Ghana's winning campaign: ୟିରେଙ୍କିଙ୍କ ବିଳମ୍ବିତ ଗୋଲ୍ରେ ପାନାମାର ହୃଦୟ ଭାଙ୍ଗିଲା: ଘାନାର ବିଜୟ ଅଭିଯାନ
ଟରୋଣ୍ଟୋ: ଏଠାରେ ଖେଳାଯାଇଥିବା ଚଳିତ ବିଶ୍ବକପ୍ର ଗ୍ରୁପ୍-ଏଲ୍’ର ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍ରେ କାଲେବ ୟିରେଙ୍କିଙ୍କ ବିଳମ୍ବିତ ଗୋଲ୍ରେ ପାନାମାକୁ ହରାଇ ଘାନା ଅଭିଯାନ ଆରମ୍ଭ କରିଛି। ମ୍ୟାଚ୍ର ଦ୍ବିତୀୟ ମିନିଟ୍ରେ ଅମିର ମୁରିଲୋଙ୍କ ଏକ ଲୋ କ୍ରସ୍ ପାସ୍ରେ ସେସିଲେ ୱାର୍ଟରମ୍ୟାନ୍ ପାନାମା ପାଇଁ ସୁଯୋଗ ଆଣିଥିଲେ। ହେଲେ ଘାନା ଗୋଲି ବେଞ୍ଜମିନ ଆସେରେ ଡାଇଭ୍ ମାରି ବଲ୍ ଅଟକାଇ ଦେଇଥିଲେ।
ତାମିଲନାଡ଼ୁରେ ଆତ୍ମହତ୍ୟା କଲେ ନିଟ୍ ଆଶାୟୀ
ପ୍ରଥମାର୍ଦ୍ଧରେ ପାନାମାର ଅନେକ ପ୍ରୟାସକୁ ନିଷ୍ଫଳ କରିଥିବା ଘାନା ଦ୍ବିତୀୟାର୍ଦ୍ଧରେ ଚମତ୍କାର ପ୍ରତ୍ୟାବର୍ତ୍ତନ କରି ଘନ ଘନ ଆକ୍ରମଣ କରିଥିଲା। ହେଲେ ପାନାମାର ରକ୍ଷଣଭାଗ ଭେଦ କରିପାରି ନଥିଲା। ତେବେ ଶେଷ ଇନ୍ଜୁରି ସମୟରେ ବ୍ରାଣ୍ଡନ ଥୋମାସଙ୍କ ପାସ୍କୁ ଗୋଲ୍ରେ ପରିଣତ କରି ୟିରେଙ୍କି (୯୦+୫ ମିନିଟ୍) ଘାନକୁ ବିଜୟ ଭେଟି ଦେଇଥିଲେ। ଏଥିସହ ୟିରେଙ୍କି ପ୍ରଥମ ଅନ୍ତର୍ଜାତୀୟ ଗୋଲ୍ କରିବା ପ୍ରଥମ ବିଶ୍ବକପ୍ ପଏଣ୍ଟ୍ ଆଶାରେ ଥିବା ପାନାମାର ହୃଦୟ ଭାଙ୍ଗି ଦେଇଥିଲେ। ଘାନାର ଏହା ପଞ୍ଚମ ବିଶ୍ବକପ୍ ହୋଇଥିଲା ବେଳେ ୨୦୧୦ରେ ଦଳ କ୍ବାର୍ଟରଫାଇନାଲ୍ରେ ପହଞ୍ଚିଥିଲା। ୨୦୧୮ରେ ପ୍ରଥମ ଥର ବିଶ୍ବକପ୍ ଯୋଗ୍ୟତା ଅର୍ଜନ କରି ଗ୍ରୁପ୍ ପର୍ଯ୍ୟାୟରୁ ବିଦାୟ ନେଇଥିବା ପାନାମାର ଏହା ଦ୍ବିତୀୟ ବିଶ୍ବକପ୍। ଜୁନ୍ ୨୩ରେ ଘାନା ଭେଟିବ ଇଂଲଣ୍ଡକୁ ଏବଂ ପାନାମା ଭେଟିବ କ୍ରୋଏସିଆକୁ।