Gallium Nitride Chip: ଦେଶରେ ପ୍ରସ୍ତୁତ ହେଲା ଉନ୍ନତ ଗାଲିୟମ୍ ନାଇଟ୍ରାଇଡ୍ ଚିପ୍
"ବେଙ୍ଗାଲୁରୁ: ଭାରତର ସେମିକଣ୍ଡକ୍ଟର କ୍ଷେତ୍ରରେ ଏକ ବଡ଼ ସଫଳତା ମିଳିଛି।
ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ (ଆଇଆଇଏସ୍ସି), ବେଙ୍ଗାଲୁରୁର ୫ ଜଣ ଅଧ୍ୟାପକ ଓ ୨ ଜଣ ପିଏଚ୍ଡି ଗବେଷକଙ୍କ ଏକ ଦଳ ଭାରତରେ ଉନ୍ନତ ଗାଲିୟମ୍ ନାଇଟ୍ରାଇଡ୍ ଚିପ୍ ବିକାଶ କରିଛନ୍ତି।
ଏହି ପ୍ରକଳ୍ପରେ ଷ୍ଟାର୍ଟଅପ୍ "ଅଗ୍ନିଟ୍ ସେମିକଣ୍ଡକ୍ଟର୍ସ" ମଧ୍ୟ ସହଯୋଗ କରିଛି।
ଏହି ଚିପ୍ ପୂର୍ବରୁ ବିଦେଶରୁ ଆମଦାନି କରିବାକୁ ପଡ଼ୁଥିଲା ଏବଂ ଏହାର ମୂଲ୍ୟ ଅଧିକ ଥିବାରୁ ଦେଶରେ ବ୍ୟାପକ ବ୍ୟବହାର ସମ୍ଭବ ହେଉନଥିଲା।Advertisment ଏହି ଗବେଷଣା ଦଳର ନେତୃତ୍ୱ ନେଇଥିବା ପ୍ରଫେସର ମୟଙ୍କ ଶ୍ରୀବାସ୍ତବ କହିଛନ୍ତି, ଭାରତରେ ଉନ୍ନତ ସେମିକଣ୍ଡକ୍ଟର ପ୍ରଯୁକ୍ତିର ଆବଶ୍ୟକତା ବହୁଦିନ ଧରି ଅନୁଭବ କରାଯାଉଥିଲା।
ଦେଶୀୟ ଜ୍ଞାନକୌଶଳକୁ ଆଧାର କରି ଏହି ଚିପ୍ ବିକାଶ କରାଯାଇଥିବାରୁ ଭବିଷ୍ୟତରେ ବିଦେଶୀ ନିର୍ଭରଶୀଳତା ଯଥେଷ୍ଟ କମିବ ବୋଲି ସେ କହିଛନ୍ତି।
ଏହି ପ୍ରକଳ୍ପରେ ୫ ଜଣ ଅଧ୍ୟାପକ ଓ ୨ ଜଣ ପିଏଚ୍ଡି ଗବେଷକ ଦୀର୍ଘ ସମୟ ଧରି ମିଳିତ ଭାବେ କାମ କରିଥିଲେ।
ଗାଲିୟମ୍ ନାଇଟ୍ରାଇଡ୍ ଚିପ୍ ସାଧାରଣ ସିଲିକନ୍ ଚିପ୍ ତୁଳନାରେ ଅଧିକ ଦକ୍ଷ ଏବଂ ଉଚ୍ଚ ତାପମାତ୍ରା ଓ ଉଚ୍ଚ ଭୋଲ୍ଟେଜ୍ରେ ମଧ୍ୟ କାର୍ଯ୍ୟ କରିପାରେ।
ଏହାର ବ୍ୟବହାର ୫ଜି ଓ ୬ଜି ଯୋଗାଯୋଗ ବ୍ୟବସ୍ଥା, ରାଡାର, ଉପଗ୍ରହ ସଂଯୋଗ, ପ୍ରତିରକ୍ଷା ଉପକରଣ, ବିଦ୍ୟୁତ୍ ଯାନ, ଶକ୍ତି ରୂପାନ୍ତର ବ୍ୟବସ୍ଥା ଓ ଅନ୍ୟାନ୍ୟ ଉଚ୍ଚ ପ୍ରଯୁକ୍ତି କ୍ଷେତ୍ରରେ ହୋଇପାରିବ।
ଏହି କାରଣରୁ ବିଶ୍ୱ ବଜାରରେ ଏହାର ଚାହିଦା ଦ୍ରୁତ ଗତିରେ ବଢ଼ୁଛି।
Suna Besha 2026: ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ପ୍ରଫେସର ଶ୍ରୀବାସ୍ତବଙ୍କ କହିବା ଅନୁସାରେ, ବିଦେଶରୁ ଏଭଳି ଚିପ୍ ଆଣିବା କେବଳ ବ୍ୟୟବହୁଳ ନୁହେଁ, ବରଂ ରପ୍ତାନି ନିୟନ୍ତ୍ରଣ ଭଳି ବିଭିନ୍ନ ସୀମାବଦ୍ଧତା ମଧ୍ୟ ରହିଛି।
ତେଣୁ ଭାରତରେ ଏହାର ସ୍ବଦେଶୀ ବିକାଶ ଦେଶର ପ୍ରଯୁକ୍ତିଗତ ସ୍ବାବଲମ୍ବନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।
ଗବେଷଣା ଦଳ ଲାବରେଟୋରି ସ୍ତରର ସଫଳତା ପରେ ଏହାକୁ ବ୍ୟବସାୟିକ ଉତ୍ପାଦନ ଉପଯୋଗୀ କରିବା ଉପରେ କାମ କରୁଛି।
ଗବେଷକମାନଙ୍କ ମତରେ, ଏହି ସଫଳତା "ମେକ୍ ଇନ୍ ଇଣ୍ଡିଆ" ଏବଂ ଦେଶର ସେମିକଣ୍ଡକ୍ଟର ମିସନକୁ ନୂଆ ଗତି ଦେବ।
ଭବିଷ୍ୟତରେ ଭାରତରେ ଉନ୍ନତ ଚିପ୍ ନିର୍ମାଣ କ୍ଷେତ୍ରରେ ଅଧିକ ଗବେଷଣା, ବିନିଯୋଗ ଓ ଶିଳ୍ପ ସହଯୋଗ ବୃଦ୍ଧି ପାଇବା ସହ ପ୍ରତିରକ୍ଷା, ଦୂରସଂଚାର ଓ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ଦେଶର ଆତ୍ମନିର୍ଭରତା ଆହୁରି ମଜବୁତ ହେବ ବୋଲି ସେମାନେ ଆଶା ପ୍ରକାଶ କରିଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।