Double Murder Shock: ଡବଲ ମର୍ଡର ପଛରେ ଦୁଇ ସ୍କୁଲ ପିଲା, ଜଣେ ଦଶମ ଓ ଜଣେ ଦ୍ବାଦଶ ଶ୍ରେଣୀର

Jun 30, 2026 - 17:48
Double Murder Shock: ଡବଲ ମର୍ଡର ପଛରେ ଦୁଇ ସ୍କୁଲ ପିଲା, ଜଣେ ଦଶମ ଓ ଜଣେ ଦ୍ବାଦଶ ଶ୍ରେଣୀର

ଭୁବନେଶ୍ବର ଖଣ୍ଡଗିରି କୋଳଥିଆ ଡବଲ ମର୍ଡର ପଛର ଖୋଲିଲା ଗୁମର। ହତ୍ୟାକାରୀ ଦୁଇ ଜଣ ସ୍କୁଲ୍  ଛାତ୍ର ବୋଲି କମିଶନରେଟ ପୋଲିସର ସୂଚନା। ହତ୍ୟାକାରୀ ଜଣେ ଦଶମ ଓ ଜଣେ ଦ୍ବାଦଶ ଶ୍ରେଣୀ ଛାତ୍ର ବୋଲି କହିଛନ୍ତି ପୋଲିସ କମିଶନର। ସମ୍ବାଦିକ ସମ୍ମିଳନୀରେ ପୂରା ମର୍ଡର ପ୍ଲଟର ଖୁଲାସା କରିଛନ୍ତି କମିଶନର।

ସେ କହିଛନ୍ତି, ମୃତକ କୃଷ୍ଣ ପ୍ରସାଦ ପାଢ଼ୀ B.Sc ଦ୍ବିତୀୟ ବର୍ଷର ଛାତ୍ର ଥିଲେ। ୨ ଛାତ୍ରଙ୍କର ଜଣେ ଝିଅ ସହପାଠୀଙ୍କୁ କୃଷ୍ଣ ହଇରାଣ କରିବା ଅଭିଯୋଗ ରହିଛି। ଏହାକୁ ନେଇ ପ୍ରାୟ ବର୍ଷେ ହେଲା ବିବାଦ ଥିଲା। ଏହାକୁ ନେଇ ହତ୍ୟା ଷଡ଼ଯନ୍ତ୍ର ରଚିଥିଲେ ୨ ଛାତ୍ର। ‘କୃଷ୍ଣଙ୍କ ଘରକୁ ଲଙ୍କା ଗୁଣ୍ଡ, ରଡ୍ ନେଇ ମୁଖା ପିନ୍ଧି ଯାଇଥିଲେ। ୨ ଛାତ୍ରଙ୍କର ପୂର୍ବରୁ ଅପରାଧିକ ରେକର୍ଡ ନ ଥିଲେ ବି ଯୋଜନାବଦ୍ଧ ହତ୍ୟାକାଣ୍ଡ। ନିର୍ଦ୍ଦିଷ୍ଟ ଜଣେ ଝିଅକୁ କୃଷ୍ଣ ହଇରାଣ କରିବାରୁ ହତ୍ୟାକାଣ୍ଡ କରାଯାଇଥିବା ପୋଲିସ କମିଶନର ଏସ୍.ଦେବଦତ୍ତ ସିଂ ସୂଚନା ଦେଇଛନ୍ତି।

ଅଟକ ୨ ଛାତ୍ରଙ୍କୁ ଜୁଭେନାଇଇ ଜଷ୍ଟିସ ବୋର୍ଡରେ ହାଜର କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ଗତକାଲି ପୁଅ କୃଷ୍ଣ ପାଢ଼ୀ କୁ ପିଟି ପିଟି ହତ୍ୟା କରିଥିଲେ ଦୁର୍ବୁତ୍ତ । ପୁଅକୁ ବଞ୍ଚାଇବାକୁ ଯାଇ ବାପା ଓ ଭଉଣୀ ମଧ୍ୟ ହୋଇଥିଲେ ଗୁରୁତର। ସମସ୍ତ ଗୁରୁତରଙ୍କୁ AIIMS ରେ ଭର୍ତ୍ତି କରାଯାଇଥିଲା । ଆଜି ବାପା ହିମାଂଶୁ ପାଢ଼ୀଙ୍କ ମୃତ୍ୟୁ ହୋଇଛି। ଆକ୍ରମଣରେ ଗୁରୁତର କୃଷ୍ଣଙ୍କ ଭଉଣୀ ଏବେ ଚିକିତ୍ସାଧୀନ ଅଛନ୍ତି। ... 

ଭୁବନେଶ୍ବର କୋଳଥିଆ ଡବଲ ମର୍ଡର ପଛରେ ଦୁଇ ସ୍କୁଲ୍ ଛାତ୍ର
ଜଣେ ଦଶମ ଓ ଜଣେ ଦ୍ବାଦଶ ଶ୍ରେଣୀ ଛାତ୍ର ହତ୍ୟାକାରୀ: ସିପି
କ୍ରାଇମ୍ ସିନକୁ ନେଇ ସବୁ ତଥ୍ୟ ଓଗାଳୁଛି ପୋଲିସ୍ 
‘ଅଟକ ୨ ଛାତ୍ରଙ୍କୁ ଜୁଭେନାଇଇ ଜଷ୍ଟିସ ବୋର୍ଡରେ ହାଜର କରାଯିବ’ 
‘ମୃତକ କୃଷ୍ଣ ପ୍ରସାଦ B.Sc ଛାତ୍ର ଥିଲେ’
‘୨ ଛାତ୍ରଙ୍କ ଝିଅ ସହପାଠୀଙ୍କୁ କୃଷ୍ଣ ହଇରାଣ କରୁଥିଲେ’
‘ବର୍ଷେ ହେଲା ଏନେଇ ବିବାଦ ଥିଲା’ 
‘କୃଷ୍ଣଙ୍କ ଘରକୁ ଲଙ୍କା ଗୁଣ୍ଡ, ରଡ୍ ନେଇ ମୁଖା ପିନ୍ଧି ଯାଇଥିଲେ
‘କୃଷ୍ଣଙ୍କୁ ପିଟିଥିଲେ, ବାପା ଆସିବାରୁ ତାଙ୍କୁ ବି ପିଟିଲେ’