Ganjam Flood: ଠାକୁରେ ଆମ ବହି ଶୁଖାଇ ଦିଅ
ଆଖି ଆଗରେ ଅସୁମାରୀ ସ୍ୱପ୍ନ ।
ସ୍କୁଲ ଯିବେ, ପାଠ ପଢ଼ିବେ ଆଉ ନିଜ ଭବିଷ୍ୟତ ଗଢ଼ିବେ ।
ହେଲେ ପ୍ରକୃତିର କୋପ ଆଗରେ ଯେମିତି ସବୁ ସ୍ୱପ୍ନ ଧୂଳିସାତ୍ ହୋଇଯାଇଛି।
ବନ୍ୟା ପାଣିରେ ଓଦା ହୋଇଯାଇଛି ଖାତା-ବହି ।
ଆଉ ଭିଜା ବହିକୁ ଦେଖି କୁନି କୁନି ପିଲାଙ୍କ ମନ ମଧ୍ୟ ଭିଜିଯାଉଛି।
ସେଥିପାଇଁ ତ ସ୍କୁଲ ଅଗଣାରେ ଶୁଖାଇବାକୁ ପଡ଼ିଛି ଓଦା ଖାତା-ବହି।
ଯେଉଁ ବୟସରେ ପିଲାଙ୍କ ହାତରେ ବହି ଖାତା ରହିବା କଥା, ସେହି ବୟସରେ ଏବେ ସେମାନେ ବନ୍ୟାର କ୍ଷତି ସଜାଡ଼ିବାରେ ଲାଗିଛନ୍ତି ।
ପାଠପଢ଼ାର ସମୟ ଏବେ ବନ୍ୟା ଦାଉରୁ ନିଜ ଅମୂଲ୍ୟ ଶିକ୍ଷା ସାମଗ୍ରୀକୁ ବଞ୍ଚାଇବାରେ ବିତୁଛି ।
ଗଞ୍ଜାମ ଜିଲ୍ଲାରେ ବନ୍ୟା ପରେ ବିଭିନ୍ନ ସ୍ଥାନରୁ ଏମିତି ଅନେକ ହୃଦୟବିଦାରକ ଚିତ୍ର ସାମ୍ନାକୁ ଆସିଛି ।
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
