Gaganyaan: ଗଗନଯାନ ମିଶନକୁ ବଡ଼ ଝଟକା: ୧୦୦ରୁ ଅଧିକ ବୈଜ୍ଞାନିକଙ୍କ ଇସ୍ତଫା ଆବେଦନ
"ବେଙ୍ଗାଲୁରୁ/ଥିରୁବନନ୍ତପୁରମ: ଭାରତର ସବୁଠାରୁ ପ୍ରତିଷ୍ଠିତ ମାନବ ମହାକାଶ ଯାତ୍ରା ମିଶନ "ଗଗନଯାନ" ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଏବେ ବଡ଼ ସଙ୍କଟ ଦେଇ ଗତି କରୁଛି।
ବିଗତ କିଛି ମାସ ମଧ୍ୟରେ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ର ପ୍ରାୟ ୧୦୦ରୁ ଅଧିକବୈଜ୍ଞାନିକ ଏବଂ ଇଞ୍ଜିନିୟର ଇସ୍ତଫା କିମ୍ବା ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କରିଛନ୍ତି।
Advertisment ଆହୁରି ପଢନ୍ତୁ:2020 Delhi Riots Case: ୨୦୨୦ ଦିଲ୍ଲୀ ଦଙ୍ଗା ମାମଲା: ଶାର୍ଜିଲ୍ ଇମାମଙ୍କ ଜାମିନ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟଙ୍କ ନୋଟିସ୍ ଏହି ଗଣ-ଇସ୍ତଫା ଯୋଗୁଁ ଜାତୀୟ ଗୁରୁତ୍ୱ ବହନ କରୁଥିବା ମିଶନଗୁଡ଼ିକ ଯେଭଳି ପ୍ରଭାବିତ ନହେବ, ସେଥିପାଇଁ ମହାକାଶ ବିଭାଗ ପକ୍ଷରୁ ସମସ୍ତ ପ୍ରମୁଖ ଇସ୍ରୋ କେନ୍ଦ୍ରକୁ ଏକ ଜରୁରୀକାଳୀନ ସ୍ମାରକପତ୍ର ଜାରି କରାଯାଇଛି।
ଏହି ନିର୍ଦ୍ଦେଶନାମା ଅନୁଯାୟୀ, ଗ୍ରୁପ୍ ''ଏ'' ବୈଜ୍ଞାନିକ ଏବଂ ବୈଷୟିକ କର୍ମଚାରୀଙ୍କ ଇସ୍ତଫା କିମ୍ବା ସ୍ୱେଚ୍ଛାକୃତ ଅବସର ଆବେଦନକୁ ସାଧାରଣ ନିୟମ ଅନୁଯାୟୀ ସହଜରେ ଗ୍ରହଣ କରାଯିବ ନାହିଁ।
ଆହୁରି ପଢନ୍ତୁ:Monitor Thrashes Nursery Student: ମୁଣ୍ଡ ତଳକୁ ନକରିବାରୁ ନର୍ସରୀରେ ପଢ଼ୁଥିବା ବାଳକକୁ ନିସ୍ତୁକ ମାଡ଼ ମାରିଲା କ୍ଲାସ୍ ମନିଟର୍ ରିପୋର୍ଟ ମୁତାବକ,କର୍ଣ୍ଣାଟକର ବେଙ୍ଗାଲୁରୁ ସ୍ଥିତ ୟୁ.ଆର.
ରାଓ ସାଟେଲାଇଟ୍ ସେଣ୍ଟରରୁ ପ୍ରାୟ ୮୦ ଜଣ ଏବଂ କେରଳର ଥିରୁବନନ୍ତପୁରମ ସ୍ଥିତ ବିକ୍ରମ ସାରାଭାଇ ସ୍ପେସ୍ ସେଣ୍ଟରରୁ ପ୍ରାୟ ୨୦ ଜଣ ବୈଜ୍ଞାନିକ ଚାକିରି ଛାଡ଼ିବାକୁ ନୋଟିସ୍ ଦେଇଛନ୍ତି।
ନୂଆ ନିୟମ ଅନୁସାରେ, ଯଦି କୌଣସି ବୈଜ୍ଞାନିକ କିମ୍ବା ଇଞ୍ଜିନିୟର ଚାକିରି ଛାଡ଼ିବାକୁ ଚାହାଁନ୍ତି, ତେବେ ଉକ୍ତ କେନ୍ଦ୍ରର ନିର୍ଦ୍ଦେଶକଙ୍କ ସ୍ପଷ୍ଟ ସୁପାରିଶ ସହ ସେହି ଆବେଦନକୁ ଚୂଡ଼ାନ୍ତ ନିଷ୍ପତ୍ତି ପାଇଁ ସିଧାସଳଖ ମହାକାଶ ବିଭାଗକୁ ପଠାଯିବ।
ଆହୁରି ପଢନ୍ତୁ:IDBI Bank: ଆଇଡିବିଆଇ କର୍ମଚାରୀଙ୍କ ଆମରଣ ଅନଶନ ୨୭ରେ ଅପରପକ୍ଷେ, ଇସ୍ରୋ ଅଧ୍ୟକ୍ଷ ଭି.
ନାରାୟଣ ଏହି ସ୍ଥିତିକୁ ସ୍ୱୀକାର କରି କହିଛନ୍ତି ଯେ, ଯେକୌଣସି ସଂଗଠନରେ କର୍ମଚାରୀ ଆସିବା-ଯିବା ଏକ ସାଧାରଣ ପ୍ରକ୍ରିୟା, କିନ୍ତୁ ଦେଶର ବଡ଼ ମିଶନ ଯେପରି ହଠାତ୍ ଅଟକି ନଯାଏ, ସେଥିପାଇଁ ଏହି ପଦକ୍ଷେପ ନିଆଯାଇଛି ଏବଂ ଆବଶ୍ୟକ ସ୍ଥଳେ ଅନ୍ୟମାନଙ୍କୁ ଦାୟିତ୍ୱ ଦେଇପ୍ରକଳ୍ପକାର୍ଯ୍ୟ ଜାରି ରଖାଯିବ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।