Welcome!

Unlock your personalized experience.
Sign Up

Gajapati: ଇସ୍କନ୍‌ ଲୋକଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରୁଛି: ଗଜପତି

Jul 13, 2026 - 05:17
Gajapati: ଇସ୍କନ୍‌ ଲୋକଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରୁଛି: ଗଜପତି

ପୁରୀ: ବର୍ଲିନରେ ଗଜପତି ମହାରାଜ ଅଦିନିଆ ରଥଯାତ୍ରା କରାଇଥିବା କଥା କହି ଲୋକଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରୁଛି ଇସ୍କନ୍‌। ଇସ୍କନ୍‌ ଭାରତୀୟ ଶାଖାର ପ୍ରେସ୍‌ ବିବୃତି ମିଥ୍ୟା ଏବଂ ବିଭ୍ରାନ୍ତିକର ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ। ଆସନ୍ତାକାଲି ଶ୍ରୀମନ୍ଦିର ପ୍ରଶାସନ ଏନେଇ ବିଧିବଦ୍ଧ ଜବାବ ରଖିବ ବୋଲି ଗଜପତି ମହାରାଜ ଗଣମାଧ୍ୟମକୁ ଏହା କହିଛନ୍ତି। 

Education: ଖତ ଖାଉଛି କମ୍ପ୍ୟୁଟର; ଅଚଳ ହେଲାଣି ସ୍କୁଲରେ ଇ-ଶିକ୍ଷା

୧୯୯୧ରେ ବର୍ଲିନରେ ଏକ ସମ୍ମିଳନୀ ପାଇଁ ଇସ୍କନ୍‌ ନିମନ୍ତ୍ରଣ କରିଥିଲା। ସେତେବେଳ ହିଁ ଇସ୍କନ୍‌ ରଥଯାତ୍ରା ଆୟୋଜନ କରିବାରୁ, ଅ-ତିଥିରେ ଆୟୋଜନ କରୁଛି ବୋଲି ଜାଣିବାକୁ ପାଇଥିଲୁ। ରଥଯାତ୍ରା ପାଇଁ ଅନୁମତି ଦେବା ଏବଂ ପ୍ରଶଂସା କରିବା କଥା ସମ୍ପୂର୍ଣ୍ଣ ମିଥ୍ୟା। ବରଂ ସେଠାରୁ ଫେରିବା ପରେ ମୁଁ ବ୍ୟକ୍ତିଗତ ଭାବେ ଆଲୋଚନା କରିଥିଲି। ଭାବିଥିଲି ଇସ୍କନ୍‌ ମୌଖିକ ଆଲୋଚନାରେ ରାଜି ହେବ। ମାତ୍ର ମାନିଲେ ନାହିଁ। ୨୦୦୭ ମସିହାରେ ଶ୍ରୀମନ୍ଦିର ପରିଚାଳନା କମିଟିରେ ବିରୋଧ କରିବାକୁ ନିଷ୍ପତ୍ତି ହୋଇଥିଲା। ପରମ୍ପରା ବିରୋଧୀ ଜାଣିବା ପରେ ଇସ୍କନ୍‌ କାର୍ଯ୍ୟକ୍ରମକୁ ଯିବା ବନ୍ଦ କରିଥିଲି। 

ରଥଯାତ୍ରା ପାଇଁ ଅନୁମତି ଦେବା, ପ୍ରଶଂସା କରିବା ମିଛ

ଗତ ୭ ତାରିଖରେ ଅ-ତିଥି ରଥଯାତ୍ରା ବନ୍ଦ କରିବା ସମ୍ପର୍କରେ ଦିଆଯାଇଥିବା ମେଲ୍‌ ପରେ ସମ୍ଭବତଃ ଏଭଳି ପ୍ରତିକ୍ରିୟା ରଖିଛି। ଲୋକଙ୍କୁ ଭ୍ରମିତ କରିବା ପାଇଁ ଇସ୍କନ୍‌ ଚେଷ୍ଟା କରୁଛି। ଆସନ୍ତାକାଲି ଏନେଇ ଶ୍ରୀମନ୍ଦିର ପ୍ରଶାସନ ବିଧିବଦ୍ଧ ଜବାବ ରଖିବ। ଅଦିନିଆ ରଥଯାତ୍ରାକୁ ପ୍ରୋତ୍ସାହନ କଥା ଲେଖି ଭୁଲ୍‌ ଧାରଣା ସୃଷ୍ଟି କରିବାକୁ ଇସ୍କନ୍‌ ଉଦ୍ୟମ କରୁଛି ବୋଲି ଗଜପତି ମହାରାଜ କହିଛନ୍ତି।  ଗଜପତି ମହାରାଜ ଦିବ୍ୟସିଂହ ଦେବ କେବଳ ଶାସ୍ତ୍ରୀୟ ବିଧି ବିଧାନକୁ ଅନୁସରଣ କରିବାକୁ ଗଜପତି ମହାରାଜ ଅନୁରୋଧ କରିଥିଲେ। ଗତ ୭ ତାରିଖରେ ପଠାଇଥିବା ଚିଠିର ଅନୁରୋଧକୁ ପଶ୍ଚିମବଙ୍ଗ କୋଲକାତାସ୍ଥିତ ମାୟାପୁରର ଇସ୍କନ୍‌ ଗଭର୍ଣ୍ଣିଂ ବଡି କମିସନ (ଜିବିସି) ଅଧ୍ୟକ୍ଷ ପ୍ରତ୍ୟାଖ୍ୟାନ କରିଥିଲେ। ଗଜପତି ମହାରାଜଙ୍କୁ ଚିଠିରେ ଉଲ୍ଲେଖ କରିଥିଲେ, ଏଣିକି ଏ ବିଷୟରେ କିଛି ବି କହିବୁ ନାହିଁ। ଏହି ଚର୍ଚ୍ଚାରୁ ସବୁଦିନ ପାଇଁ ସମ୍ମାନ ପୂର୍ବକ ଦୂରେଇ ରହିବେ ବୋଲି ଚେତାବନୀ ଶୁଣାଇଥିଲେ। ଏହାପରେ ବର୍ଲିନ ରଥଯାତ୍ରାରେ ଗଜପତିଙ୍କ ଅନୁମତି ଥିବା ନେଇ ଗତକାଲି ଇସ୍କନ୍‌ ପ୍ରେସ ବିବୃତି ରଖିଛି।

Education: ୫ଟି ମଡେଲ ଡିଗ୍ରି କଲେଜର ୨୫ଆଉଟସୋର୍ସିଂ କର୍ମଚାରୀ ବିଦା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।