Weekly Horoscope 2026 July 26 to August 01: ଜାଣନ୍ତୁ ଏ ସପ୍ତାହର ରାଶିଫଳ...
"ମେଷ- ରବି, ସୋମ ଓ ମଙ୍ଗଳବାର ସରକାରୀ ଓ ସାମାଜିକ କାର୍ଯ୍ୟରେ ପ୍ରଗତି ହେବ।
ବୁଧ ଓ ଗୁରୁବାର ଅଫିସ୍ରେ ଉତ୍ତମ ପରିବେଶରେ ଖୁସି ରହିବେ।
ଶୁକ୍ର ଓ ଶନିବାର ରାଜନୀତିକ ସଂପର୍କରୁ ଲାଭ ପାଇବେ।Advertisment ବୃଷ- ରବି, ସୋମ ଓ ମଙ୍ଗଳବାର ଟଙ୍କାପଇସା ସମ୍ବନ୍ଧରେ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ।
ବୁଧ ଓ ଗୁରୁବାର ମହିଳା ଅଧିକାରୀଙ୍କ ଦ୍ବାରା ଲାଭ ପାଇବେ।
ଶୁକ୍ର ଓ ଶନିବାର କାରବାରରେ ଯଥେଷ୍ଟ ଲାଭ ପାଇବେ।
ମିଥୁନ- ରବି, ସୋମ ଓ ମଙ୍ଗଳବାର ନୂଆ ବ୍ୟବସାୟ ଓ ଆୟର ସାଧନ ସୃଷ୍ଟି ହେବ।
ବୁଧ ଓ ଗୁରୁବାର କାମ କରିବା ସମୟରେ ମନ ଶାନ୍ତ ରଖନ୍ତୁ।
ଶୁକ୍ର ଓ ଶନିବାର ପାରିବାରିକ ଜୀବନ ଶାନ୍ତିମୟ ହେବ।
କର୍କଟ- ରବି, ସୋମ ଓ ମଙ୍ଗଳବାର ସାମାଜିକ ଓ ରାଜନୈତିକ କ୍ଷେତ୍ରରେ ଲାଭ ପାଇବେ।
ବୁଧ ଓ ଗୁରୁବାର ବନ୍ଧୁ ଆପଣଙ୍କ ସହିତ ମିଶିବାକୁ ଆସିବେ।
ଶୁକ୍ର ଓ ଶନିବାର ପରିବାରରେ ବିଶୃଙ୍ଖଳା ବଢ଼ିବ।
ସିଂହ- ରବି, ସୋମ ଓ ମଙ୍ଗଳବାର ଲାଗି ରହିଥିବା ସମସ୍ୟାର ସମାଧାନ ବାହାରିବ।
ବୁଧ ଓ ଗୁରୁବାର ପ୍ରତିଯୋଗିତାରେ ଅଗ୍ରଣୀ ରହିବେ।
ଶୁକ୍ର ଓ ଶନିବାର ରାଜନୈତିକ କାର୍ଯ୍ୟରେ ସମୟ ଦେବେ।
କନ୍ୟା- ରବି, ସୋମ ଓ ମଙ୍ଗଳବାର ସାମାଜିକ କାର୍ଯ୍ୟରେ ଅଂଶଗ୍ରହଣ କରିପାରନ୍ତି।
ବୁଧ ଓ ଗୁରୁବାର ସାହିତ୍ୟ କଳା ତଥା ସଂଗୀତ କାର୍ଯ୍ୟକ୍ରମରେ ରୁଚି ନେବେ।
ଶୁକ୍ର ଓ ଶନିବାର ଆର୍ଥିକ ସ୍ଥିତି ଭଲ ରହିବ।
ଆହୁରି ପଢ଼ନ୍ତୁ- Suna Besha 2026: ମନଲୋଭା ସୁନାବେଶ; ଭକ୍ତଙ୍କୁ ଦର୍ଶନ ଦେବେ ସୁବର୍ଣ୍ଣ ଅଳଙ୍କାରରେ ଆଭୂଷିତ ମହାପ୍ରଭୁ ତୁଳା- ରବି, ସୋମ ଓ ମଙ୍ଗଳବାର ନୂଆ କାର୍ଯ୍ୟ କରିବା ଲାଗି ଯୋଜନା ପ୍ରସ୍ତୁତ କରିବେ।
ବୁଧ ଓ ଗୁରୁବାର ସୁଖ ସଂପତ୍ତିର ବୃଦ୍ଧି ହେବ।
ଶୁକ୍ର ଓ ଶନିବାର ବେକାରଙ୍କ ଲାଗି ରୋଜଗାରର ସୁଯୋଗ ଆସିବ।
ବିଛା- ରବି, ସୋମ ଓ ମଙ୍ଗଳବାର ଭାଗୀଦାରି କାର୍ଯ୍ୟରେ ଲାଭ ପାଇବେ।
ବୁଧ ଓ ଗୁରୁବାର ଲକ୍ଷ୍ୟ ନିର୍ଦ୍ଧାରିତ ଲାଗି ଯୋଜନା ପ୍ରସ୍ତୁତ କରିବେ।
ଶୁକ୍ର ଓ ଶନିବାର ଛାତ୍ର ନୂଆ ଟାଇମ୍ଟେବୁଲ୍ ପ୍ରସ୍ତୁତ କରନ୍ତୁ।
ଧନୁ- ରବି, ସୋମ ଓ ମଙ୍ଗଳବାର ନୂଆ କାରବାରର ରୂପରେଖ ପ୍ରସ୍ତୁତ କରିବେ।
ବୁଧ ଓ ଗୁରୁବାର ଅଧିକାରୀବର୍ଗ ଆପଣଙ୍କ କାମର ପ୍ରଶଂସା କରିବେ।
ଶୁକ୍ର ଓ ଶନିବାର ପାରିବାରିକ ଜୀବନ ସୁଖକର ହେବ।
ମକର- ରବି, ସୋମ ଓ ମଙ୍ଗଳବାର ପାରିବାରିକ ପରିବେଶ ପ୍ରସନ୍ନତାବର୍ଦ୍ଧକ ରହିବ।
ବୁଧ ଓ ଗୁରୁବାର ଜୀବନରେ ଖୁସିର ଆଗମନ ହେବ।
ଶୁକ୍ର ଓ ଶନିବାର କୌଣସି ନୂଆ ଚୁକ୍ତିବଦ୍ଧ କାର୍ଯ୍ୟ ହାତକୁ ଆସିବ।
କୁମ୍ଭ- ରବି, ସୋମ ଓ ମଙ୍ଗଳବାର ଦୀର୍ଘ ଦିନରୁ ଲାଗି ରହିଥିବା ବିବାଦ ସମାଧାନ ହୋଇଯିବ।
ବୁଧ ଓ ଗୁରୁବାର ଅଜଣା ବ୍ୟକ୍ତିଙ୍କ ଉପରେ ବିଶ୍ବାସ କରନ୍ତୁ ନାହିଁ।
ଶୁକ୍ର ଓ ଶନିବାର ପରିବାରରେ ଆନନ୍ଦ ଉଲ୍ଲାସ ରହିବ।
ମୀନ- ରବି, ସୋମ ଓ ମଙ୍ଗଳବାର ସଭାରେ ଆପଣଙ୍କ କଥାକୁ ଲୋକେ ଧ୍ୟାନ ଦେଇ ଶୁଣିବେ।
ବୁଧ ଓ ଗୁରୁବାର କୌଣସି ବ୍ୟକ୍ତିଙ୍କ ଠାରୁ ଆଶାଠୁ ଅଧିକ ଲାଭ ପାଇବେ।
ଶୁକ୍ର ଓ ଶନିବାର ପ୍ରଗତିରେ ବାଧା ସୃଷ୍ଟି ହେବ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।