Ganja trafficking case ଦୁଇଜଣ ଗଞ୍ଜେଇ କାରବାର କରୁଥିଲେ, ଏବେ ୨୦ ବର୍ଷ ଲେଖାଏଁ ଜେଲ୍‌ଦଣ୍ଡ ପାଇଲେ

Aug 25, 2026 - 17:56
Ganja trafficking case ଦୁଇଜଣ ଗଞ୍ଜେଇ କାରବାର କରୁଥିଲେ, ଏବେ ୨୦ ବର୍ଷ ଲେଖାଏଁ ଜେଲ୍‌ଦଣ୍ଡ ପାଇଲେ

"ନୂଆପଡ଼ା: ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଗରିଆବନ୍ଧ ଜିଲ୍ଲା ରାଜିମ ଥାନା ଅଞ୍ଚଳରେ ୨୦୨୪ରେ ଓଡ଼ିଶାର ଦୁଇ ଜଣ ଗଞ୍ଜେଇ ମାଫିଆ ଧରାପଡ଼ିଥିଲେ।

ଆଜି ଛତିଶଗଡ଼ର ରାଜିମକୋର୍ଟ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ କରିଛି।

ଉଭୟଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ପ୍ର‌େତ୍ୟେକଙ୍କୁ ୨୦ ବର୍ଷ ଲେଖାଏଁ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।Advertisment Ganja Trafficking Deal ଗଞ୍ଜେଇ ଚାଲାଣରେ ପୁଲିସ "ସାହେବ"ଙ୍କ ସମ୍ପର୍କ ଘଟଣା: ପୁଲିସ ଅଧିକାରୀସ୍ତରରେ ଅଦଳବଦଳ ୨୦୨୪ରେ ରାଜିମ ଥାନାରେ ୩୯୯ ନମ୍ବର କେଶ୍ ରୁଜୁ ହୋଇ ଥିଲା l ଏନ୍‌ଡିପିଏସ୍‌ ଧାରା ୨୦(ବି)ରେ ନିଶା ଦ୍ରବ୍ୟ ଚୋରାଚାଲାଣ କରୁଥିବା ମାମଲା ରୁଜୁ ହୋଇ ଥିଲା l ରାଜିମ ପୁଲିସ ନିର୍ଦ୍ଧାରିତ ସମୟରେ ନିଜର ତଦନ୍ତ ଶେଷ କରି ରାଜିମ କୋର୍ଟରେ ଅଭିଯୋଗ ଫର୍ଦ୍ଦ ଦାଖଲ କରିଥିଲା।

ଏଥିରେଉଭୟଙ୍କୁ ଆନ୍ତଃରାଜ୍ୟ ନିଶାମାଫିଆ ବୋଲି ଦର୍ଶାଇଥିଲା।

Ganja Seized ଓଡ଼ିଶା- ଛତିଶଗଡ଼ ସୀମାନ୍ତରେ ୪ କ୍ଵିଣ୍ଟାଲ ଗଞ୍ଜେଇ ଜବତ,୫ ଗିରଫ ସମସ୍ତ ସାକ୍ଷ୍ୟ, ପ୍ରମାଣ ଓ ସମସ୍ତ ପକ୍ଷର ଯୁକ୍ତି ଶୁଣିବା ପରେ ରାଜିମ କୋର୍ଟ ଓଡ଼ିଶାର ବଲାଙ୍ଗୀର ଜିଲ୍ଲା ଲାଠୋର ଥାନା ହରିଶଙ୍କରରୋଡର  ଦେବ ରାଜ ପୁଟେଲ୍ (୪୪ ବର୍ଷ) ଓ ଶେଖର ପୁଟେଲ୍ ( ୨୨ ବର୍ଷ)ଙ୍କୁ ୨୦ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡ, ୨ ଲକ୍ଷ ଟଙ୍କା ଆର୍ଥିକ ଦଣ୍ଡରେ ଦଣ୍ଡିତ କରିଛନ୍ତି।

ଅର୍ଥ ଅନାଦେୟରେ ପୁଣି ଗୋଟିଏ ବର୍ଷ ଅତିରିକ୍ତ କାରାଦଣ୍ଡ ଭୋଗିବେ ବୋଲି ରାୟରେ ସ୍ପଷ୍ଟ କରିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)