Ganja Seized: ହାଟଡିହି ତହସିଲ ରାସ୍ତାରୁ ୨୧ କେଜି ଗଞ୍ଜେଇ ଜବତ, ୩ ଅଭିଯୁକ୍ତ ଗିରଫ

Nov 04, 2026 - 13:15
Ganja Seized: ହାଟଡିହି ତହସିଲ ରାସ୍ତାରୁ ୨୧ କେଜି ଗଞ୍ଜେଇ ଜବତ, ୩ ଅଭିଯୁକ୍ତ ଗିରଫ

ହ‌ାଟଡିହି: ନନ୍ଦିପଦା ପୁଲିସର ବଡ଼ ସଫଳତା ।

ପୁଲିସ ପେଟ୍ରୋଲିଙ୍ଗ ବେଳେ ହାଟଡିହି ତହସିଲ ରାସ୍ତାରେ ୨୧ କିଲୋ ଗଞ୍ଜେଇ ଜବତ କରିବା ସହିତ ତିନି ଜଣଙ୍କୁ ଗିରଫ କରିଛି।

ଏହି ରାସ୍ତା ଦେଇ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ନନ୍ଦିପଦା ପୁଲିସ ଗତକାଲି ରାତିରେ ଏହି ରାସ୍ତାରେ ଛକି ରହିଥିଲା।

ସ୍କୁଟି ଯୋଗେ ଗଞ୍ଜେଇ ନେଇ ଯାଉଥିବା ବେଳେ ଜଣେ ଯୁବକକୁ ଧରିଥିଲା।

Advertisment ଥାନାରେ ମାମଲା ରୁଜୁ ଉକ୍ତ ଯୁବକର ବୟାନ ଆଧାରରେ ଏହି କାରବାରରେ ସମ୍ପୃକ୍ତ ଆଉ ୨ ଜଣଙ୍କୁ ଧରି ସେମାନଙ୍କ ନିକଟରୁ ୩ ଲକ୍ଷ ୯୩ ହଜାର ଟଙ୍କା, ୭୦ଗ୍ରାମ ସୁନା ଅଳଙ୍କାର, ୨୬୦ଗ୍ରାମ ରୁପା ଅଳଙ୍କାର ଓ ଏକ ଇଲେକଟ୍ରିକ ଭେଇକିଲ ଜବତ କରିଛି ପୁଲିସ।

ଏନେଇ ଥାନାରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଥିବା ଏସଡିପିଓ ପ୍ରେସ ମିଟ କରି ସୂଚନା ଦେଇଛନ୍ତି।

Enforcement Directorate Raid: ମୟୂରଭଞ୍ଜରେ ଇଡି, ୭୦ କୋଟି ଟଙ୍କା ଠକେଇ ଅଭିଯୋଗରେ ଈଶ୍ୱର ବିନ୍ଧାଣୀଙ୍କ ଘରେ ଚଢ଼ାଉ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)