Asia Cup: ୧୭ ବର୍ଷରୁ କମ୍‌ ଏସିଆ କପ୍‌ କ୍ବାଲିଫାୟର୍ସ

Jul 17, 2026 - 17:37
Asia Cup: ୧୭ ବର୍ଷରୁ କମ୍‌ ଏସିଆ କପ୍‌ କ୍ବାଲିଫାୟର୍ସ

"କୁଆଲାଲୁମ୍ପୁର: ଭାରତୀୟ ୧୭ ବର୍ଷରୁ କମ୍‌ ମହିଳା ଫୁଟ୍‌ବଲ୍‌ ଦଳ ତା"ର ଏଏଫ୍‌ସି ଏସୀୟ କପ୍‌ କ୍ବାଲିଫାୟର୍ସ ଅଭିଯାନ ଇରାକ ବିପକ୍ଷରୁ ଆରମ୍ଭ କରିବ।

ଅକ୍ଟୋବର ୫ରୁ ୧୧ ତାରିଖ ପର୍ଯ୍ୟନ୍ତ କୁଆଲାଲୁମ୍ପୁରଠାରେ ଖେଳାଯିବାକୁଥିବା ଏହି ପ୍ରତିଯୋଗିତା ଲାଗି ଗୁରୁବାର ଏସୀୟ ଫୁଟ୍‌ବଲ୍‌ ମହାସଂଘ (ଏଏଫ୍‌ସି) ସୂଚୀ ଘୋଷଣା କରିଛି।Advertisment ଆହୁରି ପଢନ୍ତୁ:ଭକ୍ତଙ୍କ ମେଳରେ କାଳିଆ ସାଆନ୍ତ,  ଭାଇ-ଉଉଣୀ ସହ ରଥାରୁଢ଼ ବଡ଼ ଠାକୁର ଭାରତ ଗ୍ରୁପ୍‌-ଇ"ରେ ଇରାକ, ମାଲେସିଆଓ ସିରିୟା ସହ ରହିଛି।

ଇରାକ ବିପକ୍ଷ ମ୍ୟାଚ୍‌ ପରେ ସିରିୟା ଓ ମାଲେସିଆ ବିପକ୍ଷରେ ଖେଲିବ ଭାରତ।

ଏହି ଗ୍ରୁପ୍‌ ବିଜେତା ଦଳ ଆସନ୍ତା ବର୍ଷ ମାର୍ଚ୍ଚ ୩୧ରୁ ଏପ୍ରିଲ୍‌ ୧୭ ତାରିଖ ପର୍ଯ୍ୟନ୍ତ ଚୀନ୍‌ର ସୁଝୌରେ ହେବାକୁ ଥିବା ୧୭ ବର୍ଷରୁ କମ୍‌ ମହିଳା ଏସୀୟ କପ୍‌ ଲାଗି ଯୋଗ୍ୟତା ଅର୍ଜନ କରିବ।

ଗତ ସଂସ୍କରଣ ଏସୀୟ କପ୍‌ର ନକ୍‌ଆଉଟ୍‌ ପର୍ଯ୍ୟାୟରେ ପହଞ୍ଚି ଇତିହାସ ରଚିଥିଲା।

ଆହୁରି ପଢନ୍ତୁ:Rath Yatra: ନୋଏଡାରେ ପ୍ରଥମ ଥର ରଥଯାତ୍ରା: ରଥ ଟାଣିଲେ ଭକ୍ତ ପୁଣି ଥରେ ଏସୀୟ କପ୍‌କୁ ଯୋଗ୍ୟତା ଅର୍ଜନ କରିବାର ଲକ୍ଷ୍ୟ ରଖିଛି ଭାରତ।

କ୍ବାଲିଫାୟର୍ସରେ ୮ ଗ୍ରୁପ୍‌ର ଶୀର୍ଷ ଦଳ ୧୧ତମ ଏସୀୟ କପ୍‌ରେ ଗତ ସଂସ୍କରଣ ୪ ଦଳ ସହ ଯୋଗଦେବେ।

ଏସୀୟ କପ୍‌ର ‌୪ ସେମିଫାଇନାଲିଷ୍ଟ ଆସନ୍ତା ବର୍ଷ ମରକ୍କୋରେ ହେବାକୁ ଥିବା ଫିଫଶ ୧୭ ବର୍ଷରୁ କମ୍‌ ବିଶ୍‌ବକପ୍‌କୁ ଯୋଗ୍ୟତା ଅର୍ଜନ କରିବ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।