Gang Rape Case ଜଗତସିଂହପୁର ଗଣଦୁଷ୍କର୍ମ ମାମଲା: ୩ ଦୋଷୀଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ
"ଭୁବନେଶ୍ବର: ପ୍ରାୟ ୧ ବର୍ଷ ପୂର୍ବେ ଜଗତସିଂହପୁର ଜିଲ୍ଲାରେ ଘଟିଥିବା ଏକ ଗଣଦୁଷ୍କର୍ମ ମାମଲାରେ ଜଗତସିଂହପୁର ଫାଷ୍ଟ ଟ୍ରାକ୍ ସ୍ପେଶାଲ କୋର୍ଟ ଆଜି (ମଙ୍ଗଳବାର) ଚୂଡ଼ାନ୍ତ ରାୟ ପ୍ରକାଶ କରିଛନ୍ତି।
ମାମଲାରେ ସମ୍ପୃକ୍ତ ୩ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।
Advertisment ଏହି ମାମଲାରେ ଭାରତୀୟ ଦଣ୍ଡ ସଂହିତା (ଆଇପିଏସ୍)ର ଧାରା ୩୭୬(ଡି) ଏବଂ ୫୦୬ ଅନୁଯାୟୀ କୋର୍ଟ ସମସ୍ତ ତିନି ଅଭିଯୁକ୍ତଙ୍କୁ ୨୦ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡ ସହିତ ପ୍ରତ୍ୟେକଙ୍କୁ ୧୦,୦୦୦ ଟଙ୍କା ଲେଖାଏଁ ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି।
ଏହା ପୂର୍ବରୁ ପୀଡ଼ିତାଙ୍କୁ ଓଡ଼ିଶା କ୍ଷତିପୂରଣ ଯୋଜନା ଅଧୀନରେ ୨ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।
Rape Alligation: ସମ୍ପର୍କରେ କଳଙ୍କ: ଘରେ କେହି ନଥିବାର ସୁଯୋଗ ନେଇ ନାବାଳିକାକୁ ଦୁଷ୍କର୍ମ!
ମାମଲାର ବିବରଣୀ ଅନୁଯାୟୀ, ୨୦୨୪ ମସିହା ଫେବ୍ରୁଆରି ୩ ତାରିଖ ସନ୍ଧ୍ୟାରେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ନିମକାନା ରେଳ ଷ୍ଟେସନ ନିକଟରେ ଜଣେ ୨୯ ବର୍ଷୀୟା ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା।
ଏହି ଜଘନ୍ୟ କାଣ୍ଡରେ ସମ୍ପୃକ୍ତ ଥିବା ତିର୍ତ୍ତୋଲ ଥାନା ଅଞ୍ଚଳର ୩ ଜଣ ଅଭିଯୁକ୍ତ ରଞ୍ଜନ କୁମାର ଶିଳ (୨୬), ବିଶ୍ୱରଞ୍ଜନ ନାୟକ (୨୯) ଏବଂ ସୁରେଶ କୁମାର ବେହେରା (୪୦) ଙ୍କୁ ପୁଲିସ ଗିରଫ କରିଥିଲା।
Rape Accused Arrested ଫେରାର୍ ଦୁଷ୍କର୍ମକାରୀର ବର ସାଜିବା ସ୍ବପ୍ନ ଚୂରମାର, ବିବାହ ପୂର୍ବରୁ ମାଡ଼ିବସିଲା ପୁଲିସ ଓଡ଼ିଶା ପୁଲିସର ମହିଳା ଏବଂ ଶିଶୁ ଅପରାଧ ନିରାକରଣ ଶାଖା, ଭୁବନେଶ୍ୱର ଦ୍ୱାରା ଏହି ମାମଲାର ତଦନ୍ତ କରାଯାଇଥିଲା।
ଶାଖାର ଡିଏସପି ଇମାନ କଲ୍ୟାଣ ନାୟକ ଏହି ମାମଲାର ତଦନ୍ତ କରି ଅଦାଲତରେ ଚାର୍ଜସିଟ ଦାଖଲ କରିଥିଲେ।
ଏହି ଚାର୍ଜସିଟ ଓ ଦୃଢ଼ ପ୍ରମାଣ ଆଧାରରେ ମାନ୍ୟବର କୋର୍ଟ ଆଜି ସମସ୍ତ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଏହି ଦଣ୍ଡାଦେଶ ଶୁଣାଇଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।