200-foot road: ସରିଛି ୨୦୦ଫୁଟିଆ ରାସ୍ତା, ୧୦ ଦିନରେ ଖୋଲିବ
ଚନ୍ଦ୍ରଶେଖରପୁର: ରାଜଧାନୀର ବହୁ ପ୍ରତୀକ୍ଷିତ ଏକାମ୍ରକାନନ-ଆଇଏମ୍ଏ ସମାନ୍ତରାଳ ୨୦୦ ଫୁଟିଆ ରାସ୍ତା ନିର୍ମାଣ ସରିଛି। ବିବଦୀୟ ସ୍ଥିତିରେ ଥିବା ସାଲିଆସାହି ଭିତର ୯୦୦ ମିଟରର ରାସ୍ତା ନିର୍ମାଣ ଶେଷ ହୋଇଛି ଏବଂ ଆନୁଷଙ୍ଗିକ କାମ ଜାରି ରହିଛି। ଆସନ୍ତା ୧୦ ଦିନ ମଧ୍ୟରେ କାମ ସମ୍ପୂର୍ଣ୍ଣ ଶେଷ କରି ସାଧାରଣ ଜନତାଙ୍କ ପାଇଁ ରାସ୍ତା ଖୋଲିବାକୁ ପୂର୍ତ୍ତ ବିଭାଗ ଯୋଜନା କରିଛି। ସେହିଭଳି ଚୁନୁକୋଳିବସ୍ତି ନିକଟରେ ଅଟକିଥିବା ରାସ୍ତା କାମ ମଧ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଆଗକୁ ନେବା ଲାଗି ଆଜିଠାରୁ ଉଚ୍ଛେଦ ଆରମ୍ଭ ହୋଇଛି।
The kingdom: ସ୍ମାର୍ଟ ଜନପଥରେ ଅନ୍ଧାରର ରାଜୁତି
ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ଗୋପାଳ ବେସରା କହିଛନ୍ତି ଯେ ମୁଖ୍ୟରାସ୍ତାର ପିଚୁ କାମ ସରିଛି। ଡିଭାଇଡର୍ ଓ ଡ୍ରେନ୍ କାମ ସରିଛି। ସର୍ଭିସ୍ ରୋଡ୍ କାମ ଆଉ ମାତ୍ର ୩୦୦ ମିଟର ବାକି ଅଛି। ଯେଉଁଠି ପାଇପ୍ ଲାଇନ୍ ଅଛି, ସେଠି କାମ ସାରିବାକୁ ଆଉ ୭ରୁ ୧୦ ଦିନ ସମୟ ଲାଗିବ। ଏହି ରାସ୍ତା ପାର୍ଶ୍ବରେ କ୍ରୁଟ୍ ପକ୍ଷରୁ ଏକ ଇଭି ଚାର୍ଜିଂ ଷ୍ଟେସନ, ବସ୍ଷ୍ଟପ୍ନିର୍ମାଣ କରାଯିବ। ବିଏମ୍ସି ପକ୍ଷରୁ ଅପେକ୍ଷାସ୍ଥଳୀ ସମେତ ବିଭିନ୍ନ ପ୍ରକାର ମୌଳିକ ସୁବିଧା ରାସ୍ତା କଡ଼ରେ ଉପଲବ୍ଧ ହେବ। ଏକାମ୍ର କାନନ ନିକଟରେ ନିର୍ମାଣାଧୀନ ଗୋଲେଇ ଛକର ଡିଜାଇନ୍ ଶେଷ ହୋଇଛି। ସେଠାରେ ଏକ ରଙ୍ଗିନ ଆଲୋକଖଚିତ ୱାଟର୍ ଫାଉଣ୍ଟେନ୍ ନିର୍ମାଣ କରାଯିବ। ଗୋଲେଇ ନିକଟରେ ଯେପରି ଦୁର୍ଘଟଣା ନ ହୁଏ, ସେଥିପ୍ରତି ଧ୍ୟାନ ଦିଆଯାଇଛି।
The young man: ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ
ସୂଚନାଯୋଗ୍ୟ ଯେ ୩୦ ସୁଦ୍ଧା ରାସ୍ତା କାମ ଶେଷ ହେବ ବୋଲି ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଥିଲେ। କିନ୍ତୁ ମନ୍ତ୍ରୀଙ୍କ କଣ୍ଟ କାମ ଦେଲାନାହିଁ। ତେବେ ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଏହି ରାସ୍ତା ସର୍ବସାଧାରଣଙ୍କ ପାଇଁ ଖୋଲିବାକୁ ଯୋଜନା ହୋଇଛି ବୋଲି କୁହାଯାଉଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।