Germany Bow Out of the Tournament: ବିଶ୍ବକପ୍ ଫୁଟବଲ ଅପଡେଟ୍, ଟୁର୍ଣ୍ଣାମେଣ୍ଟରୁ ବିଦା ହେଲା ୪ ଥରର ଚାମ୍ପିୟନ ଜର୍ମାନୀ
ଫିଫା ବିଶ୍ୱକପରେ ବଡ଼ ବିପର୍ଯ୍ୟୟ। ବିଶ୍ୱକପରୁ ବିଦା ହେଲା ଚାରି ଚାରି ଥରର ଚାମ୍ପିଅନ ଜର୍ମାନୀ। 2010 ପରେ ପ୍ରଥମ ଥର ବିଶ୍ୱକପ ଖେଳୁଥିବା ପାରାଗୁଏ, ବିଶ୍ୱର ସବୁଠୁ ସଫଳ ଫୁଟବଲ ଦଳମାନଙ୍କ ମଧ୍ୟରୁ ଅନ୍ୟତମ ତଥା ଶକ୍ତିଶାଳୀ ଜର୍ମାନୀକୁ ପେନାଲିଟି ସୁଟଆଉଟରେ ହରାଇ ଦେଇଛି। ଟୁର୍ଣ୍ଣାମେଣ୍ଟରେ ଭଲ ଆରମ୍ଭ କରିଥିଲେ ମଧ୍ୟ ନକଆଉଟ୍ ପର୍ଯ୍ୟାୟର ଚାପ ସମ୍ଭାଳିପାରିନି ଜର୍ମାନୀ।
ପ୍ରି-କ୍ୱାର୍ଟର ଫାଇନାଲରେ ପରାଜୟ ସହ ଚଳିତ ବିଶ୍ୱକପରେ ଅଭିଯାନ ଶେଷ କରିଛି ଜର୍ମାନୀ। 90 ମିନିଟ୍ ଓ ଅତିରିକ୍ତ 30 ମିନିଟ୍ ପରେ ମଧ୍ୟ ସ୍କୋର 1-1ରେ ରହିବାରୁ ମ୍ୟାଚ୍ ପେନାଲ୍ଟି ସୁଟଆଉଟକୁ ଯାଇଥିଲା। ପେନାଲ୍ଟି ସୁଟଆଉଟରେ 4-3ରେ ବିଜୟ ହାସଲ କରିଛି ପାରାଗୁଏ। ବିଶ୍ୱକପ୍ ଇତିହାସରେ ଏହା ହେଉଛି ଜର୍ମାନୀର ପ୍ରଥମ ପେନାଲ୍ଟି ସୁଟଆଉଟ୍ ପରାଜୟ।
1954, 1974, 1990 ଓ 2014ର ଚାମ୍ପିଅନ ଦଳ ହେଉଛି ଜର୍ମାନୀ। ସେହିପରି ଅନ୍ୟତମ ଶକ୍ତିଶାଳୀ ଦଳ ଭାବେ ପରିଚିତ ନେଦରଲାଣ୍ଡସ ମଧ୍ୟ ବିଶ୍ବକପରୁ ଆଉଟ୍ ହୋଇଯାଇଛି । ରାଉଣ୍ଡ ଅଫ ୩୨ର ଏକ ମ୍ୟାଚରେ ମରକ୍କୋ ନେଦରଲାଣ୍ଡକୁ ପେନାଲଟି ସୁଟ୍ ଆଉଟରେ ପରାସ୍ତ କରିଛି ।
ନିର୍ଦ୍ଧାରିତ ସମୟରେ ଗୋଲ ୧-୧ରେ ବରାବର ରହିବାରୁ ପେନାଲଟି ସୁଟଆଉଟର ସାହାଯ୍ୟ ନିଆଯାଇଥିଲା । ଆଉ ଏଥିରେ ବାଜି ମାରି ନେଇଛି ମରକ୍କୋ । ସେହିପରି ଅନ୍ୟ ଏକ ମ୍ୟାଚରେ ଶକ୍ତିଶାଳୀ ବ୍ରାଜିଲ, ଏସୀୟ ରାଷ୍ଟ୍ର ଜାପାନକୁ ୨-୧ ଗୋଲରେ ହରାଇ ପରବର୍ତ୍ତୀ ପର୍ଯ୍ୟାୟକୁ ଯାଇଛି ।