ganja seizure Odisha ବେଲପାହାଡ଼ ପୁଲିସର ଧରପଗଡ଼, ଗଞ୍ଜେଇ ଜବତ, ଜଣେ ଗିରଫ

Aug 04, 2026 - 19:23
ganja seizure Odisha ବେଲପାହାଡ଼ ପୁଲିସର ଧରପଗଡ଼, ଗଞ୍ଜେଇ ଜବତ, ଜଣେ ଗିରଫ

"ବ୍ରଜରାଜନଗର : ଝାରସୁଗୁଡା ଜିଲ୍ଲା  ବେଲପାହାଡ଼ ଥାନା ପୁଲିସ ପୁଣି ଏକ ବଡ଼ ସଫଳତା ହାସଲ କରିଛି।

ବେଲପାହାଡ଼ ଥାନା ପୋଲିସ ୮.୦୯୪ କେଜି ଗଞ୍ଜେଇ ସହ ଜଣେ ଆନ୍ତଃରାଜ୍ୟ ମାଦକ ଦ୍ରବ୍ୟ ବେପାରୀକୁ ଗିରଫ କରିଛି।Advertisment ganja smuggling case ୨ ସ୍କୋର୍ପିଓ ସହ ୧୫ ଲକ୍ଷ ଟଙ୍କାର ଗଂଜେଇ ଜବତ ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗତକାଲି (ସୋମବାର) ପାଟ୍ରୋଲିଂ ସମୟରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ସୂଚନା ମିଳିଥିଲା।

ଏସ୍‌ଆଇ ମନୋରଞ୍ଜନ ପରିଡ଼ାଙ୍କ ନେତୃତ୍ୱରେ ଏକ ପୁଲିସ ଟିମ୍ ବେଲପାହାଡ଼ ରେଲଓ୍ଵେ ଷ୍ଟେସନ ନିକଟ ଦୁର୍ଗା ମଣ୍ଡପ ପାଖରୁ ଜଣେ ଯୁବକକୁ ଅଟକ ରଖିଥିଲା।

BJP's focus on Ganjam: ବିଜେପି ଫୋକସ୍‌ରେ ଗଞ୍ଜାମ: ବଡ଼ ନେତାଙ୍କ ଉପରେ ଆଖି, ନବୀନ ଆସୁନାହାନ୍ତି, ମୋହନ ଆସୁଛନ୍ତି ଗିରଫ ଅଭିଯୁକ୍ତ ହେଲେ ମହାରାଷ୍ଟ୍ର ରାଜ୍ୟର ଓ୍ଵାଶିମ ଜିଲ୍ଲା ମଙ୍ଗୁଲପିର ଥାନା ଅନ୍ତର୍ଗତ ବରୁଦ ରୋଡ ଅଶୋକ ନଗରର କୁନାଲ ବିଜୟ ଟାୟଡେ (୨୬)।ତା ନିକଟରୁ ୮.୦୯୪ କେଜି ଗଞ୍ଜେଇ (ଆନୁମାନିକ ମୂଲ୍ୟ ୮୦,୦୦୦ ଟଙ୍କା), ମୋବାଇଲ ଫୋନ ଓ ନଗଦ ୧୧୦ ଟଙ୍କା ଜବତ କରିଛି।

Ganja Seized ୪୧ କିଗ୍ରା ଗଞ୍ଜେଇ ଜବତ, ମହିଳା ଗିରଫ ଏହି ଘଟଣାରେ ବେଲପାହାଡ଼ ଥାନାରେ ମାମଲା ୧୫୬/୨୦୨୬ରେ ନିଶାଦ୍ର୍ୟବ୍ୟ ନିୟନ୍ତ୍ରଣ ଆଇନର ଧାରା ୨୦(ବି) (୨) ଅନୁଯାୟୀ ମାମଲା ରୁଜୁ କରାଯାଇଛି।

ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ଗଞ୍ଜେଇର ଉତ୍ସ ଏବଂ ତାଙ୍କ ନେଟୱାର୍କ ବିଷୟରେ ଅଧିକ ତଦନ୍ତ ଜାରି ରହିଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।