେ ଥିବା ନିଜର ଉନ୍ନତ ରେକର୍ଡକୁ ଦୋହରାଇ ନପାରେ, ତାହେଲେ ଭାରତ ୨-୦ର ଅପରାଜେୟ ଅଗ୍ରଣୀ ଲାଭ କରିବା ସହ ଆଗୁଆ ଶୃଙ୍ଖଳା ଜିତିବ।

ଇଂଲଣ୍ଡ ବିଜୟୀ ହେଲେ ତୃତୀୟ ତଥା ଶେଷ ଦିନିକିଆର ମହତ୍ତ୍ବ ବଢ଼ିବ।

Rath Yatra 2026: ଭକ୍ତିରେ ଉଛୁଳିଲା ବଡଦାଣ୍ଡ; ସାଆନ୍ତଙ୍କ ଅପେକ୍ଷାରେ ଭକ୍ତ ସମ୍ଭାବ୍ୟ ଭାରତୀୟ ଦଳ: ଶୁବମନ ଗିଲ୍ (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, ଶ୍ରେୟସ ଆୟର (ଉପଅଧିନାୟକ), କେଏଲ୍ ରାହୁଲ (ୱିକେଟକିପର୍), ୱାଶିଂଟନ ସୁନ୍ଦର, ଅକ୍ଷର ପଟେଲ, ଶିବମ ଦୁବେ, ଯଶପ୍ରୀତ ବୁମ୍‌ରା, ପ୍ରସିଦ୍ଧ କୃଷ୍ଣ, ଅର୍ଶଦୀପ ସିଂହ/ଗୁରନୁର ବ୍ରାର।

ସମ୍ଭାବ୍ୟ ଇଂଲଣ୍ଡ ଦଳ: ଜାକବ ବେଥେଲ, ବେନ୍ ଡକେଟ, ଜୋ ରୁଟ୍‌, ହ୍ୟାରି ବ୍ରୁକ (ଅଧିନାୟକ), ଜୋସ୍‌ ବଟଲର (ୱିକେଟ୍‌ରକ୍ଷକ), ସାମ୍‌ କରନ, ୱିଲ୍‌ ଜ୍ୟାକ୍ସ, ଜୋଫ୍ରା ଆର୍ଚର, ଲିଆମ ଡସନ, ଜୋସ୍‌ ଟଙ୍ଗ, ଆଦିଲ ରସିଦ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।