Germany: ଜର୍ମାନୀ ଯୁବ କଲ୍ୟାଣ କେନ୍ଦ୍ରରେ ଗୁଳିକାଣ୍ଡ; ୫ ମୃତ
"ବର୍ଲିନ: ଉତ୍ତର ଜର୍ମାନୀର ଷ୍ଟେଡ ସହରରେ ଏକ ଯୁବ କଲ୍ୟାଣ କେନ୍ଦ୍ରରେ ବଡ଼ଧରଣର ଗୁଳିକାଣ୍ଡ ଘଟଣା ଘଟିଛି।
ଏହି ଗୁଳିକାଣ୍ଡ ଘଟଣାରେ ଅତି କମ୍ରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଥିବା ନ୍ୟୁଜ ଏଜେନ୍ସି ରଏଟର୍ସ ପକ୍ଷରୁ ସୋମବାର ସୂଚନା ଦିଆଯାଇଛି।Advertisment ଆହୁରି ପଢନ୍ତୁ: Rashtrapati Bhavan: ରାଷ୍ଟ୍ରପତି ଭବନରେ ଚାକିରି ପାଇବେ କେମିତି?
ଜର୍ମାନ ସମ୍ବାଦ ସଂସ୍ଥା ଡିପିଏ ରିପୋର୍ଟ କରିଛି ଯେ, ଗୁଳିକାଣ୍ଡ ମାମଲାରେ ଦୁଇଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି।
ସେମାନଙ୍କ ମଧ୍ୟରୁ ଜଣେ ଗୁଳିଚାଳନାକାରୀ ଓ ଅନ୍ୟ ଜଣେ ସନ୍ଦିଗ୍ଧଙ୍କୁ ଭୂମିକା ସମ୍ପର୍କରେ ଜଣାପଡ଼ି ନଥିଲେ ମଧ୍ୟ ପୁଲିସ ହେପାଜତରେ ରଖିଛି।
ତେବେ ଗୁଳିକାଣ୍ଡ ପଛର ଉଦ୍ଦେଶ୍ୟ ଜଣାପଡ଼ିନାହିଁ।
ଗୁଳିକାଣ୍ଡ ଘଟଣା ପରେ ପୁଲିସ ସହର ବାହାରେ ବଡ଼ଧରଣର ଅପରେସନ ଆରମ୍ଭ କରିଛି।
ଲୋକମାନଙ୍କୁ ଘଟଣାସ୍ଥଳରୁ ଦୂରେଇ ରହିବାକୁ ପୁଲିସ କହିଛି।
ହାମବର୍ଗର ପଶ୍ଚିମରେ ଥିବା ଷ୍ଟେଡ ସହରରେ ୫୦,୦୦୦ ଲୋକ ବସବାସ କରନ୍ତି।
ବର୍ତ୍ତମାନ ସ୍ଥାନୀୟ ଲୋକଙ୍କ ପାଇଁ ବିପଦ ନଥିବା ପୁଲିସ ପକ୍ଷରୁ କୁହାଯାଇଛି।
"