Ganja Cultivation ଦକ୍ଷିଣ ଓଡ଼ିଶାରେ ଗଞ୍ଜେଇ ଚାଷ ବିରୋଧରେ ହେବ ସଣ୍ଡୁଆଶି ଆକ୍ରମଣ

Sep 09, 2026 - 17:36
Ganja Cultivation ଦକ୍ଷିଣ ଓଡ଼ିଶାରେ ଗଞ୍ଜେଇ ଚାଷ ବିରୋଧରେ ହେବ ସଣ୍ଡୁଆଶି ଆକ୍ରମଣ

"ଭୁବନେଶ୍ବର: ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଚାଲୁଥିବା ଗଞ୍ଜେଇ ଚାଷ ଓ ଚାଲାଣ ବିରୋଧରେ ସଣ୍ଡୁଆଶି ଆକ୍ରମଣ ହେବ।

ଏନେଇ ରାଜ୍ୟ ପୁଲିସ ପକ୍ଷରୁ ଏକ ବିସ୍ତୃତ ଯୋଜନା ପ୍ରସ୍ତୁତ କରାଯାଇଛି।

ଆଜି(ବୁଧବାର) ଏହି ପ୍ରସଙ୍ଗରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।Advertisment Ganja Seized: ଟ୍ରାକ୍ଟରରୁ ୪୪୦ କେଜି ଗଂଜେଇ ଜବତ ଆଭାସୀ ମାଧ୍ୟମରେ ହୋଇଥିବା ଏହି ବୈଠକରେ ଆଇଜି (ଏସ୍‌ଟିଏଫ୍‌) ହିମାଂଶୁ ଲାଲ ଅଧ୍ୟକ୍ଷତା କରିଥିଲେ।

ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, କନ୍ଧମାଳ ଏବଂ ବୌଦ୍ଧ ଭଳି ହଟ୍‌ସ୍ପଟ୍ ଜିଲ୍ଲାର ଆରକ୍ଷୀ ଅଧୀକ୍ଷକ,  ଦକ୍ଷିଣାଞ୍ଚଳ (ବ୍ରହ୍ମପୁର) ଆଇଜି ଓ ଡିଆଇଜି କୋରାପୁଟ, ଏସ୍‌ଟିଏଫ୍‌ ଡିଆଇଜି କେଭି ସିଂହ, ଏନ୍‌ସିବି ଜୋନାଲ୍‌ ଅଧିକାରୀ (ଭୁବନେଶ୍ବର) ଶ୍ରୀକୁନାଲ୍‌ କୁମାର ଯୋଗ ଦେଇଥିଲେ।

Ganjei Seized ଦୁଇଟି ସ୍ଥାନରୁ ୧କ୍ବିଣ୍ଟାଲ ୪୪ କେଜି ଗଞ୍ଜେଇ ଜବତ, ୪ ଗିରଫ ରାଜ୍ୟରେ ଚାଲିଥିବା ନିଶାମୁକ୍ତ ଓଡ଼ିଶା ଅଭିଯାନକୁ ଅଧିକ ସଂଗଠିତ କରିବାକୁ ଚାରିଦଫା ରଣନୀତି ପ୍ରସ୍ତୁତ ହୋଇଥିଲା।

ଏହି ରଣନୀତି ମଧ୍ୟରେ, ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, ଆର୍ଥିକ ତଦନ୍ତ, ସମ୍ପତ୍ତି ବାଜ୍ୟାପ୍ତି ଏବଂ ଅଭ୍ୟାସଗତ ଅପରାଧୀଙ୍କ ବିରୋଧରେ  ପିଆଇଟି-ଏନ୍‌ଡିପିଏସ୍‌ କାର୍ଯ୍ୟକାରୀ କରିବା ସହ ବ୍ୟାପକ ପ୍ରବର୍ତ୍ତନ (enforcement) ପଦକ୍ଷେପ ଗ୍ରହଣକରିବାକୁ ପରାମର୍ଶ ଦିଆଯାଇଛି।

ଏହାସହ କୋରାପୁଟ, ଗଜପତି, କନ୍ଧମାଳ, ବୌଦ୍ଧ, ରାୟଗଡ଼ା ଆଦି ଜିଲ୍ଲାରେ ଲୋକଙ୍କ ମଧ୍ୟରେ ଗଞ୍ଜେଇ ଚାଷ ବିରୋଧରେ ଜନସଚେତନତା ସୃଷ୍ଟି କରିବାକୁ ପଦକ୍ଷେପ ନେବାକୁ ଜିଲ୍ଲାର ଏସ୍‌ପିଙ୍କୁ କୁହାଯାଇଛି।

ମୋହନା: କମଳାପୁର ନାକା ପଏଣ୍ଟରେ ଯାଞ୍ଚ୍ ବେଳେ ୧ କୋଟିରୁ ଅଧିକ ମୂଲ୍ୟର ଗ‌ଞ୍ଜେଇ ଜବତ, ୨ ଅଭିଯୁକ୍ତ ଗିରଫ, ଜବତ ଗଞ୍ଜେଇ ପରିମାଣ ୧୦ କୁଇଣ୍ଟାଲ,ଗ‌ଞ୍ଜେଇ ମୋହନା ଚଢ଼ିଆପଦାରୁ ମହାରାଷ୍ଟ୍ର ଚୋରା ଚାଲାଣ ହେଉଥିଲା ଏହା ବ୍ୟତୀତ, ଡ୍ରୋନ୍, ସାଟେଲାଇଟ୍ ଇମେଜେରୀ ଏବଂ ଗ୍ରାଉଣ୍ଡ ସର୍ଭେଲାନ୍ସ ବ୍ୟବହାର କରି ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକ ଉପରେ ତୀକ୍ଷଣ ନଜର ରଖିବା।

ଅଂଶୀଦାରଙ୍କ ବିକଳ୍ପ ଜୀବିକା ପଦକ୍ଷେପ, ସମୟସୀମା ମଧ୍ୟରେ ନିରୀକ୍ଷଣ ଓ ଧରପଗଡ଼ର ନିର୍ଦ୍ଧାରିତ ଲକ୍ଷ୍ୟ ହାସଲ କରିବାକୁ କୁହାଯାଇଛି।

ଏହାସହ ନିଆଯାଉଥିବା ପଦକ୍ଷେପର ଜିଲ୍ଲାୱାରୀ ସମୀକ୍ଷା କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)