Ganjam: ଗଭୀର ଅବପାତ ମୁକାବିଲା ପାଇଁ ୪୨୧ ଜଣ ସୁରକ୍ଷିତ ସ୍ଥାନାନ୍ତରିତ

Sep 23, 2026 - 15:29
Ganjam: ଗଭୀର ଅବପାତ ମୁକାବିଲା ପାଇଁ ୪୨୧ ଜଣ ସୁରକ୍ଷିତ ସ୍ଥାନାନ୍ତରିତ

"ଛତ୍ରପୁର: ଗଞ୍ଜାମ ଜିଲ୍ଲାରେ ଗଭୀର ଅବପାତ ଯୋଗୁଁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କ ସୁରକ୍ଷା ଓ ଜରୁରୀ ସେବା ସୁନିଶ୍ଚିତ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଗ୍ରହଣ କରାଯାଇଛି।Advertisment ଆଜି ପୂର୍ବାହ୍ନ ସୁଦ୍ଧା ଜିଲ୍ଲାର ବିଭିନ୍ନ ବ୍ଲକ୍‌ରୁ ୪୨୧ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

ସେମାନଙ୍କ ମଧ୍ୟରେ ୧୬୧ ଜଣ ପୁରୁଷ, ୨୦୩ ଜଣ ମହିଳା ଓ ୫୭ ଜଣ ଶିଶୁ ଅଛନ୍ତି।

ପାତ୍ରପୁରରୁ ୧୭୨, ରଙ୍ଗେଇଲୁଣ୍ଡାରୁ ୮୬, ଧରାକୋଟରୁ ୬୦, ଆସିକାରୁ ୩୬, ଜଗନ୍ନାଥପ୍ରସାଦରୁ ୩୫, କବିସୂର୍ଯ୍ୟନଗରରୁ ୧୮, ଭଞ୍ଜନଗରରୁ ୧୦ ଓ ପୋଲସରାରୁ ୪ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି।

ଗର୍ଭବତୀ ମହିଳାଙ୍କ ସୁରକ୍ଷିତ ପ୍ରସବ ଓ ଆବଶ୍ୟକ ଚିକିତ୍ସା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

ବିଭାଗୀୟ ସୂଚନା ଅନୁଯାୟୀ, ଏପର୍ଯ୍ୟନ୍ତ ୨୪୫ ଜଣ ଗର୍ଭବତୀ ମହିଳାଙ୍କୁ ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିବା ବେଳେ ୨୧ ଜଣଙ୍କୁ ମା" ଗୃହକୁ ପଠାଯାଇଛି।

ସେମାନଙ୍କ ମଧ୍ୟରୁ ୧୦୪ ଜଣଙ୍କର ସଫଳ ପ୍ରସବ ହୋଇଛି ଏବଂ ସମସ୍ତ ୧୦୪ ଜଣ ଶିଶୁ ଜୀବନ୍ତ ଜନ୍ମଗ୍ରହଣ କରିଛନ୍ତି।

ବର୍ତ୍ତମାନ ସୁଦ୍ଧା କୌଣସି ମୃତଜାତ ଶିଶୁ ଜନ୍ମର ଘଟଣା ରେକର୍ଡ ହୋଇନାହିଁ।

ଆହୁରି ପଢନ୍ତୁ: Killed: ଡର୍ବାନରେ ଘରେ ପଶି ଦୁର୍ବୃତ୍ତଙ୍କ ଗୁଳିମାଡ଼, ଗର୍ଭବତୀଙ୍କ ସହ ୧୧ ମୃତ ମତ୍ସ୍ୟ ବିଭାଗର ସୂଚନା ଅନୁଯାୟୀ, ଛତ୍ରପୁର, ଗଞ୍ଜାମ, ରଙ୍ଗେଇଲୁଣ୍ଡା ଓ ଚିକିଟି ବ୍ଲକ୍‌ ଅଧୀନ ବିଭିନ୍ନ ମତ୍ସ୍ୟ ଅବତରଣ କେନ୍ଦ୍ରରେ ୧,୫୯୧ଟି ଡଙ୍ଗା ସୁରକ୍ଷିତ ଭାବେ କୂଳରେ ରହିଛି।

ସେଥିମଧ୍ୟରୁ ୧,୪୨୨ଟି ମୋଟରଚାଳିତ ଓ ୧୬୯ଟି ଅଣମୋଟରଚାଳିତ ଡଙ୍ଗା।

ବର୍ତ୍ତମାନ ସମୁଦ୍ରରେ କୌଣସି ମତ୍ସ୍ୟଜୀବୀ ଡଙ୍ଗା ନଥିବା ବିଭାଗ ପକ୍ଷରୁ ଜଣାପଡ଼ିଛି।

ଗଭୀର ଅବପାତ ଯୋଗୁଁ ସୃଷ୍ଟ ପାଣିପାଗ ପରିସ୍ଥିତି ଓ ଜିଲ୍ଲାର ପ୍ରସ୍ତୁତି ଉପରେ ଜିଲ୍ଲାପାଳ ଭି.

କୀର୍ତ୍ତି ଭାସନ ନିରନ୍ତର ନଜର ରଖିଛନ୍ତି।

ବ୍ରହ୍ମପୁର ମହାନଗର ନିଗମ କାର୍ଯ୍ୟାଳୟରୁ ଆଭାସୀ ମାଧ୍ୟମରେ ଜିଲ୍ଲାର ବିଭିନ୍ନ ଅଞ୍ଚଳର ସ୍ଥିତି ଓ ପ୍ରସ୍ତୁତି ସମ୍ପର୍କରେ ସେ ଅଧିକାରୀମାନଙ୍କ ସହ ସମୀକ୍ଷା କରିଛନ୍ତି।

ଏଥିସହ ସେ ଏମ୍‌କେସିଜି ମେଡିକାଲ କଲେଜ, ବାହାନା ନାଳା ସମେତ ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳ ପରିଦର୍ଶନ କରି ସ୍ଥିତିର ପ୍ରତ୍ୟକ୍ଷ ଅନୁଧ୍ୟାନ କରିଛନ୍ତି।

ପରିସ୍ଥିତି ଅନୁଯାୟୀ ଆବଶ୍ୟକ ପଦକ୍ଷେପ ତ୍ୱରିତ ଭାବେ ଗ୍ରହଣ କରିବାକୁ ସେ ସମ୍ପୃକ୍ତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି।

ଆହୁରି ପଢନ୍ତୁ: Ganjam: ଅଶାନ୍ତ ସମୁଦ୍ରକୁ ନେଇ ଆର୍ଯ୍ୟପଲ୍ଲୀ ବେଳାଭୂମିରେ ଏସ୍‌ପିଙ୍କ ସତର୍କତା: ମତ୍ସ୍ୟଜୀବୀ ଓ ପର୍ଯ୍ୟଟକଙ୍କୁ ସମୁଦ୍ରକୂଳକୁ ନଯିବାକୁ ପରାମର୍ଶ ବ୍ରହ୍ମପୁର ମହାନଗର ନିଗମ ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଆବଶ୍ୟକତା ଅନୁଯାୟୀ ଚୁଡ଼ା ଓ ଗୁଡ଼ ମହଜୁଦ ରଖାଯାଇଛି।

ଆବଶ୍ୟକ ସ୍ଥଳେ ଏହା ଲୋକଙ୍କୁ ବଣ୍ଟନ କରାଯାଉଛି।

ସମ୍ଭାବ୍ୟ ପ୍ରତିକୂଳ ପାଣିପାଗଜନିତ ପରିସ୍ଥିତିରେ ଜନସାଧାରଣଙ୍କ ସୁରକ୍ଷା, ଜରୁରୀ ସେବା, ଚିକିତ୍ସା ସୁବିଧା ଓ ଆବଶ୍ୟକ ସାମଗ୍ରୀ ଯୋଗାଣ ସୁନିଶ୍ଚିତ କରିବା ଦିଗରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)