From Constables to Commandos: ଓଡ଼ିଶା ପୋଲିସରେ ନୂଆ ଇତିହାସ, ପ୍ରଥମ ଥର NSG କମାଣ୍ଡୋ ହେଲେ ୩ ମହିଳା କନଷ୍ଟେବଳ

Nov 21, 2026 - 17:28
From Constables to Commandos: ଓଡ଼ିଶା ପୋଲିସରେ ନୂଆ ଇତିହାସ, ପ୍ରଥମ ଥର NSG କମାଣ୍ଡୋ ହେଲେ ୩ ମହିଳା କନଷ୍ଟେବଳ

ଓଡ଼ିଶା ପୋଲିସ ପାଇଁ ଗର୍ବର ବିଷୟ।

ପ୍ରଥମ ଥର ପାଇଁ ରାଜ୍ୟ ପୋଲିସ ବାହିନୀର ୩ ମହିଳା କନଷ୍ଟେବଳ ହୋଇଛନ୍ତି କମାଣ୍ଡୋ।

ଦେଶର ସବୁଠାରୁ ଦକ୍ଷ ସୁରକ୍ଷା ବଳ ନ୍ୟାସନାଲ ସିକ୍ୟୁରିଟି ଗାର୍ଡ ବା ଏନଏସଜିର କଠିନ ତାଲିମ ସଫଳତାର ସହ ଶେଷ କରି ହାସଲ କରିଛନ୍ତି ଏହି ସଫଳତା।

ତିନି ମହିଳା କନଷ୍ଟେବଳଙ୍କ ଏହି ସଫଳତା ଏବେ ସାରା ରାଜ୍ୟ ପାଇଁ ଗର୍ବ ଓ ଗୌରବର ବିଷୟ।

Advertisment ଏମାନେ ହେଉଛନ୍ତି ଢେଙ୍କାନାଳର ଅନିଷା ସିଂହ, ନବରଙ୍ଗପୁରର ରାମେଶ୍ୱରୀ ହାଲବା ଓ ବଲାଙ୍ଗିରର ପିଙ୍କି ସାହୁ।

ଏମାନେ NSG ତାଲିମ କେନ୍ଦ୍ରରେ ଆୟୋଜିତ ପ୍ରଥମ ମହିଳା କମାଣ୍ଡୋ କନଭର୍ସନ କୋର୍ସ (MCCC)ରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି।

ଏହା ପୂର୍ବରୁ ଓଡ଼ିଶା ପୋଲିସର କୌଣସି ମହିଳା କନଷ୍ଟେବଳ ଏନ୍ଏସଜି କମାଣ୍ଡୋ ତାଲିମ ନେଇ ନଥିଲେ।

ସାରା ଦେଶର ମହିଳା କନଷ୍ଟେବଳମାନଙ୍କ ପାଇଁ ଏନ୍ଏସଜି ତାଲିମ ବିଜ୍ଞପ୍ତି ପ୍ରକାଶ ପାଇଥିଲା।

ଓଡ଼ିଶା ପୋଲିସର ଏକାଧିକ ମହିଳା କର୍ମଚାରୀ ଏଥିପାଇଁ ଆବେଦନ କରିଥିଲେ।

ଯୋଗ୍ୟତା ଭିତ୍ତିରେ ୫ ଜଣଙ୍କ ତାଲିକା ପ୍ରସ୍ତୁତ ହୋଇଥିଲା।

ସେମାନଙ୍କ ମଧ୍ୟରୁ ଅନିଷା, ରାମେଶ୍ୱରୀ ଓ ପିଙ୍କି ୧୨ ସପ୍ତାହ ଧରି ନିଜର ଦକ୍ଷତା ଦେଖାଇଛନ୍ତି।

ଆତଙ୍କବାଦୀ ନିରୋଧୀ ଅଭିଯାନ, ବନ୍ଧକ ଥିବା ବ୍ୟକ୍ତିଙ୍କୁ ଉଦ୍ଧାର ଓ ଯେକୌଣସି ଅପ୍ରତ୍ୟାଶିତ ତଥା ବିପଦଜନକ ପରିସ୍ଥିତିର ମୁକାବିଲା କରିବା ପାଇଁ ଏମାନଙ୍କୁ ସ୍ୱତନ୍ତ୍ର ଭାବେ ପ୍ରଶିକ୍ଷଣ ଦିଆଯାଇଛି।

Advertisment ଭବିଷ୍ୟତରେ ରାଜ୍ୟର କୌଣସି ସ୍ଥାନରେ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହେଲେ ପ୍ରଥମ ପର୍ଯ୍ୟାୟରେ ହିଁ ଏହି ତାଲିମପ୍ରାପ୍ତ ମହିଳା କମାଣ୍ଡୋମାନଙ୍କୁ ଘଟଣାସ୍ଥଳରେ ନିୟୋଜିତ କରାଯିବ।

ଏମାନଙ୍କର ଅଦମ୍ୟ ସାହସ ଓ ସଫଳତା ଆଗାମୀ ଦିନରେ ଓଡ଼ିଶା ପୋଲିସରେ କାର୍ଯ୍ୟରତ ଅନ୍ୟ ମହିଳା କର୍ମଚାରୀମାନଙ୍କ ପାଇଁ ପ୍ରେରଣା ହେବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)