Ganjam Street Light Scam: ଷ୍ଟ୍ରିଟ୍ ଲାଇଟ୍ ନାଁରେ ମହାଘୋଟାଲା! ଲାଇଟ୍ ନଲଗାଇ ସରକାରୀ ଟଙ୍କା ଲୁଟ୍!
ଲାଇଟ୍ ନାଁରେ ଲକ୍ଷ ଲକ୍ଷ ହଡ଼ପ୍ ।
କାଗଜପତ୍ରରେ ୧୨୨ଟି ଷ୍ଟ୍ରିଟ୍ ଲାଇଟ୍, କିନ୍ତୁ ବାସ୍ତବରେ ଲାଗିଥିଲା ମାତ୍ର ୨୦ଟି ।
ବାକି ୧୦୨ଟି ଲାଇଟ୍ ନ ଲଗାଇ ହଡ଼ପ୍ ହୋଇଯାଇଥିଲା ସରକାରୀ ଟଙ୍କା।
ଗଞ୍ଜାମ ଜିଲ୍ଲାରେ ଲକ୍ଷଲକ୍ଷ ଟଙ୍କାର ଷ୍ଟ୍ରିଟ୍ ଲାଇଟ୍ ପାଣ୍ଠି ହେରଫେର ମାମଲାରେ ଭିଜିଲାନ୍ସ ନେଇଛି ବଡ଼ ଆକ୍ସନ୍ ।
ବନ୍ଧା ହୋଇଛନ୍ତି ତିନି ଜଣ ।
Advertisment ପୂର୍ବତନ ପିଇଓ ଜେ.
ରାମା ରାଓ, କନିଷ୍ଠ ଯନ୍ତ୍ରୀ ସବ୍ୟସାଚୀ ଗନ୍ତାୟତ ଏବଂ ଠିକାଦାର କୃଷ୍ଣଚନ୍ଦ୍ର ବେହେରାଙ୍କୁ ଗିରଫ କରାଯାଇଛି।
ଅଭିଯୋଗ ଅନୁସାରେ, କବିସୂର୍ଯ୍ୟନଗର ବ୍ଲକ୍ ବାଲ୍ୟସାରା ପଞ୍ଚାୟତର ପାଞ୍ଚଟି ଗାଁରେ ଷ୍ଟ୍ରିଟ୍ ଲାଇଟ୍ ଲଗାଇବା ଓ ରକ୍ଷଣାବେକ୍ଷଣ ପାଇଁ ଆସିଥିବା ସରକାରୀ ଅର୍ଥରେ ହେରଫେର ହୋଇଥିଲା।
ଭିଜିଲାନ୍ସର ଯାଞ୍ଚରୁ ଜଣାପଡ଼ିଥିଲା, ୧୨୨ଟି ଲାଇଟ୍ ଲଗାଯାଇଥିବା ଦର୍ଶାଇ ବିଲ୍ ପ୍ରସ୍ତୁତ ହୋଇଥିଲେ ମଧ୍ୟ ଠିକାଦାର କୃଷ୍ଣଚନ୍ଦ୍ର ବେହେରା ମାତ୍ର ୨୦ଟି ଲାଇଟ୍ ଲଗାଇଥିଲେ।
ବାକି ୧୦୨ଟି ଲାଇଟ୍ ଆଦୌ ଲଗାଯାଇନଥିଲା।
ତଥାପି ୭ ଲକ୍ଷ ୭୫ ହଜାର ୯୩୯ ଟଙ୍କାର ବିଲ୍ କରି ଟଙ୍କା ଉଠିଥିଲା ।
Advertisment ୬ ଲକ୍ଷ ୮୩ ହଜାର ୪୬୫ ଟଙ୍କା ହେରଫେର ହୋଇଥିବା ତଦନ୍ତରୁ ଜଣାପଡ଼ିଛି।
ସେହିପରି ଷ୍ଟ୍ରିଟ୍ ଲାଇଟ୍ ରକ୍ଷଣାବେକ୍ଷଣ ବାବଦରେ ୯୭ ହଜାର ୫୦୦ ଟଙ୍କା ଦିଆଯାଇଥିବାବେଳେ, ଏଥିରୁ ୪୧ ହଜାର ୪୯୩ ଟଙ୍କାର କାମ ହୋଇନଥିବା ଯାଞ୍ଚରୁ ଜଣାପଡ଼ିଥିଲା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
