Gadkari Seeks Legal Action: ଇଥାନଲ୍ ବିବାଦରେ ହାଇକୋର୍ଟ ଗଲେ ନିତିନ୍ ଗଡ଼କରୀ, ଏବେ ହେବ ବଡ଼ ଆକ୍ସନ

Jul 27, 2026 - 13:58
Gadkari Seeks Legal Action: ଇଥାନଲ୍ ବିବାଦରେ ହାଇକୋର୍ଟ ଗଲେ ନିତିନ୍ ଗଡ଼କରୀ, ଏବେ ହେବ ବଡ଼ ଆକ୍ସନ

ଇଥାନଲ୍‌ ଫ୍ୟାକ୍ଟକୁ ନେଇ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଫେକ୍ ନ୍ୟୁଜ୍‌। ଏହି ମାମଲାକୁ ନେଇ ବମ୍ବେ ହାଇକୋର୍ଟ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ ନିତିନ୍ ଗଡ଼କରୀ। ଇ-୨୦ ଇଥାନଲ୍ କାର୍ଯ୍ୟକ୍ରମରୁ ସେ ଓ ତାଙ୍କ ପରିବାର ଲାଭ ପାଇଥିବା ଦାବିକୁ ନେଇ ଗଡକରୀ ଆଇନର ଆଶ୍ରୟ ନେଇଛନ୍ତି।

ହାଇକୋର୍ଟ ମେଟା ସମେତ ଅନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଏବଂ ଅଜଣା ବ୍ୟକ୍ତିଙ୍କ ବିରୋଧରେ ମାମଲା ଦାଖଲ ପାଇଁ ଗଡକରୀଙ୍କୁ ଅନୁମତି ଦେଇଛନ୍ତି। ନ୍ୟାୟମୂର୍ତ୍ତି ଅଭୟ ଆହୁଜା ଏହି ଆବେଦନର ଶୁଣାଣି କରିଥିଲେ।

ଗଡକରୀଙ୍କ ପକ୍ଷରୁ କୁହାଯାଇଛି ଯେ, ଇ-୨୦ ଇଥାନଲ୍ ଯୋଜନାରୁ ତାଙ୍କ ପରିବାର ଲାଭ ପାଇଥିବା ଦାବି ସମ୍ପୂର୍ଣ୍ଣ ଭିତ୍ତିହୀନ। ଏହି ଇଥାନଲ୍ ବ୍ଲେଣ୍ଡିଂ ନୀତିର ପରିଚାଳନା ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ କରୁଛି।

ଏହାପୂର୍ବରୁ ନାଗପୁରରେ ଚାରିଜଣ ସୋସିଆଲ ମିଡିଆ ଇନ୍ଫ୍ଲୁଏନ୍ସରଙ୍କ ବିରୋଧରେ ଏହି ପ୍ରସଙ୍ଗରେ ଭୁଲ୍ ସୂଚନା ପ୍ରସାର ଅଭିଯୋଗରେ ଏଫ୍‌ଆଇଆର୍ ମଧ୍ୟ ରୁଜୁ ହୋଇଥିଲା।

ଏପଟେ କେନ୍ଦ୍ର ସରକାର କହିଛନ୍ତି, ଇ-୨୦ ଇନ୍ଧନ ଉପଯୁକ୍ତ ଯାନ ପାଇଁ ସୁରକ୍ଷିତ ଏବଂ ଦେଶର ଉର୍ଜା ପରିବର୍ତ୍ତନ ନୀତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ତେବେ ଏହାକୁ ନେଇ କିଛି ଗାଡ଼ି ଚାଳକ ଓ ସୋସିଆଲ ମିଡିଆରେ ବିଭିନ୍ନ ପ୍ରଶ୍ନ ଉଠାଯାଉଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।