Death: ହାଇୱା ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ

Jul 02, 2026 - 15:15
Death: ହାଇୱା ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ

"ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଭାଟକୁମରଡ଼ା କଲେଜ ଛକରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।

ହାଇୱା ଧକ୍କାରେ ଜଣେ ବାଇକ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି ।

ମୃତକ ହେଲେ ନାଇଡୁପଲ୍ଲୀ ଗ୍ରାମର ବାବୁ ସାସମଲ ।Advertisment ଘଟଣାସ୍ଥଳରେ ମୃତ୍ୟୁ ସୂଚନା ଅନୁଯାୟୀ, ବାବୁ ନିଜ ବାଇକରେ ଯାଉଥିବା ବେଳେ ଏକ ଦ୍ରୁତଗାମୀ ହାଇୱା ତାଙ୍କୁ ଧକ୍କା ଦେଇଥିଲା ।

ଧକ୍କା ଏତେ ଜୋରଦାର ଥିଲା ଯେ, ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ।

ଦୁର୍ଘଟଣା ପରେ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା ।

କ୍ଷୁବ୍ଧ ସ୍ଥାନୀୟ ଲୋକେ ପୁରୁଷୋତ୍ତମପୁର–ବ୍ରହ୍ମପୁର ମୁଖ୍ୟ ସଡ଼କ ଅବରୋଧ କରି ପ୍ରତିବାଦ କରିଥିଲେ ।

ଫଳରେ କିଛି ସମୟ ପାଇଁ ଯାତାୟତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା ।

ଖବର ପାଇ ପୁରୁଷୋତ୍ତମପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

ଦୁର୍ଘଟଣାର ସଠିକ୍ କାରଣ ଜାଣିବା ପାଇଁ ପୁଲିସ ଅଧିକ ତଦନ୍ତ ଜାରି ରଖିଛି ।

Gang Loot: ଗ୍ୟାଙ୍ଗସ୍ ଅଫ୍ "ଏନ୍ଏଚ୍ ୫୫": ଦୁଇ ମଦ ବ୍ୟବସାୟୀଙ୍କୁ ଲୁଟିଲେ ଦୁର୍ବୃତ୍ତ "