Ganja Seized ବୁଦାମୂଳରୁ ୨୦୩ କିଗ୍ରା ଗଞ୍ଜେଇ ଜବତ

Aug 31, 2026 - 19:06
Ganja Seized ବୁଦାମୂଳରୁ ୨୦୩ କିଗ୍ରା ଗଞ୍ଜେଇ ଜବତ

"ମାଲକାନଗିରି: ଆଜି (ସୋମବାର) ମାଲକାନଗିରି ଥାନା ଅଧୀନ ଝାଟିଗୁଡ଼ା ଗ୍ରାମର ପଶ୍ଚିମ ପାର୍ଶ୍ୱ ଜଙ୍ଗଲ ଅଞ୍ଚଳରେ ମାଲକାନଗିରି ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ପ୍ରାୟ ୨୦ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରାଯାଇଛି।

Advertisment Ganja trafficking case ଦୁଇଜଣ ଗଞ୍ଜେଇ କାରବାର କରୁଥିଲେ, ଏବେ ୨୦ ବର୍ଷ ଲେଖାଏଁ ଜେଲ୍‌ଦଣ୍ଡ ପାଇଲେ ମିଳିଥିବା ସୂଚନାନୁସାରେ, ଗୁଇନ୍ଦା ସୂତ୍ରରୁ ସୂଚନା ପାଇ ଅବକାରୀ ଟିମ୍‌ ନିର୍ଦ୍ଧାରିତ ସ୍ଥାନରେ ଚଢ଼ାଉ କରିଥିଲେ।

ଏକ ଘଞ୍ଚ ବୁଦା ନିକଟରୁ ୮ଟି ଜରିବ୍ୟାଗ୍‌ ଠାବ କରାଯାଇଥିଲା।

ଜବତ ଜରି ବ୍ୟାଗ୍‌ରୁ ମୋଟ ୨୦୩ କିଲୋଗ୍ରାମ ଗଞ୍ଜେଇ ମିଳିଥିଲା।

ଏହାର ଆନୁମାନିକ ବଜାର ମୂଲ୍ୟ ୨୦ଲକ୍ଷ ୩୦ହଜାର ଟଙ୍କା ହେବ।

Ganja Seized ଓଡ଼ିଶା- ଛତିଶଗଡ଼ ସୀମାନ୍ତରେ ୪ କ୍ଵିଣ୍ଟାଲ ଗଞ୍ଜେଇ ଜବତ,୫ ଗିରଫ ତେବେ ଗଞ୍ଜେଇ ଜବତ ସ୍ଥଳରୁ କୌଣସି ଅଭିଯୁକ୍ତ ଧରାପଡ଼ିନାହାନ୍ତି।

ତେବେ  ଏନ୍‌ଡିପିଏସ୍‌ ଆଇନ ୧୯୮୫ ଅନୁଯାୟୀ ଗୋଟିଏ ମାଲିକ ବିହୀନ ମାମଲା ରୁଜୁ କରାଯାଇଛି।

ଗଞ୍ଜେଇର ଉତ୍ସ ଓ ଏହାର ଚୋରାଚାଲାଣରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ସମ୍ପର୍କରେ ତଦନ୍ତ ଜାରି ରହିଥିବା ସୁପରିଟେଣ୍ଡେଣ୍ଟ ବିମ୍ବାଧର ପଣ୍ଡା ପ୍ରକାଶ କରିଛନ୍ତି।

ଏହି ଚଢ଼ାଉରେ ଅବକାରୀ ଏସ୍‌.ଆଇ ତେଜରାଜ ଗହୀର, ଅବକାରୀ ଏ.ଏସ୍‌.ଆଇ ରାମଚନ୍ଦ୍ର ହନ୍ତାଳ, ଅବକାରୀ କନଷ୍ଟେବଳ ବିପୁଲ ଶେଖର ଯୋଧାର,ଜୁଲି ସା ଏବଂ  ପବିତ୍ର ଭତ୍ରା ଅଂଶଗ୍ରହଣ କରିଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)