Gajapati Forest Land Patta ଜଙ୍ଗଲ ଜମି ପଟ୍ଟା ଦାବିରେ ଧାରଣା: ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ୮୫ ଆଦିବାସୀ ପରିବାର
"ପାରଳାଖେମୁଣ୍ଡି: ଜଙ୍ଗଲ ଜମିରେ ପିଢ଼ି ପିଢ଼ି ଧରି ଚାଷ କରୁଛନ୍ତି।
ଜମି ଉପରେ ନିର୍ଭର କରି ପରିବାର ଚଳାଉଛନ୍ତି।
ହେଲେ ଜମିର ଅଧିକାର ମିଳୁନି।
ଜଙ୍ଗଲ ଜମି ପଟ୍ଟା ପାଇଁ ବର୍ଷ ବର୍ଷ ଧରି ପ୍ରଶାସନର ବିଭିନ୍ନ ସ୍ତରରେ ଦାବି ଜଣାଇବା ପରେ ମଧ୍ୟ ସୁଫଳ ନମିଳିବାରୁ ଶେଷରେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ୮୫ ଆଦିବାସୀ ପରିବାର।
Advertisment Forest Land: ଜବଦରଖଲରେ ୩୧୫୦ ହେକ୍ଟର ଜଙ୍ଗଲଜମି, ରାଉରକେଲା ଆର୍ସିସିଏଫ୍ ଅନ୍ତର୍ଗତ ୫ ବନଖଣ୍ଡରେ ସଙ୍ଗିନ ସ୍ଥିତି ଗଜପତି ଜିଲ୍ଲା ରାୟଗଡ ବ୍ଲକ ଲାଇଲାଇ ପଞ୍ଚାୟତର ସାନଲବା ଗ୍ରାମର ଏହି ପରିବାରଗୁଡ଼ିକ ଜଙ୍ଗଲ ଜମି ପଟ୍ଟାରୁ ବଞ୍ଚିତ ଥିବା ଅଭିଯୋଗ କରିଛନ୍ତି।
ବନ ବିଭାଗଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନର ବିଭିନ୍ନ ସ୍ତରରେ ବାରମ୍ବାର ଅଭିଯୋଗ ଓ ଦାବି ଜଣାଇଥିଲେ ମଧ୍ୟ ଏଯାଏଁ ନିଜ ଅଧିକାର ପାଇ ପରି ନାହାନ୍ତି ।
ଏହାକୁ ନେଇ ଆଜି ଗ୍ରାମର ଶତାଧିକ ମହିଳା ଓ ପୁରୁଷ ସୁଦୂର ସାନଲବାରୁ ପାରଳାଖେମୁଣ୍ଡି ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇ ନିଜ ଦାବି ଜଣାଇଥିଲେ।
ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିବା ସହ ତାଙ୍କ ଦାବିର ତୁରନ୍ତ ସମାଧାନ ପାଇଁ ଦାବି ରଖିଛନ୍ତି ।
Forest Land: ଜଙ୍ଗଲ ଜମି ଉଦ୍ଧାରକୁ ନେଇ ବନ ବିଭାଗ ଓ ଗ୍ରାମବାସୀ ମୁହାଁମୁହିଁ ଦାବି ପୂରଣ ହେବା ପର୍ଯ୍ୟନ୍ତ ଏହି ଧାରଣା ଚାଲିବ ବୋଲି ପାଉଲ ଶବର , ସୁବାଶ ମଣ୍ଡଳ, ଶଙ୍କର ଭୂୟାଁ, ଗଣେଶ ଶବର, ରମେଶ ଶବର ପ୍ରମୁଖ ଗ୍ରାମବାସୀଙ୍କ ସମେତ ଏହି ଗ୍ରାମବାସୀଙ୍କ ପାଇଁ ଲଢେଇ କରୁଥିବା ଆଇନଜୀବୀ ପ୍ରଶାନ୍ତ ପ୍ରଧାନ କହିଛନ୍ତି ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
