GDP: ଅଭିବୃଦ୍ଧି ୬.୪%କୁ ଖସିବ: ଫିଚ୍‌

Jun 10, 2026 - 05:10
GDP: ଅଭିବୃଦ୍ଧି ୬.୪%କୁ ଖସିବ: ଫିଚ୍‌

"ନୂଆଦିଲ୍ଲୀ: ଗୋଟିଏ ପରେ ଗୋଟିଏ ପ୍ରତିଷ୍ଠିତ ସଂସ୍ଥା ଭାରତର ମୋଟ୍‌ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧିକୁ ହ୍ରାସ କରୁଛନ୍ତି।

ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନଜରରେ ରଖି ସେମାନେ ନିଜର ପୂର୍ବାନୁମାନ ବଦଳାଉଛନ୍ତି।

ଆମେରିକାର ଫିଚ୍‌ ରେଟିଂ ଏଜେନ୍ସି ମଧ୍ୟ ଏହାର ପୂର୍ବ ଆକଳନକୁ ବଦଳାଇ ଭାରତର ଅଭିବୃଦ୍ଧି ୬.୪ ପ୍ରତିଶତକୁ ହ୍ରାସ ପାଇବ ବୋଲି କହିଛି।

ଯୁଦ୍ଧ ପାଇଁ ଆସନ୍ତା ଡିସେମ୍ବର ପର୍ଯ୍ୟନ୍ତ ଅର୍ଥନୈତିକ କାର୍ଯ୍ୟକଳାପ ପ୍ରଭାବିତ ହେବ ବୋଲି ଏହା ଜଣାଇଛି।

Advertisment ଭାରତର ଅଭିବୃଦ୍ଧି ୬.୭ ପ୍ରତିଶତ ରହିବ ବୋଲି ପୂର୍ବରୁ ଏହା କହିଥିଲା।ଅଭିବୃଦ୍ଧି ହ୍ରାସ ପାଇବାର ପ୍ରମୁଖ କାରଣଗୁଡ଼ିକ ବିଷୟରେ ଫିଚ୍‌ ଆଲୋଚନା କରିଛି।

ପ୍ରଥମ କାରଣଟି ହେଉଛି ଅଶୋଧିତ ତୈଳ ଦରରେ ବୃଦ୍ଧି।

ଯୁଦ୍ଧ ପରେ ଅଧିକାଂଶ ସମୟ ଅଶୋଧିତ ତୈଳର ବ୍ୟାରେଲ୍‌ ପିଛା ଦର ୧୦୦ ଡଲାରରୁ ଅଧିକ ରହୁଛି।

ତାହା ଆମଦାନି ଉପରେ ଅତ୍ୟଧିକ ନିର୍ଭରଶୀଳ ଥିବା ଦେଶ ଭାରତ ପାଇଁ ବହୁ ଆହ୍ବାନ ସୃଷ୍ଟି କରିଛି।

ଆହୁରି ପଢ଼ନ୍ତୁ: GDP growth: ରେପୋ ହାର କମିବା ସମ୍ଭାବନା କମ୍‌; ଜିଡିପି ୬.୬ ପ୍ରତିଶତ ରହିପାରେ ଅନ୍ୟପଟେ ଦେଶରେ ଦରଦାମ୍‌ ବଢ଼ୁଥିବା ବେଳେ ଲୋକମାନଙ୍କ ଆୟରେ କୌଣସି ବୃଦ୍ଧି ହେଉନାହିଁ।

ସେଥିପାଇଁ ବିଭିନ୍ନ ସାମଗ୍ରୀ ଓ ସେବାର ଚାହିଦା ହ୍ରାସ ପାଇବାର ଆଶଙ୍କା ଦେଖାଦେଇଛି। ‌ଏଥି ସହିତ ହର୍ମୁଜ ପ୍ରଣାଳୀକୁ ନେଇ ମଧ୍ୟ ଫିଚ୍‌ ଚିନ୍ତା ପ୍ରକଟ କରିଛି।

ଏହି ବାଟ ଦେଇ ଜାହାଜ ଚଳାଚଳ ସ୍ବାଭାବିକ ନ ହେଲେ ତେଲ ଦର ଆହୁରି ବଢ଼ିବା ଆଶଙ୍କା ରହିଥିବା ଏହା କହିଛି।

"