Ganja Seized ୪୧ କିଗ୍ରା ଗଞ୍ଜେଇ ଜବତ, ମହିଳା ଗିରଫ
"ଥୁଆପାଲି (ମୁକୁନ୍ଦ ଷଡ଼ଙ୍ଗୀ): ଭେଡେନ ଥାନା ଋଷୁଡା ଫାଣ୍ଡି ଅନ୍ତର୍ଗତ କମଗାଁ ଗ୍ରାମର ମହିଲା ରଞ୍ଜିତା ମାଝୀ(୪୦) ଙ୍କୁ ଗଂଜେଇ ଚୋରା ଚାଲାଣ ଅଭିଯୋଗରେ ଗିରଫ କରି ପୁଲିସ କୋର୍ଟ ଚାଲାଣ କରିଛି।
Advertisment Ganja: ୫୦୩ କିଲୋ ଗଞ୍ଜେଇ ଜବତ, ୨ ଅଭିଯୁକ୍ତ ଗିରଫ ପୁଲିସ ଠାରୁ ମିଳିଥିବା ସୂଚନା ଅନୁସାରେ, ବରଗଡ଼ ଏସ୍ପି ରବୀନ୍ଦ୍ର ଶତପଥୀ ବିଶେଷ ସୁତ୍ରରୁ କମଗାଁ ଅଞ୍ଚଳରେ ଗଂଜେଇ ଚୋରା ଚାଲାଣ ହେଉଥିବା ନେଇ ସୂଚନା ପାଇଥିଲେ।
ଭେଡେନ ଥାନା ଅଧିକାରୀ ଅରୁପ ରଞ୍ଜନ ବରାଇକ, ଏସ୍ଆଇ ଟଙ୍କଧର ବାରିହା, କନେଷ୍ଟବଳ ଅମୂଲ୍ୟ ପଧାନ ଓ ଅନ୍ୟ ପୁଲିସ କର୍ମଚାରୀଙ୍କୁ ନେଇ ଏକ ଟିମ୍ ଗଠନ କରିଥିଲେ।
Ganja Seized ଟ୍ରଲରରୁ ୨୯୫ କେଜି ଗଞ୍ଜେଇ ଜବତ, ଚାଳକ ଫେରାର ଟିମ୍ ଯୋଜନାବଦ୍ଧ ଭାବେ ଋଷୁଡା ଫାଣ୍ଡି ଅନ୍ତର୍ଗତ କମଗାଁ ଗ୍ରାମର ରଞ୍ଜିତା ମାଝୀ ଘରକୁ ଚଢ଼ାଉ କରି ଥିଲେ ଓ ତାଙ୍କ ଘର ସମ୍ମୁଖରେ ଥିବା ତାଙ୍କ ସ୍ୱାମୀ ମୁରଲୀ ମାଝୀଙ୍କ ନାମରେ ଥିବା ମାରୁତି ଅଲଟୋ (ଓଡି୧୬ବି୮୭୭୯) ଗାଡି ଭିତରେ ୪୦କେଜି ୫୦୦ଗ୍ରାମ ଗଂଜେଇ ଜବତ କରିଥିଲେ।
ଏହି ଘଟଣାରେ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରାଯାଇଥିବା ବେଳେ ତାଙ୍କ ସ୍ବାମୀ ଫେରାର୍ ହୋଇଯାଇଛନ୍ତି।
ଭେଡେନ ଥାନାରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।