Bargarh Lightning Strike: ବରଗଡ଼ରେ ବଜ୍ରପାତ ନେଲା ପୁଣି ଦୁଇ ଜୀବନ

Sep 18, 2026 - 20:21
Bargarh Lightning Strike: ବରଗଡ଼ରେ ବଜ୍ରପାତ ନେଲା ପୁଣି ଦୁଇ ଜୀବନ

"ବରଗଡ଼/ସୋହେଲା:  ବରଗଡ଼ ଜିଲ୍ଲାରେ ଆଜି (ଶୁକ୍ରବାର) ବ୍ରଜପାତ ଘଟି ପୁଣି ଦୁଇଜଣଙ୍କ ଜୀବନ ଯାଇଛି।

ମୃତକମାନେ ହେଲେ ସୋହେଲା ପଧାନପାଲି ଗ୍ରାମର ସୁରେଶ ପଧାନ(୫୦) ଓ ବରଗଡ଼ ଟାଉନ୍‌ ଥାନା କଟାପାଲି ଗ୍ରାମର ଦେବକୀ ଗରିୟା(୪୦)।

ପୁଲିସ ମୃତଦେହ ଜବତ କରି ଦୁଇଟି ପୃଥକ୍‌ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ଏହାକୁ ମିଶାଇ ଗତ ୨୪ ଘଣ୍ଟାରେ ବଜ୍ରପାତରେ ବରଗଡ଼ ଜିଲ୍ଲାରେ ୪ଜଣଙ୍କ ମୃତ୍ୟୁ ହୋଇଛି।Advertisment Lightning Strike ବାଙ୍ଗିରିପୋଷିରେ ବଜ୍ରପାତ: ଚାଷୀ ମୃତ, ମହିଳା ଗୁରୁତର ସୂଚନା ଅନୁସାରେ, ସୁରେଶ ଜଣେ ଚାଷୀ ହୋଇଥିବା ବେଳେ ସେ ଶୁକ୍ରବାର ମଧ୍ୟାହ୍ନରେ ଚାଷଜମିରେ କାମ କରୁଥିଲେ।

ଏହି ସମୟରେ ହଠାତ୍‌ ଘଡ଼ଘଡ଼ି ସହ ବଜ୍ରପାତ ହୋଇଥିଲା।

ବଜ୍ରାଘାତରେ ସେ ବିଲରେ ହିଁ ଟଳି ପଡ଼ିଥିଲେ।

ଅନ୍ୟମାନେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ।

ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲା।

ପରିବାରବର୍ଗଙ୍କ ଇଚ୍ଛା କ୍ରମେ ତାଙ୍କର ଚକ୍ଷୁଦାନ କରାଯାଇଛି।

ଖବର ପାଇ ରାଜ୍ୟ ବିଜେଡି ଉପସଭାପତି ସୁବ୍ରତ ସିଂ ସୋହେଲା ମେଡିକାଲରେ ପହଞ୍ଚି ମୃତକଙ୍କ ପରିବାରବର୍ଗଙ୍କୁ ସାକ୍ଷାତ କରି ସମବେଦନା ଜ୍ଞାପନ କରିଥିଲେ।

Lightning: ବିଲରେ ଧାନତଳି ରୋଉଥିଲେ ମହିଳା କୃଷି ଶ୍ରମିକ; ତାଣ୍ଡବ ରଚିଲା ବଜ୍ରପାତ ସେହିପରି କଟାପାଲିର ସୁଶାନ୍ତ ଗରିୟାଙ୍କ ପତ୍ନୀ ଦେବକୀ ଅପରାହ୍ଣରେ ଏକ ଚାଷ ଜମିରେ ମୁଲିଆ ଭାବେ କାମ କରୁଥିଲେ।

ଏହି ସମୟରେ ବ୍ରଜପାତ ଘଟିଥିଲା।

ଫଳରେ ସେ ବିଲରେ ପଡ଼ି ଯାଇଥିଲେ।

ତାଙ୍କୁ ଅନ୍ୟମାନେ ଉଦ୍ଧାର କରି ବରଗଡ଼ ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ।

ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସୂଚନାଯୋଗ୍ୟ, ଗତକାଲି (ଗୁରୁବାର) ମଧ୍ୟ ସୋହେଲା ଅଞ୍ଚଳରେ ବଜ୍ରପାତରେ ଦୁଇଜଣ ମହିଳାଙ୍କ ମୃତ୍ୟୁ ଘଟିଥିଲା।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)