BMC: ରାସ୍ତାଘାଟ ସଫେଇ ଟେଣ୍ଡରରେ ତ୍ରୁଟି: ତିନି ବର୍ଷରେ ୨୬.୧୨ କୋଟି ହରାଇବ ବିଏମ୍‌ସି

Jul 28, 2026 - 06:54
BMC: ରାସ୍ତାଘାଟ ସଫେଇ ଟେଣ୍ଡରରେ ତ୍ରୁଟି: ତିନି ବର୍ଷରେ ୨୬.୧୨ କୋଟି ହରାଇବ ବିଏମ୍‌ସି

"ଭୁବନେଶ୍ବର: ରାସ୍ତାଘାଟ ସଫେଇର ନୂଆ ଟେଣ୍ଡର କରିଛି ବିଏମ୍‌ସି।

୬ଟି ପ୍ୟାକେଜ୍‌ରେ ୬୭ ୱାର୍ଡକୁ ବଣ୍ଟାଯାଇଛି।

ଟେଣ୍ଡର ପ୍ରକ୍ରିୟାରେ ୪ଟି ଏଜେନ୍ସି ସଫଳ ହୋଇଛନ୍ତି।

ବାର୍ଷିକ ଆର୍ଥିକ କାରବାର ଆଧାରରେ ଏଲ୍‌-୧ରେ ଥିଲେ ବି ଯେଉଁମାନେ ଗୋଟିଏ ପ୍ୟାକେଜ୍‌ ପାଇଁ ଯୋଗ୍ୟ, ସେମାନଙ୍କୁ ଗୋଟିଏ ପ୍ୟାକେଜ୍‌ ଦେଇ, ଅନ୍ୟ ପ୍ୟାକେଜ୍‌ ଏଲ୍‌-୨ ଏଜେନ୍ସିଙ୍କୁ ଦିଆଯାଇଛି।

ନିୟମାନୁଯାୟୀ, ଏଭଳି ସ୍ଥିତିରେ ଏଲ୍‌-୧ ଏଜେନ୍ସି ଯେତିକି ଟଙ୍କାରେ ଟେଣ୍ଡର ପକାଇଥିଲା, ସେତିକି ‌ଟଙ୍କାରେ ଏଲ୍‌-୨ ଏଜେନ୍ସି ଟେଣ୍ଡର ନେବାକୁ ବାଧ୍ୟ।

କିନ୍ତୁ ବିଏମ୍‌ସି ଟେଣ୍ଡର କମିଟି ନୂଆ ଟେଣ୍ଡରରେ ଏଲ୍‌-୨ ଯେତିକି ଟଙ୍କାରେ ଟେଣ୍ଡର ପକାଇଛି, ସେତିକି ଟଙ୍କାରେ ଟେଣ୍ଡର ଦେବାକୁ ନିଷ୍ପତ୍ତି ନେଇଛି।

ଏହି ତ୍ରୁଟିପୂର୍ଣ୍ଣ ‌ଟେଣ୍ଡର ପାଇଁ ବିଏମ୍‌ସି ବାର୍ଷିକ ୮କୋଟି ୭୦ଲକ୍ଷ ୮୮ହଜାର ୫୫୩ ଟଙ୍କାର କ୍ଷତି ସହିବାକୁ ଯାଉଛି।

ଟେଣ୍ଡର ୩ ବର୍ଷ ପାଇଁ ଦିଆଯାଇଥିବାରୁ ତିନିବର୍ଷରେ  ୨୬କୋଟି ୧୨ଲକ୍ଷ ୬୫ହଜାର ୬୫୯ ଟଙ୍କା କ୍ଷତି ସହିବ।

ନଗର ଉନ୍ନୟନ ବିଭାଗ ବି ବିଏମ୍‌ସି ଟେଣ୍ଡର କମିଟିର ଏଭଳି ଅଜବ ତଥା ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଉପରେ ଆପତ୍ତି ଉଠାଇଛି।Advertisment ଏଲ୍‌-୧ ସ୍ଥାନରେ ଏଲ୍‌-୨କୁ ବର୍ଦ୍ଧିତ ଦରରେ ଟେଣ୍ଡରଗଣ୍ଠି କଲା ନଗର ଉନ୍ନୟନ ବିଭାଗ ବିଏମ୍‌ସିର ପ୍ରାୟ ୨ଶହ ବର୍ଗ କିଲୋମିଟର ଅଞ୍ଚଳର ରାସ୍ତାଘାଟ ସଫେଇ ମାନବସମ୍ବଳ ଜରିଆରେ କରାଯାଉଛି।

ସମଗ୍ର ବିଏମ୍‌ସି ଅଞ୍ଚଳକୁ ତିନିଟି ଜୋନ୍‌ରେ ବିଭକ୍ତ କରାଯାଇଛି।

ଗତ ମେ ମାସରେ ତିନି ଜୋନ୍‌କୁ ୬ଟି ପ୍ୟାକେଜ୍‌ରେ ବିଭକ୍ତ କରି ଟେଣ୍ଡର ଡାକିଥିଲା।

ନୂଆ ଟେଣ୍ଡର ପ୍ରକ୍ରିୟାରେ ୫ଟି ଏଜେନ୍ସି ଭାଗ ନେଇଥିଲେ ବି ୪ ଏଜେନ୍ସି ଯୋଗ୍ୟ ହୋଇଛନ୍ତି।

ଲାୟନ୍‌ସ ପ୍ୟାକେଜ-୧(୧୨ଟି ୱାର୍ଡ) ଓ ପ୍ୟାକେଜ-୬(୧୦ଟି ୱାର୍ଡ), ଜାଗୃତି ପ୍ୟାକେଜ-୩(୧୨ଟି ୱାର୍ଡ) ଓ ପ୍ୟାକେଜ-୫(୯ଟି ୱାର୍ଡ), ଗ୍ରିନ୍‌ ସର୍କଲ୍‌ ପ୍ୟାକେଜ-୨(୧୨ଟି ୱାର୍ଡ) ଓ ପିଏମ୍‌ଆର୍‌ ପ୍ୟାକେଜ-୪(୧୨ଟି ୱାର୍ଡ)ର ଟେଣ୍ଡର ପାଇଛନ୍ତି।

୩ ବର୍ଷ ପାଇଁ ଏହି ଟେଣ୍ଡର କରାଯାଇଛି।

ବାର୍ଷିକ ହିସାବରେ ପିଏମ୍‌ଆର୍‌ ପ୍ୟାକେଜ୍‌-୧ ପାଇଁ ୨୪.୬୨କୋଟି ଟଙ୍କା, ପ୍ୟାକେଜ-୨ ପାଇଁ ୨୦.୨୧କୋଟି ଟଙ୍କା ଓ ପ୍ୟାକେଜ-୪ ପାଇଁ ୨୬.୯୭କୋଟି ଟଙ୍କା, ଜାଗୃତି ପ୍ୟାକେଜ-୩ ପାଇଁ ୧୮.୭୬କୋଟି ଟଙ୍କା ଓ ଲାୟନ୍ସ ପ୍ୟାକେଜ୍‌-୬ ପାଇଁ ୧୬.୫୬କୋଟି ଟଙ୍କାର ଟେଣ୍ଡର ପକାଇ ଏଲ୍‌-୧ ହୋଇଥିଲେ।

Paper Leak: ପ୍ରଶ୍ନପତ୍ର ଲିକ୍‌ ବିଲ୍‌ ଉପରେ ଆଜି ଚର୍ଚ୍ଚା : ବାଚସ୍ପତିଙ୍କ ହସ୍ତକ୍ଷେପ ପରେ ବିରୋଧୀ ରାଜି ବାର୍ଷିକ ଆର୍ଥିକ କାରବାରର ଯୋଗ୍ୟତା ଭିତ୍ତିରେ ଜାଗୃତି ଓ ଲାୟନ୍ସକୁ ୨ଟି ଲେଖାଏଁ ଏବଂ ପିଏମ୍‌ଆର୍‌କୁ ଗୋଟିଏ ପ୍ୟାକେଜ୍‌ ମିଳିଥିଲା।

ସର୍ବାଧିକ ଟଙ୍କା ପକାଇଥିବା ପ୍ୟାକେଜ୍‌-୪କୁ ପିଏମ୍‌ଆର୍‌ ଚୟନ କରିଥିଲା।

ଏଣୁ ପ୍ୟାକେଜ୍‌-୧ରେ ଏଲ୍‌-୨ରେ ଥିବା ଲାୟନ୍ସ ଓ ପ୍ୟାକେଜ୍‌-୨ରେ ଏଲ୍‌-୨ରେ ଥିବା ଗ୍ରିନ୍‌ ସର୍କଲ୍‌ ଟେଣ୍ଡର ପାଇଛନ୍ତି।

ପ୍ୟାକେଜ୍‌-୧ ପାଇଁ ଲାୟନ୍ସ ୨୯.୮୮କୋଟି ଟଙ୍କା ଓ ପ୍ୟାକେଜ-୨ ପାଇଁ ଗ୍ରିନ୍‌ ସର୍କଲ୍‌ ୨୩.୬୬କୋଟି ଟଙ୍କାର ଟେଣ୍ଡର ପକାଇଥିଲେ।

ଟେଣ୍ଡର କମିଟି ଏଲ୍‌-୧ ଦରକୁ ଅଣଦେଖା କରି ଯେତିକି ଟଙ୍କାରେ ଏମାନେ ଟେଣ୍ଡର ପକାଇଥିଲେ, ସେତିକି ଟଙ୍କାରେ କାମ କରିବାକୁ ସ୍ବୀକୃତି ଦେଇଛି।

ଯେଉଁ କାମ ପାଇଁ ପିଏମ୍‌ଆର୍‌ ୨୪.୬୨ କୋଟିର ଟେଣ୍ଡର ପକାଇଥିଲା, ସେହି କାମକୁ ଲାୟନ୍ସ ୨୯.

୮୮କୋଟି ଟଙ୍କାରେ ନେଇଛି।

ସେହିପରି ପ୍ୟାକେଜ-୨ ପାଇଁ ୨୦.୨୧କୋଟି ଟଙ୍କା ପାଇଁ ଟେଣ୍ଡର ପକାଇଥିବା ପିଏମ୍‌ଆର ବଦଳରେ ଗ୍ରିନ୍‌ ସର୍କଲ୍‌କୁ ୨୩.୬୬କୋଟି ଟଙ୍କାରେ ଟେଣ୍ଡର ଦିଆଯାଇଛି।

ଏହା ଫଳରେ ବାର୍ଷିକ ପ୍ରାୟ ୯ କୋଟିର ଅଧିକ କ୍ଷତି ବିଏମ୍‌ସି ସହିବାକୁ ଯାଉଛି।

ଏହା ଦର୍ଶାଇ ନଗର ଉନ୍ନୟନ ବିଭାଗ ଏ ପର୍ଯ୍ୟନ୍ତ ଏହି ଟେଣ୍ଡରକୁ ସ୍ବୀକୃତି ଦେଇନାହାନ୍ତି।

ମୁଁ ପରିବର୍ତ୍ତନ ପ୍ରସ୍ତାବ ଦେଇଛି: ମେୟରଏଲ୍‌-୧ ଓ ଏଲ୍‌-୨ ବିବାଦ ଉପରେ ମୁଁ ଆପତ୍ତି ଉଠାଇ ପରିବର୍ତ୍ତନ କରିବାକୁ ପ୍ରସ୍ତାବ ଦେଇଛି।

ସେହି ଅନୁସାରେ ନଗର ଉନ୍ନୟନ ବିଭାଗକୁ ବି ପ୍ରସ୍ତାବ ପଠାଯାଇଛି ବୋଲି ବିଏମ୍‌ସି ମେୟର ସୁଲୋଚନା ଦାସ କହିଛନ୍ତି।

ମେୟର କହିଛନ୍ତି, ବାର୍ଷିକ ଆର୍ଥିକ କାରବାର ଆଧାରରେ ଯେଉଁ ସ୍ଥାନରେ ଏଲ୍‌-୨ ଏଜେନ୍ସିକୁ ଏଲ୍‌-୧ କରାଯାଇଛି, ସେ କ୍ଷେତ୍ରରେ ସେମାନଙ୍କୁ ଏଲ୍‌-୧ ଦରରେ ଟେଣ୍ଡର ଦେବାକୁ ପରିମଳ ବିଭାଗକୁ କୁହାଯାଇଛି।

ଏହା ନଗର ଉନ୍ନୟନ ବିଭାଗର ବିଚାରାଧୀନ ରହିଛି।

ଯଦି ଏଲ୍‌-୧ ହୋଇଥିବା ଏଲ୍‌-୨ ଏଜେନ୍ସିମାନେ ଏଥିରେ ରାଜି ନ ହୁଅନ୍ତି, ଯେଉଁ ପ୍ୟାକେଜ୍‌ରେ ଏମାନେ ଯୋଗ୍ୟ ହୋଇଛନ୍ତି, ସେହି ପ୍ୟାକେଜ୍‌ ପାଇଁ ନୂଆ ଟେଣ୍ଡର କରାଯିବ ବୋଲି ମେୟର କହିଛନ୍ତି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।