Gang Loot: ଗ୍ୟାଙ୍ଗସ୍ ଅଫ୍ ‘ଏନ୍ଏଚ୍ ୫୫’: ଦୁଇ ମଦ ବ୍ୟବସାୟୀଙ୍କୁ ଲୁଟିଲେ ଦୁର୍ବୃତ୍ତ

Jul 02, 2026 - 13:57
Gang Loot: ଗ୍ୟାଙ୍ଗସ୍ ଅଫ୍ ‘ଏନ୍ଏଚ୍ ୫୫’: ଦୁଇ ମଦ ବ୍ୟବସାୟୀଙ୍କୁ ଲୁଟିଲେ ଦୁର୍ବୃତ୍ତ

"ଜଗତସିଂହପୁର:ଜଗତସିଂହପୁର-ବାଲିକୁଦା ୫୫ ନମ୍ବର ଜାତୀୟ ରାଜପଥର ଯୋଗଧାରୀ-ଡିହସାହି ରାସ୍ତାରେ ଆତଙ୍କ ଖେଳାଇଛନ୍ତି ମୁଖାଧାରୀ ଦୁର୍ବୃତ୍ତ।

ଦୁଇ ଦିନରେ ଦୁଇ ଜଣଙ୍କୁ ଆକ୍ରମଣ କରି ଲୁଟ୍ ଘଟଣା ଆଲୋଡ଼ନ ସୃଷ୍ଟି କରିଛି।

ଖାଲି ଆତଙ୍କ ଖେଳାଇ ନାହାନ୍ତି ପୁଲିସକୁ ଖୋଲା ଚ୍ୟାଲେଞ୍ଜ ମଧ୍ୟ ଦେଇଛନ୍ତି।

ଚାରି ଜଣ ପ୍ରତ୍ୟକ୍ଷ ଲୁଟ୍ କରୁଥିବା ବେଳେ ଏହା ପଛରେ ଆହୁରି ଏକାଧିକ ପେସାଦାର ଅପରାଧୀଙ୍କ ହାତ ଥିବା ସନ୍ଦେହ କରାଯାଉଛି।

ଲଗାତାର ଦୁଇଦିନରେ ତିନିଜଣଙ୍କୁ ଆକ୍ରମଣ କରି ଲୁଟ୍ ଘଟାଇ "ଗ୍ୟାଙ୍ଗସ ଅଫ୍ ଏନଏଚ୍-୫୫" ଆତଙ୍କ ଖେଳାଇଛନ୍ତି।Advertisment Sand Artist: ତାଇୱାନରେ ବାଲୁକା କଳା ପ୍ରଦର୍ଶନୀରେ ଭାଗନେବେ ଓମ ପ୍ରକାଶ ମିଳିଥିବା ସୂଚନା ଅନୁସାରେ, ଆକ୍ରମଣ ଓ ଲୁଟର ଶିକାର ହୋଇଛନ୍ତି ଜଗତସିଂହପୁରର ଦୁଇ ମଦ ବ୍ୟବସାୟୀ ବିଶ୍ବରଞ୍ଜନ ସାହୁ ଏବଂ ପ୍ରଶାନ୍ତ ଚୌଧୁରୀ।

ମଙ୍ଗଳବାର ବିଳମ୍ବିତ ରାତି ପ୍ରାୟ ଗୋଟାଏରେ ଏରସମାରୁ ମଦ ଦୋକାନ ବନ୍ଦ କରି ହିସାବପତ୍ର ସାରି ଟଙ୍କା ଧରି କାର ଯୋଗେ ଜଗତସିଂହପୁର ଫେରୁଥିଲେ।

ପାକନପୁର-ଯୋଗଧାରୀ ମଝିରେ ଦୁଇଟି ବାଇକ୍ (ଗୋଟିଏ ପଲସର୍ ଓ ଅନ୍ୟଟି ଆପାଚି)ରେ ୪ ଜଣ ଯୁବକ ଆସି ସେମାନଙ୍କ କାରକୁ ଅଟକାଇଥିଲେ।

ସମସ୍ତେ ମୁହଁରେ କପଡ଼ା ଗୁଡ଼ାଇଥିଲେ।

ପାରାଦୀପ ରାସ୍ତା କେଉଁ ଆଡ଼େ ବୋଲି ଜଣେ ବାଇକ୍ ଚାଳକ ପଚାରିଥିଲେ।

କାର ଚଳାଉଥିବା ପ୍ରଶାନ୍ତ ଗାଡ଼ି କାଚ ଖୋଲିବା ପରେ ହଠାତ୍ ବାଇକରେ ଥିବା ଜଣେ ଦୁର୍ବୃତ୍ତ ଫାର୍ସାରେ ଅତର୍କିତ ଆକ୍ରମଣ କରିଥିଲେ।

ସେହିପରି ଅନ୍ୟ ଜଣେ ମୁଣ୍ଡରେ ବନ୍ଧୁକ ଲଗାଇଥିଲା।

ସେ ପିନ୍ଧିଥିବା ବ୍ରେସଲେଟ୍, ସୁନାମୁଦି, ମନିପର୍ସ, ମୋବାଇଲ ଫୋନ୍ ଛଡ଼ାଇ ନେଇଥିଲେ।

ତାଙ୍କ ସାଥୀରେ ଥିବା ବିଶ୍ବରଞ୍ଜନ ସାହୁଙ୍କୁ ଅନ୍ୟ ଜଣେ ଆକ୍ରମଣ କରିଥିଲା।

ଗ୍ୟାଙ୍ଗକୁ ଧରିବା ପାଇଁ ପୁଲିସର ସ୍ବତନ୍ତ୍ର ଟିମ୍ ଅତର୍କିତ ଆକ୍ରମଣ କରି ଆତଙ୍କ ସୃଷ୍ଟି କରିବା ସହ ତାଙ୍କ ପାଖରୁ ପ୍ରାୟ ୨ ଲକ୍ଷ ୩୭ ହଜାର ଟଙ୍କା, ମନିପର୍ସ, ମୋବାଇଲ ଫୋନ୍, ସୁନା ମୁଦି ଲୁଟି ନେଇଥିଲେ।

ଆକ୍ରମଣରେ ତାଙ୍କର କାନ, ପିଠି, ହାତ ସମେତ ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଛି।

ଏହା ପରେ ଦୁର୍ବୃତ୍ତମାନେ ବାଲିକୁଦା ଅଭିମୁଖେ ପଳାଇଥିଲେ।

ଗୁରୁତର ଅବସ୍ଥାରେ ପ୍ରଥମେ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟ ଓ ପରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଉଭୟଙ୍କୁ ଭର୍ତ୍ତି କରା ଯାଇଥିଲା।

ବାଲିଭଉଁରି-ଗୋପାଳପୁର ମଧ୍ୟବର୍ତ୍ତୀ ଅଞ୍ଚଳରୁ ଏହି ଦୁର୍ବୃତ୍ତମାନେ ପିଛା କରୁଥିବା ପୁଲିସ ଜାଣିବାକୁ ପାଇଛି।

୨୯ ତାରିଖରେ ସମାନ ତରିକାରେ ବାଲିକୁଦା ଧନିଶୋ ଅଞ୍ଚଳର ଶିବପ୍ରସାଦ ସାହୁଙ୍କ ସୁନା ଚେନ୍, ମୁଦି, ମୋବାଇଲ ଫୋନ୍, ମନିପର୍ସ ଲୁଟ୍ କରିଥିଲେ।

ଅପରାଧର ତରିକା ସମାନ ହୋଇଥିବା ବେଳେ ଗୋଟିଏ ଗ୍ୟାଙ୍ଗ ବୋଲି ପୁଲିସ ସ୍ପଷ୍ଟ ହୋଇସାରିଛି।

ଏହି ଗ୍ୟାଙ୍ଗକୁ ଧରିବା ପାଇଁ ପୁଲିସର ଏକ ସ୍ବତନ୍ତ୍ର ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।

ସେହି ରାସ୍ତାରେ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି।

ଖୁବଶୀଘ୍ର ଧରାପଡ଼ିବେ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

"