Ganja: ଅପରେସନ ଶୁଦ୍ଧି: ଉତ୍ତରପ୍ରଦେଶରୁ ଧରାପଡ଼ିଲେ ୩ ଓଡ଼ିଆ ଯୁବକ, ସାଙ୍ଗରେ ନେଇଥିଲେ ଲକ୍ଷାଧିକ ଟଙ୍କାର ଗଞ୍ଜେଇ

Oct 16, 2026 - 18:15
Ganja: ଅପରେସନ ଶୁଦ୍ଧି: ଉତ୍ତରପ୍ରଦେଶରୁ ଧରାପଡ଼ିଲେ ୩ ଓଡ଼ିଆ ଯୁବକ, ସାଙ୍ଗରେ ନେଇଥିଲେ ଲକ୍ଷାଧିକ ଟଙ୍କାର ଗଞ୍ଜେଇ

"ସୋନଭଦ୍ର: ଉତ୍ତରପ୍ରଦେଶର ସୋନଭଦ୍ର ଜିଲ୍ଲାରେ ପୁଲିସ ଏକ ବଡ଼ଧରଣର ଗଞ୍ଜେଇ କାରବାରକୁ ପଣ୍ଡ କରିଛି।

ଜିଲ୍ଲାରେ ଅବୈଧ ନିଶା କାରବାର ବିରୋଧରେ ଚାଲିଥିବା "ଅପରେସନ୍‌ ଶୁଦ୍ଧି" ଅଭିଯାନ ଅଧୀନରେ କର୍ମା ଥାନା ପୁଲିସ ଏବଂ ଏସଓଜିର ଯୁଗ୍ମ ଟିମ୍‌ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ପୁଲିସ ଦୁଇଟି କାର୍‌ରୁ ପ୍ରାୟ ୧୧୮ କିଲୋଗ୍ରାମରୁ ଅଧିକ ଗଞ୍ଜେଇ ଜବତ କରିବା ସହ ଓଡ଼ିଶାର ତିନି ଜଣ ଯୁବକଙ୍କୁ ଗିରଫ କରିଛି।Advertisment ପୁଲିସ ସୂଚନା ମୁତାବକ, ଏସପି ଅଭିଷେକ ବର୍ମାଙ୍କ ନିର୍ଦ୍ଦେଶକ୍ରମେ କର୍ମା ଥାନା ପ୍ରଭାରୀ କମଲେଶ ପାଲ ଏବଂ ଏସଓଜି ପ୍ରଭାରୀ ରାମସ୍ୱରୂପ ବର୍ମାଙ୍କ ଟିମ୍‌ ହିଦୁଆରୀ ନିକଟରେ ଯାନବାହନ ଯାଞ୍ଚ କରୁଥିଲେ।

ସେହି ସମୟରେ ଦୁଇଟି ସନ୍ଦିଗ୍ଧ କାର୍‌ (ଏକ୍ସୟୁଭି-୫୦୦ ଏବଂ ବ୍ରେଜା) ଆସୁଥିବା ଦେଖି ପୁଲିସ ସେଗୁଡ଼ିକୁ ଅଟକାଇ ତଲାସୀ ନେଇଥିଲା।

କାର୍‌ଗୁଡ଼ିକ ଭିତରୁ ଛୋଟ ଛୋଟ ପ୍ୟାକେଟ୍‌ ମିଳିଥିଲା, ଯେଉଁଥିରେ ମୋଟ ୧୧୮ କିଲୋଗ୍ରାମ ୬୭୦ ଗ୍ରାମ ଗଞ୍ଜେଇ ରହିଥିଲା।

ଆହୁରି ପଢନ୍ତୁ: Hyundai: ଏର୍ଟିଗା ଓ କ୍ୟାରେନ୍ସକୁ ଟକ୍କର ଦେବାକୁ ଆସୁଛି ହୁଣ୍ଡାଇର ନୂତନ ୭-ସିଟର ଏମପିଭି 'ନେଇରା' ପୁଲିସର କହିବାନୁଯାୟୀ, ଜବତ ହୋଇଥିବା ଗଞ୍ଜେଇର ବଜାର ମୂଲ୍ୟ ପ୍ରାୟ ୬୦ ଲକ୍ଷ ଟଙ୍କା ହେବ।

ଏହାଛଡ଼ା ତସ୍କରମାନେ ବ୍ୟବହାର କରୁଥିବା ଦୁଇଟି କାର୍, ୫ଟି ମୋବାଇଲ୍‌ ଫୋନ୍‌ ଏବଂ ୮,୨୮୦ ଟଙ୍କା ନଗଦ ଜବତ କରାଯାଇଛି।

ଗାଡ଼ି ଓ ଅନ୍ୟାନ୍ୟ ସାମଗ୍ରୀକୁ ମିଶାଇ ମୋଟ ଜବତ ସାମଗ୍ରୀର ମୂଲ୍ୟ ପ୍ରାୟ ୯୫ ଲକ୍ଷ ଟଙ୍କା ଆକଳନ କରାଯାଇଛି।

ମିଳିଥିବା ସୂଚନା ମୁତାବକ ଗିରଫ ୩ ଜଣ ଯୁବକ ହେଉଛନ୍ତି ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାର ବିଶ୍ୱଜିତ୍‌ ବାରିକ, ରବୀନ୍ଦ୍ର ନାୟକ ଓ ମହମ୍ମଦ ଦାନିଶ | ଆହୁରି ପଢନ୍ତୁ: SSR: ଏସ୍‌ଏସ୍‌ଆର୍‌ ପରେ ରାଜନୈତିକ ଦଳମାନଙ୍କୁ ଭୋଟର ତାଲିକାର ସଫ୍ଟ କପି ଦେବାକୁ ଇସିଙ୍କ ପ୍ରତିଶ୍ରୁତି ପୁଲିସର ପ୍ରାଥମିକ ପଚରାଉଚରା ସମୟରେ ଅଭିଯୁକ୍ତମାନେ ପ୍ରକାଶ କରିଛନ୍ତି ଯେ ସେମାନେ ସୁନ୍ଦରଗଡ଼ର ଜଣେ ବ୍ୟକ୍ତିଙ୍କ କହିବା ଅନୁଯାୟୀ ଏହି ଗଞ୍ଜେଇ ନେଇ ମିର୍ଜାପୁରକୁ ଯାଉଥିଲେ।

ସେମାନେ ପୂର୍ବରୁ ମଧ୍ୟ ଏପରି ଗଞ୍ଜେଇ ଚାଲାଣ କରିଥିବା ସ୍ୱୀକାର କରିଛନ୍ତି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)