FSSAI: ତୁକାରାମ ମୁଣ୍ଡେଙ୍କୁ ପ୍ରଶଂସା କଲେ ଏଫ୍‌ଏସ୍‌ଏସ୍‌ଏଆଇ ମୁଖ୍ୟ

Sep 02, 2026 - 21:02
FSSAI: ତୁକାରାମ ମୁଣ୍ଡେଙ୍କୁ ପ୍ରଶଂସା କଲେ ଏଫ୍‌ଏସ୍‌ଏସ୍‌ଏଆଇ ମୁଖ୍ୟ

"ନୂଆଦିଲ୍ଲୀ: ମହାରାଷ୍ଟ୍ରର ଖାଦ୍ୟ ଓ ଔଷଧ ପ୍ରଶାସନ (ଏଫ୍‌ଡିଏ) କମିସନର ତୁକାରାମ ମୁଣ୍ଡେଙ୍କ ଦ୍ୱାରା ଚାଲିଥିବା କଠୋର ଖାଦ୍ୟ ସୁରକ୍ଷା ଅଭିଯାନକୁ ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (ଏଫ୍‌ଏସ୍‌ଏସ୍‌ଏଆଇ)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରାଜିତ ପୁନହାନି ପ୍ରଶଂସା କରିଛନ୍ତି।

ଗଣମାଧ୍ୟମକୁ ଦେଇଥିବା ସାକ୍ଷାତ୍‌କାରରେ ସେ କହିଛନ୍ତି ଯେ ଖାଦ୍ୟ ସୁରକ୍ଷା ବିଭାଗରେ ପୋଷ୍ଟିଂକୁ କେବେବି ଦଣ୍ଡମୂଳକ ନିଯୁକ୍ତି ବୋଲି ଦେଖାଯିବା ଉଚିତ ନୁହେଁ।

ମୁଣ୍ଡେଙ୍କ କାର୍ଯ୍ୟଶୈଳୀ ପ୍ରମାଣ କରିଛି ଯେ, ଇଚ୍ଛାଶକ୍ତି ଥିଲେ ଉପଲବ୍ଧ ଜନଶକ୍ତି ସହିତ ମଧ୍ୟ ପ୍ରଭାବଶାଳୀ ଖାଦ୍ୟ ସୁରକ୍ଷା ବ୍ୟବସ୍ଥା ଗଢ଼ି ତୋଳାଯାଇପାରେ।Advertisment ରାଜିତ ପୁନହାନି କହିଛନ୍ତି ଯେ, ପୂର୍ବରୁ ଅନେକ ଅଧିକାରୀ ଖାଦ୍ୟ ସୁରକ୍ଷା କମିସନର ଭାବେ ଦାୟିତ୍ୱ ନେବାକୁ ଆଗ୍ରହୀ ନ ଥିଲେ।

ଏହି ବିଭାଗକୁ ଆବଶ୍ୟକ ଗୁରୁତ୍ୱ ଦିଆଯାଉ ନ ଥିବାରୁ ଏହାକୁ କମ୍‌ ଗୁରୁତ୍ବପୂର୍ଣ୍ଣ ପୋଷ୍ଟିଂ ବୋଲି ଧାରଣା ସୃଷ୍ଟି ହୋଇଥିଲା।

କିନ୍ତୁ ମୁଣ୍ଡେଙ୍କ ନେତୃତ୍ୱରେ ମହାରାଷ୍ଟ୍ରରେ ହୋଇଥିବା ନିରୀକ୍ଷଣ ଓ ଆଇନ ପ୍ରୟୋଗ ଅଭିଯାନ ଏହି ଧାରଣାକୁ ବଦଳାଇବାରେ ସହାୟକ ହୋଇଛି।

Raid: ଖାଦ୍ୟ ସୁରକ୍ଷା ବିଭାଗ ଓ ପୌରପାଳିକାର ମିଳିତ ଚଢ଼ଉ, ଜରିମାନା ଗଣିଲେ ଦୋକାନୀ ସେ ଆହୁରି କହିଛନ୍ତି ଯେ ମୁଣ୍ଡେ କୌଣସି ଅତିରିକ୍ତ ଖାଦ୍ୟ ସୁରକ୍ଷା ଅଧିକାରୀ ନିଯୁକ୍ତି କରିନଥିଲେ।

ବରଂ ପୂର୍ବରୁ ଥିବା ସମାନ ସଂଖ୍ୟକ କର୍ମଚାରୀଙ୍କୁ ନେଇ ବ୍ୟାପକ ଅଭିଯାନ ଚଳାଇ ରାଜ୍ୟର ବିଭିନ୍ନ ଖାଦ୍ୟ ବ୍ୟବସାୟ, ହୋଟେଲ, ରେସ୍ତୋରାଁ ଓ ଗୋଦାମ ଉପରେ ଯାଞ୍ଚ କରିଛନ୍ତି।

ଏଥିରୁ ସ୍ପଷ୍ଟ ହୋଇଛି ଯେ ପ୍ରଶାସନିକ ଇଚ୍ଛାଶକ୍ତି ଓ କଠୋର ଆଇନ ପ୍ରୟୋଗ ମାଧ୍ୟମରେ ସାଧାରଣ ଲୋକଙ୍କ ଖାଦ୍ୟର ଗୁଣବତ୍ତା ନିଶ୍ଚିତ କରିବା ସମ୍ଭବ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)