France: ଫ୍ରାନ୍ସର ଭୟଙ୍କର ଜଙ୍ଗଲ ନିଆଁ: ୨.୨୦ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର
"ପ୍ୟାରିସ: ଦକ୍ଷିଣ-ପଶ୍ଚିମ ଫ୍ରାନ୍ସରେ ଲାଗିଥିବା ଭୟଙ୍କର ଜଙ୍ଗଲ ନିଆଁ ଯୋଗୁଁ ପରିସ୍ଥିତି ଆହୁରି ଗମ୍ଭୀର ହୋଇଛି।
ଫ୍ରାନ୍ସ ସରକାରଙ୍କ ସୂଚନା ଅନୁସାରେ, ବୋର୍ଦୋ ସହର ନିକଟବର୍ତ୍ତୀ ଅଞ୍ଚଳରୁ ଏବେ ସୁଦ୍ଧା ୨ ଲକ୍ଷ ୨୦ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।
ନିଆଁ ବେଗରେ ବ୍ୟାପୁଥିବାରୁ ବୋର୍ଦୋ ଆଖପାଖର ଗ୍ରାମଗୁଡ଼ିକରୁ ରବିବାର ରାତିରେ ଆହୁରି ୫୦ ହଜାରରୁ ଅଧିକ ଲୋକଙ୍କୁ ଘର ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି।Advertisment ଆହୁରି ପଢନ୍ତୁ:Tribute Meeting: ଭଗବାନ ମହାପାତ୍ର ଥିଲେ ଏକ ଚିନ୍ତାଧାରା ଓ ଏକ ଅନୁଷ୍ଠାନ: ସୌମ୍ୟରଞ୍ଜନ ପ୍ରବଳ ପବନ ଓ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଯୋଗୁଁ ନିଆଁ ଅନିୟନ୍ତ୍ରିତ ଭାବେ ବ୍ୟାପୁଛି।
ଏହା ଯୋଗୁଁ ବୋର୍ଦୋରୁ ସ୍ପେନ୍ ସୀମା ପର୍ଯ୍ୟନ୍ତ ଯାଇଥିବା ପ୍ରମୁଖ ଏ-୬୩ ଜାତୀୟ ରାଜପଥର ପ୍ରାୟ ୬୦ କିଲୋମିଟର ଅଂଶ ବନ୍ଦ କରାଯାଇଛି।
ସେହିପରି ବୋର୍ଦୋର ଦକ୍ଷିଣ ଅଞ୍ଚଳକୁ ଯାଉଥିବା ରେଳ ଚଳାଚଳ ମଧ୍ୟ ସାମୟିକ ଭାବେ ବନ୍ଦ ରହିଛି।ଫ୍ରାନ୍ସର ଗୃହମନ୍ତ୍ରୀ ଲରେଣ୍ଟ ନୁନେଜ୍ କହିଛନ୍ତି, ଏହି ନିଆଁକୁ ନିୟନ୍ତ୍ରଣକୁ ଆଣିବାକୁ ବହୁତ ସମୟ ଲାଗିବ।
ଯେପର୍ଯ୍ୟନ୍ତ ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିନାହିଁ, ସେପର୍ଯ୍ୟନ୍ତ ସ୍ଥାନାନ୍ତର ହୋଇଥିବା ଲୋକ ଓ ପର୍ଯ୍ୟଟକମାନଙ୍କୁ ଘରକୁ ଫେରିବାକୁ ଅନୁମତି ମିଳିବ ନାହିଁ।
ଏହି ନିଆଁରେ ଏବେ ସୁଦ୍ଧା ପ୍ରାୟ ୪୨ ହଜାର ହେକ୍ଟର ଜଙ୍ଗଲ ପୋଡ଼ି ପାଉଁଶ ହୋଇଯାଇଛି।
ଆହୁରି ପଢନ୍ତୁ:Dal: ଅମଳ ହ୍ରାସ ଚିନ୍ତା: ଖୋଲା ବଜାରରେ ସରକାର ବିକିବେନି ଡାଲି ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ଫ୍ରାନ୍ସରେ ଲାଗିଥିବା ସବୁଠାରୁ ବଡ଼ ଜଙ୍ଗଲ ନିଆଁ ମଧ୍ୟରୁ ଏହା ଅନ୍ୟତମ।
ଅଗ୍ନିକାଣ୍ଡକୁ ଆୟତ୍ତ କରିବା ପାଇଁ ଶହ ଶହ ଅଗ୍ନିଶମ କର୍ମଚାରୀଙ୍କ ସହ ଫ୍ରାନ୍ସ ସେନାର ୧,୫୦୦ ଯବାନଙ୍କୁ ନିୟୋଜିତ କରାଯାଇଛି।
ଅଗ୍ନିଶମ ବିମାନ, ହେଲିକପ୍ଟର ଓ ସାମରିକ ସହାୟତାରେ ନିଆଁ ଲିଭାଇବା ପ୍ରୟାସ ଜାରି ରହିଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।