Ghosh Yatra: ଘୋଷଯାତ୍ରା ପାଇଁ ପରିବହନ ବିଭାଗର ବ୍ୟାପକ ବ୍ୟବସ୍ଥା: ଏଲ୍ଇଡିରେ ପ୍ରଦାନ କରାଯିବ ଟ୍ରାଫିକ୍ ଅପଡେଟ୍
"କଟକ: ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ବ୍ୟାପକ ସେବାମୂଳକ ଆୟୋଜନ କରାଯାଇଛି।
ଉତ୍ତରା ଛକ ଓ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଏଲ୍ଇଡି ମାଧ୍ୟମରେ ପୁରୀ ରୁଟ୍ର ରିଅଲ୍-ଟାଇମ୍ ଟ୍ରାଫିକ୍ ଅପଡେଟ୍ ପ୍ରଦାନ କରାଯିବ।
ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକମାନଙ୍କ ସୁବିଧା ପାଇଁ ମାଳତୀପାଟପୁର ଓ ତାଳବଣିଆଠାରେ ସ୍ୱତନ୍ତ୍ର ସହାୟତା କେନ୍ଦ୍ର ପ୍ରତିଷ୍ଠା କରାଯାଇଛି।
ଏହି କେନ୍ଦ୍ରଗୁଡ଼ିକରେ ହୁଇଲ୍ ଚେୟାର୍, ବାୟୋ-ଟଏଲେଟ୍, ସ୍ୱତନ୍ତ୍ର ବିଶ୍ରାମସ୍ଥଳ, ପାନୀୟଜଳ ଓ ପ୍ରାଥମିକ ଚିକିତ୍ସା ସେବା ଉପଲବ୍ଧ କରାଯାଇଛି।
ଏଥିସହ ଏହି ସହାୟତା କେନ୍ଦ୍ରରୁ ଯାତ୍ରୀମାନଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳ ପର୍ଯ୍ୟନ୍ତ ନେବା ଆଣିବା କରିବା ପାଇଁ ମାଗଣା ସଟଲ୍ ବସ୍ ଓ ଇ-ରିକ୍ସାର ସ୍ୱତନ୍ତ୍ର ସେବା ଯୋଗାଇ ଦିଆଯାଉଛି।Advertisment Rath Yatra: ରାଇରଂଗପୁର ରଥଯାତ୍ରାରେ ଦିନେ ଲେଖାଁଏ ରଥ ଟାଣନ୍ତି ପୁରୁଷ ଓ ମହିଳା ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ସହାୟତା କେନ୍ଦ୍ରଶ୍ରଦ୍ଧାଳୁଙ୍କ ପାଇଁ ମାଗଣା ସଟଲ୍ ବସ୍, ଇ-ରିକ୍ସାଅସ୍ଥାୟୀ ବିଶ୍ରାମାଗାର ସହ ମାଗଣା ରନ୍ଧାଖାଦ୍ୟ ଭୁବନେଶ୍ୱର ପଟରୁ ପୁରୀ ଅଭିମୁଖେ ଯାଉଥିବା ଶ୍ରଦ୍ଧାଳୁମାନଙ୍କ ସୁବିଧା ତଥା ଟ୍ରାଫିକ୍ ସମସ୍ୟା ଏଡ଼ାଇବା ପାଇଁ ବିଭାଗ ପକ୍ଷରୁ ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇଛି।
ପୁରୀ ପୁଲିସର ପ୍ରତ୍ୟକ୍ଷ ସହଭାଗିତାରେ ଉତ୍ତରା ଛକ ଓ ଲିଙ୍ଗିପୁର ଭଳି ପ୍ରମୁଖ ଜଙ୍କସନ୍ରେ ଏଲ୍ଇଡି ଭ୍ୟାନ୍ ମାଧ୍ୟମରେ ଟ୍ରାଫିକ୍ ସ୍ଥିତି ପ୍ରଦର୍ଶିତ କରାଯାଉଛି।
ଏହାଦ୍ୱାରା ଯାତ୍ରୀମାନେ ପୁରୀ ମାର୍ଗର ଭିଡ଼ ଓ ଗମନାଗମନ ସ୍ଥିତି ବିଷୟରେ ପୂର୍ବରୁ ଅବଗତ ହୋଇ ସହଜରେ ନିଜର ଯାତ୍ରା ସମାପ୍ତ କରିପାରିବେ।
Neglect: ୧୦ ଦିନରେ ୩ ମୃତ୍ୟୁ, ବର୍ଷକରେ ୨୫ ମୃତ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ବିଭିନ୍ନ ସ୍ଥାନରେ ଅସ୍ଥାୟୀ ବିଶ୍ରାମାଗାର ସହ ନିଶୁଳ୍କ ରନ୍ଧାଖାଦ୍ୟ ବଣ୍ଟନର ବ୍ୟବସ୍ଥା କରାଯାଇଛି।
ଯାତ୍ରୀମାନଙ୍କୁ ମାର୍ଗଦର୍ଶନ କରିବା ପାଇଁ ସ୍ୱତନ୍ତ୍ର ହେଲ୍ପ ଡେସ୍କ ଓ ସୂଚନା କେନ୍ଦ୍ର କାର୍ଯ୍ୟ କରୁଛି।
ସଡ଼କ ସୁରକ୍ଷା ନିୟମ ଉଲ୍ଲଂଘନକାରୀଙ୍କୁ ଚିହ୍ନଟ ପାଇଁ ଏନ୍ଫୋର୍ସମେଣ୍ଟ ଟିମ୍ ଏବଂ ଆଇଇଏମ୍ଏସ୍ ବ୍ୟବସ୍ଥା ରହିଛି।
ଏହା ସହିତ କୌଣସି ଗାଡ଼ି ଖରାପ ହେଲେ ତୁରନ୍ତ ସହାୟତା ଯୋଗାଇଦେବା ପାଇଁ ବ୍ରେକଡାଉନ୍ ସର୍ଭିସ ଓ ସ୍ୱତନ୍ତ୍ର କ୍ରେନ୍ ମଧ୍ୟ ମୁତୟନ କରାଯାଇଛି।
ସମସ୍ତ ଯାତ୍ରୀ ସଡ଼କ ସୁରକ୍ଷା ନିୟମ ପାଳନକୁ ପ୍ରାଧାନ୍ୟ ଦେବା ଏବଂ ନିଜ ସହ ଅନ୍ୟ ସଡ଼କ ବ୍ୟବହାରକାରୀଙ୍କ ଯାତ୍ରାକୁ ସୁରକ୍ଷିତ କରିବାକୁ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ପରାମର୍ଶ ଦିଆଯାଇଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।