Funeral Tragedy ସାପ କାମୁଡ଼ାରେ ଯୁବକଙ୍କ ମୃତ୍ୟୁ, ଶେଷକୃତ୍ୟ ସମୟରେ ବଡ଼ବାପାଙ୍କ ଦେହାନ୍ତ
"ବ୍ରଜରାଜନଗର (ଉପନ ଚରଣ ସାହୁ): ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ସାଗରପାଲି ଏକଫାଳିଆ ପଡ଼ା ଗ୍ରାମରେ ଗୋଟିଏ ଦିନରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି।
ଏହି ଘଟଣାକୁ ନେଇ ଶୋକର ଛାୟା ଖେଳିଯାଇଛି।Advertisment Snake Bite: ବିଷାକ୍ତ ସାପ କାମୁଡ଼ାରେ ଦୁଇ ଜଣ ଯୁବକଙ୍କ ମୃତ୍ୟୁ ସୂଚନା ଅନୁଯାୟୀ, ଗ୍ରାମର ସୁନୀଲ ପଟନିଆ(୨୬) ଗତକାଲି ରାତିରେ ଘରେ ଶୋଇଥିବା ସମୟରେ ତାଙ୍କୁ ଗୋଟିଏ ବିଷଧର ସାପ କାମୁଡ଼ିଥିଲା।
ସୁନୀଲ ଘର ଲୋକଙ୍କୁ ଜଣାଇଥିଲେ।
ପରିବାର ଲୋକେ ତୁରନ୍ତ ତାଙ୍କୁ ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ।
ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
Monsoon: ମୌସୁମୀରେ ଶୂନ ସାପକାମୁଡ଼ା ମୃତ୍ୟୁ ଓ ଡାଇରିଆମୁକ୍ତ ଗାଁ ଲକ୍ଷ୍ୟ: ସାପ କାମୁଡ଼ା ରୋଗୀଙ୍କୁ ଦିଆଯିବ ସ୍ବତନ୍ତ୍ର ଟିକେଟ୍ ବ୍ୟବଚ୍ଛେଦ ପାଇଁ ମୃତଦେହକୁ ଝାରସୁଗୁଡ଼ା ନେବାକୁ ଦୀର୍ଘ ୫ ଘଣ୍ଟା ଯାଏଁ ଶବ ବାହକ ଗାଡ଼ି ମିଳି ନଥିଲା।
ପରେ ଝାରସୁଗୁଡ଼ା ସିଡିଏମ୍ଓଙ୍କୁ ଅବଗତ କରାଇବା ପରେ ଗୋଟିଏ ଶବ ବାହକ ଗାଡ଼ି ଆସି ମୃତଦେହକୁ ଝାରସୁଗୁଡ଼ା ନେଇଥିଲା।
ବ୍ୟବଚ୍ଛେଦ ପରେ ପୋଲିସ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା।
ପରିବାର ଲୋକେ ଏବଂ ଗ୍ରାମବାସୀ ମିଶି ସୁନୀଲଙ୍କ ଶେଷକୃତ୍ୟ କରୁଥିବା ବେଳେ ଶ୍ମଶାନ ଘାଟରେ ହିଁ ସୁନୀଲଙ୍କ ବଡ଼ବାପା ଇନ୍ଦ୍ରଜିତ ପଟନିଆ(୭୫) ହଠାତ୍ ଅଚେତ ହୋଇ ପଡ଼ିଥିଲେ।
ତୁରନ୍ତ ତାଙ୍କୁ ଚିକିତ୍ସାଳୟକୁ ନିଆଯାଇଥିଲା।
ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଇନ୍ଦ୍ରଜିତ ପୂର୍ବରୁ ଜଣେ କିଡନୀ ରୋଗୀ ଥିଲେ ବୋଲି ଜଣାପଡ଼ିଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।