Ganjam Flood Damage: ବନ୍ୟା କ୍ଷୟକ୍ଷତିର ତ୍ୱରିତ ଓ ସ୍ୱଚ୍ଛ ଆକଳନ ସହ କ୍ଷତିଗ୍ରସ୍ତଙ୍କୁ ସହାୟତା ପ୍ରଦାନ ଉପରେ ଗୁରୁତ୍ୱ

Nov 04, 2026 - 20:06
Ganjam Flood Damage: ବନ୍ୟା କ୍ଷୟକ୍ଷତିର ତ୍ୱରିତ ଓ ସ୍ୱଚ୍ଛ ଆକଳନ ସହ କ୍ଷତିଗ୍ରସ୍ତଙ୍କୁ ସହାୟତା ପ୍ରଦାନ ଉପରେ ଗୁରୁତ୍ୱ

ଛତ୍ରପୁର: ଗଞ୍ଜାମ ଜିଲ୍ଲାରେ ବାତ୍ୟା ' ଅର୍ଣ୍ଣବ ' ପରବର୍ତ୍ତୀ ବନ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତିର ସଠିକ ଆକଳନ କରି କ୍ଷତିଗ୍ରସ୍ତଙ୍କୁ ନିୟମାନୁଯାୟୀ ତ୍ୱରିତ ସରକାରୀ ସହାୟତା ପ୍ରଦାନ ନିମନ୍ତେ ବୁଧବାର ସନ୍ଧ୍ୟାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍‌ଭାବନା ସମ୍ମିଳନୀ କକ୍ଷରେ ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ ବିଜୟ ଅମୃତ କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।

ଜିଲ୍ଲାପାଳ ଭି.

କୀର୍ତ୍ତି ଭାସନଙ୍କ ଉପସ୍ଥିତିରେ ଆୟୋଜିତ ଏହି ବୈଠକରେ ବିଭିନ୍ନ ବିଭାଗ ପକ୍ଷରୁ ଚାଲିଥିବା କ୍ଷୟକ୍ଷତି ଆକଳନର ଅଗ୍ରଗତି, ଆକଳନ ରିପୋର୍ଟ ଦାଖଲ ଓ କ୍ଷତିଗ୍ରସ୍ତଙ୍କୁ ସରକାରୀ ସହାୟତା ପ୍ରଦାନ ସମ୍ପର୍କରେ ବିସ୍ତୃତ ସମୀକ୍ଷା କରାଯାଇଥିଲା।

Advertisment ପ୍ରତ୍ୟେକ ବିଭାଗ ଦୈନିକ କେତେ ପରିମାଣର କ୍ଷୟକ୍ଷତି ଆକଳନ କରୁଛନ୍ତି, ତାହାର ସଠିକ ରେକର୍ଡ ରଖିବା ସହ ବିଭାଗୀୟ ବରିଷ୍ଠ ଅଧିକାରୀଙ୍କ ଦ୍ୱାରା ନିୟମିତ ସମୀକ୍ଷା କରି ଯଥାଶୀଘ୍ର ଆକଳନ ରିପୋର୍ଟ ଦାଖଲ କରିବାକୁ ରାଜସ୍ୱ ଆୟୁକ୍ତ ନିର୍ଦ୍ଦେଶ ଦେଇଥିଲେ।

ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର କ୍ଷୟକ୍ଷତି ଆକଳନ ପାଇଁ ବ୍ଲକ୍‌ର ଯନ୍ତ୍ରୀମାନେ ପ୍ରତ୍ୟେକ କେନ୍ଦ୍ର ପରିଦର୍ଶନ କରି କ୍ଷୟକ୍ଷତିର ପରିମାଣ ନିର୍ଦ୍ଧାରଣ କରିବେ।

କ୍ଷତିଗ୍ରସ୍ତ କୋଠାଗୁଡ଼ିକର ମରାମତି ସମ୍ଭବ କି ନାହିଁ, ସେ ସମ୍ପର୍କରେ ବୈଷୟିକ ଯାଞ୍ଚ କରି ଆବଶ୍ୟକ ପ୍ରମାଣପତ୍ର ଦାଖଲ କରିବାକୁ କୁହାଯାଇଥିଲା।

ସେହିପରି ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କରି କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କରିବାକୁ ସିଡିପିଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।

ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ଶିକ୍ଷକ, କର୍ମଚାରୀ, ଅଭିଭାବକ, ପରିଚାଳନା କମିଟି ଓ ସ୍ଥାନୀୟ ଜନସାଧାରଣଙ୍କ ସହଯୋଗରେ ବ୍ୟାପକ ସଫେଇ ଓ ପୁନରୁଦ୍ଧାର କାର୍ଯ୍ୟ କରି ସ୍ୱାଭାବିକ ଅବସ୍ଥା ଫେରାଇ ଆଣିବାକୁ ଆର୍‌ଡିସି ପରାମର୍ଶ ଦେଇଥିଲେ।

'Arnab' and 'Murasu': 'ଅର୍ଣ୍ଣବ' ଓ 'ମୁରାସୁ' ଚାଲିଗଲା, ବଦଳିଗଲା ଠିକଣା!

କ୍ଷୟକ୍ଷତି ଆକଳନ ପ୍ରକ୍ରିୟାରେ ସ୍ୱଚ୍ଛତା ଓ ନିରପେକ୍ଷତା ବଜାୟ ରଖିବା ସହ ଆକଳନର ସତ୍ୟତା ଯାଞ୍ଚ ପାଇଁ ବିଭିନ୍ନ ଟିମ୍ ଗଠନ କରାଯିବ।

ଏହି ଟିମ୍‌ଗୁଡ଼ିକ ବିଭିନ୍ନ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରି ଆକଳନର ସଠିକତା ଯାଞ୍ଚ କରିବେ।

ଆବଶ୍ୟକସ୍ଥଳେ ଗୋଟିଏ ପଞ୍ଚାୟତକୁ ଆଧାର କରି ସରକାରୀ ନିୟମ ଅନୁଯାୟୀ କ୍ଷୟକ୍ଷତି ଆକଳନ ଓ ସହାୟତା ପ୍ରଦାନ ପ୍ରକ୍ରିୟାକୁ ପରୀକ୍ଷାମୂଳକ ଭାବେ ଯାଞ୍ଚ କରାଯିବ।

ଏଥିରେ ସଫଳତା ମିଳିଲେ ଅନ୍ୟ ଅଞ୍ଚଳରେ ମଧ୍ୟ ସେହି ଅନୁସାରେ ବ୍ୟବସ୍ଥା ଅନୁସରଣ କରାଯିବା ନେଇ ଆଲୋଚନା ହୋଇଥିଲା।

ବୈଠକରେ ବିଭିନ୍ନ ବିଭାଗର କ୍ଷୟକ୍ଷତି ଆକଳନ ସମୟରେ ଉପୁଜୁଥିବା ସମସ୍ୟା ସମ୍ପର୍କରେ ରାଜସ୍ୱ ଆୟୁକ୍ତ ବିଭାଗୱାରୀ ପଚାରି ବୁଝିଥିଲେ।

ସମସ୍ୟାଗୁଡ଼ିକର ତ୍ୱରିତ ସମାଧାନ ପାଇଁ ଆବଶ୍ୟକ ପରାମର୍ଶ ଦେବା ସହ ବିଭାଗୀୟ ସମନ୍ୱୟ ରକ୍ଷା କରି କାର୍ଯ୍ୟ ଆଗେଇ ନେବାକୁ କହିଥିଲେ।

ବନ୍ୟାରେ କ୍ଷତିଗ୍ରସ୍ତ ଚାଷୀ ଓ ବ୍ୟବସାୟୀମାନଙ୍କୁ କିପରି ଯଥାଶୀଘ୍ର ସରକାରୀ ସହାୟତା ଯୋଗାଇ ଦିଆଯାଇପାରିବ, ସେ ଦିଗରେ ମଧ୍ୟ ବିଶେଷ ଗୁରୁତ୍ୱ ଦିଆଯାଇଥିଲା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)